ପଠନ
ବିକଳ୍ପ

Xନମସ୍କାର,
ମୁଁ ଆମ ବଟ୍

ମୁଁ ଆପଣଙ୍କୁ କିପରି ସାହାଯ୍ୟ କରିପାରିବି?

ଅଧିକ ଜାଣିବାକୁ ଚାହୁଁଛନ୍ତି

ଫିଙ୍ଗର୍ ପ୍ରିଣ୍ଟ ଏକ୍ସପର୍ଟ

କ୍ୟାରିଅର୍

ଫିଙ୍ଗର୍ ପ୍ରିଣ୍ଟ ଏକ୍ସପର୍ଟ

ଫିଙ୍ଗର୍ ପ୍ରିଣ୍ଟ ଏକ୍ସପର୍ଟ


ଫିଙ୍ଗର୍ ପ୍ରିଣ୍ଟ ଏକ୍ସପର୍ଟ

NCS Code: 3315.0201

ଫିଙ୍ଗର୍ ପ୍ରିଣ୍ଟ ଏକ୍ସପର୍ଟ ହେଉଛନ୍ତି ଜଣେ ଫୋରେନ୍ସିକ ବୃତ୍ତିଗତ ବ୍ୟକ୍ତି, ଯିଏ ଅପରାଧ ସ୍ଥଳରୁ ମିଳିଥିବା ଆଙ୍ଗୁଠି ଚିହ୍ନଗୁଡ଼ିକର ବିଶ୍ଳେଷଣ କରନ୍ତି, ଯାହାଫଳରେ ଅପରାଧିକ ତଦନ୍ତରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଚିହ୍ନଟ କରାଯାଇପାରିବ । ସେମାନେ ସ୍ୱତନ୍ତ୍ର କୌଶଳ ଏବଂ ଫୋରେନ୍ସିକ ଡାଟାବେସ୍ ବ୍ୟବହାର କରି ଆଙ୍ଗୁଠି ଚିହ୍ନର ଛାପଗୁଡ଼ିକୁ ସଂଗ୍ରହ, ପରୀକ୍ଷା ଏବଂ ତୁଳନା କରନ୍ତି । ଅପରାଧର ସମାଧାନ କରିବାରେ ସହାୟତା କରିବା ଏବଂ ଅଦାଲତରେ ବୈଜ୍ଞାନିକ ପ୍ରମାଣ ପ୍ରଦାନ କରିବା ପାଇଁ ଫିଙ୍ଗର୍ ପ୍ରିଣ୍ଟ ବିଶେଷଜ୍ଞମାନେ ସାଧାରଣତଃ ପୋଲିସ ବିଭାଗ, ଫୋରେନ୍ସିକ ସାଇନ୍ସ ଲାବୋରେଟୋରୀ ଏବଂ ତଦନ୍ତକାରୀ ସଂସ୍ଥାଗୁଡ଼ିକ ସହିତ ମିଶି କାର୍ଯ୍ୟ କରିଥାନ୍ତି।

ଫିଙ୍ଗର୍ ପ୍ରିଣ୍ଟ ଏକ୍ସପର୍ଟ
ଆବଶ୍ୟକ ଦକ୍ଷତା
  • ବିଶ୍ଳେଷଣାତ୍ମକ ଚିନ୍ତାଧାରା 

  • ସୂକ୍ଷ୍ମ ବିଷୟ ପ୍ରତି ଧ୍ୟାନ ଦେବା 

  • ସମସ୍ୟା ସମାଧାନ ଏବଂ ଦଳଗତ କାର୍ଯ୍ୟ

  • ଯୋଗାଯୋଗ ଦକ୍ଷତା

  • ପର୍ଯ୍ୟବେକ୍ଷଣ ଏବଂ ବୈଜ୍ଞାନିକ ଯୁକ୍ତିଯୁକ୍ତ ଚିନ୍ତାଧାରା

ସଫଳତା କାହାଣୀ

ଭାରତରେ "ଡିଏନଏ ଫିଙ୍ଗର୍‌ପ୍ରିଣ୍ଟିଂର ଜନକ" ଭାବେ ପରିଚିତ ଡକ୍ଟର ଲାଲଜୀ ସିଂ, ଦେଶର ଫୋରେନ୍ସିକ ସାଇନ୍ସ କ୍ଷେତ୍ରରେ ଅଭୂତପୂର୍ବ ଅବଦାନ ଦେଇଛନ୍ତି । ଉତ୍ତର ପ୍ରଦେଶର ଏକ ଛୋଟ ଗାଁରୁ ଆସିଥିବା ଡକ୍ଟର ସିଂ, ବିଜ୍ଞାନରେ ଉଚ୍ଚଶିକ୍ଷା ହାସଲ କରିବା ସହ ପରବର୍ତ୍ତୀ ସମୟରେ ଜଣେ ଆଦରଣୀୟ ମଲିକ୍ୟୁଲାର ବାୟୋଲୋଜିଷ୍ଟ (ଆଣବିକ ଜୀବବିଜ୍ଞାନୀ) ଭାବେ ପ୍ରତିଷ୍ଠିତ ହୋଇଥିଲେ । ସେ ଭାରତରେ ସ୍ୱଦେଶୀ ଜ୍ଞାନକୌଶଳରେ ଡିଏନଏ ଫିଙ୍ଗର୍‌ପ୍ରିଣ୍ଟିଂ ପ୍ରଯୁକ୍ତିବିଦ୍ୟାର ବିକାଶ କରିଥିଲେ ଏବଂ ଫୋରେନ୍ସିକ ପ୍ରମାଣ ସାହାଯ୍ୟରେ ଅନେକ ଜଟିଳ ଅପରାଧିକ ମାମଲାର ସମାଧାନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କର ଏହି କାର୍ଯ୍ୟ ଭାରତରେ ଆଧୁନିକ ଫୋରେନ୍ସିକ ସାଇନ୍ସ କ୍ଷେତ୍ରକୁ ଏକ ନୂଆ ଦିଗ୍‌ଦର୍ଶନ ଦେଇଥିଲା।

ଉତ୍ସ

ଅଧିକ ସୂଚନା ପାଇଁ ଆମର YouTube ଚ୍ୟାନେଲ୍ ଦେଖନ୍ତୁ