ଜଣେ ଜଳସେଚନ ଯନ୍ତ୍ରୀ ଜଳସେଚନ ପ୍ରଣାଳୀର ଡିଜାଇନ୍ (ନକ୍ସା), କାର୍ଯ୍ୟକାରିତା ଏବଂ ରକ୍ଷଣାବେକ୍ଷଣ ଉପରେ କାର୍ଯ୍ୟକରନ୍ତି । ସେମାନଙ୍କ କାର୍ଯ୍ୟ କୃଷି, ଲ୍ୟାଣ୍ଡସ୍କେପିଂ (ଉଦ୍ୟାନ ସଜ୍ଜା) ଏବଂ ସାମଗ୍ରିକ ଜଳ ସମ୍ପଦ ପରିଚାଳନାରେ ସାହାଯ୍ୟ କରେ । ଜଣେ ଜଳସେଚନ ଯନ୍ତ୍ରୀଙ୍କ ମୂଳ ଲକ୍ଷ୍ୟ ହେଉଛି ଫସଲ ବୃଦ୍ଧି ପାଇଁ ଜଳ ବଣ୍ଟନକୁ ଉନ୍ନତ କରିବା, ଜଳ ସଂରକ୍ଷଣକୁ ପ୍ରୋତ୍ସାହିତ କରିବା ଏବଂ ଜମି ଓ ଜଳ ସମ୍ପଦର ସ୍ଥାୟୀ ବ୍ୟବହାର ଶୁନିଶ୍ଚିତ କରିବା ।
ବୈଷୟିକ ଦକ୍ଷତା
ବିଶ୍ଳେଷଣାତ୍ମକ ଏବଂ ସମସ୍ୟା ସମାଧାନ ଦକ୍ଷତା
ଯୋଗାଯୋଗ ଦକ୍ଷତା
ଖାପ ଖୁଆଇବା ଦକ୍ଷତା
ଦଳଗତ କାର୍ଯ୍ୟ ଏବଂ ନେତୃତ୍ୱ ଦକ୍ଷତା
୧୯୧୬ ମସିହାରେ ଓଡ଼ିଶାର କଳାହାଣ୍ଡି ଜିଲ୍ଲାରେ ଜନ୍ମିତ ପ୍ରଫେସର (ଡା.) ଭୁବନେଶ୍ୱର ବେହେରା ଜଣେ ଅଗ୍ରଣୀ ସିଭିଲ୍ ଇଞ୍ଜିନିୟର ଏବଂ ଶିକ୍ଷାବିତ୍ ଥିଲେ। ସେ ରେଭେନ୍ସା କଲେଜରୁ ପଦାର୍ଥ ବିଜ୍ଞାନରେ ଶିକ୍ଷା ଗ୍ରହଣ କରିଥିଲେ ଏବଂ ପରେ ପାଟନା ସ୍ଥିତ ବିହାର କଲେଜ ଅଫ୍ ଇଞ୍ଜିନିୟରିଂରୁ ସିଭିଲ୍ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିଲେ। ସେ ଓଡ଼ିଶା ସରକାର ଏବଂ ମହିଶୂରର (Mysore) ଜଳସେଚନ ବିଭାଗରେ କାର୍ଯ୍ୟ କରିବା ସହ 'ଜୋଗ୍ ଜଳବିଦ୍ୟୁତ୍ ପ୍ରକଳ୍ପ'ରେ (Jog Hydropower Project) ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିଲେ। ପରବର୍ତ୍ତୀ ସମୟରେ ସେ NIT ରାଉରକେଲାର ପ୍ରତିଷ୍ଠାତା ଅଧ୍ୟକ୍ଷ ହୋଇଥିଲେ ଏବଂ ଜଳବିଦ୍ୟୁତ୍ ଉତ୍ପାଦନ ତଥା ଜଳସେଚନର ବିକାଶ ପାଇଁ ଏକ ଅଭିନବ 'ଇନ୍ଦ୍ରାବତୀ-ହାତୀ ନଦୀ ସଂଯୋଗୀକରଣ' ପ୍ରକଳ୍ପର ପ୍ରସ୍ତାବ ଦେଇଥିଲେ।
ଉତ୍ସ