ପଠନ
ବିକଳ୍ପ

Xନମସ୍କାର,
ମୁଁ ଆମ ବଟ୍

ମୁଁ ଆପଣଙ୍କୁ କିପରି ସାହାଯ୍ୟ କରିପାରିବି?

ଅଧିକ ଜାଣିବାକୁ ଚାହୁଁଛନ୍ତି

କୃଷି ରେ

ବୃତ୍ତି

ଆଗ୍ରୋନୋମିଷ୍ଟ


ଆଗ୍ରୋନୋମିଷ୍ଟ

ଆଗ୍ରୋନୋମିଷ୍ଟମାନେ ହେଉଛନ୍ତି କୃଷି ବୈଜ୍ଞାନିକ ଯେଉଁମାନେ ଫସଲ ଉତ୍ପାଦନ ଏବଂ ମୃତ୍ତିକା ପରିଚାଳନା କ୍ଷେତ୍ରରେ ବିଶେଷଜ୍ଞ। ସେମାନେ ଉଦ୍ଭିଦ, ମୃତ୍ତିକା, ଜଳବାୟୁ, ଜଳ, ପୋଷକ ତତ୍ତ୍ୱ ଏବଂ ଚାଷ ପ୍ରଣାଳୀ ମଧ୍ୟରେ ଥିବା ସମ୍ପର୍କକୁ ଅନୁଧ୍ୟାନ କରନ୍ତି ଏବଂ ଅମଳ, ଗୁଣବତ୍ତା ତଥା ଚାଷୀଙ୍କ ଆୟ ବୃଦ୍ଧି ପାଇଁ ବ୍ୟବହାରିକ ସମାଧାନ ପ୍ରସ୍ତୁତ କରନ୍ତି। ସେମାନଙ୍କ କାର୍ଯ୍ୟ ମଧ୍ୟରେ ଉନ୍ନତ ଫସଲ ପ୍ରଣାଳୀ, ସାର ପ୍ରୟୋଗ ଯୋଜନା ଏବଂ କୀଟ ପରିଚାଳନା ଅନ୍ତର୍ଭୁକ୍ତ। ଭାରତରେ, ଆଗ୍ରୋନୋମିଷ୍ଟମାନେ ସମନ୍ୱିତ ପୋଷକ ତତ୍ତ୍ୱ ପରିଚାଳନା ଏବଂ ଜଳ ସଞ୍ଚୟକାରୀ ଜଳସେଚନ ପଦ୍ଧତିକୁ ପ୍ରୋତ୍ସାହିତ କରି କୃଷିକୁ ଜଳବାୟୁ-ସହନଶୀଳ ଏବଂ ସ୍ଥାୟୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରନ୍ତି।

ଆବଶ୍ୟକ ଦକ୍ଷତା :
  • ବିଶ୍ଳେଷଣାତ୍ମକ ଦକ୍ଷତା

  • ସମସ୍ୟା ସମାଧାନ ଦକ୍ଷତା

  • ଯୋଗାଯୋଗ ଦକ୍ଷତା

  • ବୈଷୟିକ ଦକ୍ଷତା

  • ଗବେଷଣା ଦକ୍ଷତା

  • ଦଳଗତ କାର୍ଯ୍ୟ ଏବଂ ସହଯୋଗ ଦକ୍ଷତା

ସଫଳତାର କାହାଣୀ

ଡକ୍ଟର ସ୍ୱାତୀ ନାୟକ

ଡକ୍ଟର ସ୍ୱାତୀ ନାୟକ, ଓଡ଼ିଶା ତଥା ଦକ୍ଷିଣ ଏସିଆର ଜଣେ ଅଗ୍ରଣୀ କୃଷି ବୈଜ୍ଞାନିକ। ସେ ଇଣ୍ଟରନ୍ୟାସନାଲ ରାଇସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (IRRI) ରେ ବିହନ ପ୍ରଣାଳୀ ଏବଂ ଉତ୍ପାଦ ପରିଚାଳନାର ନେତୃତ୍ୱ ନିଅନ୍ତି। ତାଙ୍କୁ ୱାର୍ଲ୍ଡ ଫୁଡ୍ ପ୍ରାଇଜ୍ ଫାଉଣ୍ଡେସନ୍ ଦ୍ୱାରା ୨୦୨୩ର 'ନର୍ମାନ୍ ଇ. ବୋରଲଗ୍ ପୁରସ୍କାର' (କ୍ଷେତ୍ର ଗବେଷଣା ଏବଂ ପ୍ରୟୋଗ ପାଇଁ) ରେ ସମ୍ମାନିତ କରାଯାଇଥିଲା । ସେ ଜଣେ "ଉଲ୍ଲେଖନୀୟ ଯୁବ ବୈଜ୍ଞାନିକ" ଭାବରେ ପରିଚିତ ଏବଂ ୫୦୦ରୁ ଅଧିକ ଧାନ କିସମ ସହିତ ୧୦,୦୦୦ରୁ ଅଧିକ କ୍ଷେତ୍ର ପରୀକ୍ଷଣର ନେତୃତ୍ୱ ନେଇଛନ୍ତି। ଏହି ପରୀକ୍ଷଣଗୁଡିକ ଯୋଗୁଁ ୨୦ରୁ ଅଧିକ ଜଳବାୟୁ-ସହନଶୀଳ (climate-resilient) ତଥା ପୋଷକତତ୍ତ୍ୱ ଯୁକ୍ତ କିସମର ଧାନ ମିଳି ପାରିଛି । 


ଉତ୍ସ

ଅଧିକ ସୂଚନା ପାଇଁ, ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ