NCS Code: 4419.0102
ସାର୍ଟିଫାଏଡ୍ ଆକାଉଣ୍ଟସ୍ ପ୍ରଫେସନାଲ୍ ମାନେ ଆର୍ଥିକ ଦଲିଲପତ୍ରର ପରିଚାଳନା କରନ୍ତି, ଆଇନଗତ ଅନୁପାଳନ ସୁନିଶ୍ଚିତ କରନ୍ତି ଏବଂ ଆର୍ଥିକ ବିବରଣୀ ପ୍ରସ୍ତୁତ କରନ୍ତି । ହିସାବ ସମୀକ୍ଷା , ଟ୍ୟାକ୍ସ ଫାଇଲିଂ , ବଜେଟ୍ ପ୍ରସ୍ତୁତି ଏବଂ ଆର୍ଥିକ ବିଶ୍ଳେଷଣ ସେମାନଙ୍କର ମୁଖ୍ୟ ଦାୟିତ୍ୱ ଅଟେ। ସେମାନେ ବ୍ୟାଙ୍କିଂ ଓ ଆର୍ଥିକ ସେବା , ଉତ୍ପାଦନ ଶିଳ୍ପ , ଆଇଟି/ଆଇଟିଇଏସ୍ (IT/ITeS), ସରକାରୀ ବିଭାଗ ଏବଂ କର୍ପୋରେଟ୍ ପରାମର୍ଶଦାତା ସଂସ୍ଥା ଭଳି ବିଭିନ୍ନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଥାନ୍ତି।
ବିଶ୍ଳେଷଣାତ୍ମକ ଚିନ୍ତାଧାରା
ସମସ୍ୟା ସମାଧାନର ଦକ୍ଷତା
ମିଳିତ ଭାବେ କାର୍ଯ୍ୟ କରିବା (ଦଳଗତ କାର୍ଯ୍ୟ)
ଯୋଗାଯୋଗ ଦକ୍ଷତା
ବୈଜ୍ଞାନିକ ତଥ୍ୟ/ଦଲିଲ୍ ପ୍ରସ୍ତୁତି
ନୈନା ଲାଲ୍ କିଦୱାଇ ହାର୍ଭାର୍ଡ ବିଜନେସ୍ ସ୍କୁଲ୍ରୁ ସ୍ନାତକ ହାସଲ କରିଥିବା ପ୍ରଥମ ଭାରତୀୟ ମହିଳା ଥିଲେ ଏବଂ ପରବର୍ତ୍ତୀ ସମୟରେ ଜଣେ ପ୍ରତିଷ୍ଠିତ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ହୋଇପାରିଥିଲେ। ସେ HSBC ଇଣ୍ଡିଆର ଅଧ୍ୟକ୍ଷା ଏବଂ ଫିକି (FICCI) ର ସଭାପତି ଭାବରେ କାର୍ଯ୍ୟ କରିଥିଲେ । ଭାରତର ବ୍ୟାଙ୍କିଂ ଏବଂ ଆର୍ଥିକ କ୍ଷେତ୍ରରେ, ବିଶେଷ କରି ସ୍ଥାୟୀ ଆର୍ଥିକ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବାରେ ତାଙ୍କର ଅବଦାନ ଅତୁଳନୀୟ ।
ଉତ୍ସ