ଜଣେ ପଶୁ ସ୍ୱାସ୍ଥ୍ୟ କର୍ମୀ (ଆନିମଲ୍ ହେଲଥ୍ ୱାର୍କର) ହେଉଛନ୍ତି ଜଣେ ତାଲିମପ୍ରାପ୍ତ ବୃତ୍ତିଧାରୀ ଯିଏ ପଶୁମାନଙ୍କୁ, ବିଶେଷକରି ଗ୍ରାମାଞ୍ଚଳରେ କିମ୍ବା ପଶୁ ଚିକିତ୍ସକଙ୍କ ସହିତ କାମ କରିବା ସମୟରେ ପ୍ରାଥମିକ ସହାୟତା ଯୋଗାଇଥାନ୍ତି । ସେମାନେ ଟିକାକରଣ, ସାଧାରଣ ରୋଗର ଚିକିତ୍ସା, ପ୍ରାଥମିକ ସହାୟତା ଏବଂ ଗୃହପାଳିତ ପଶୁ ମାଲିକମାନଙ୍କୁ ସ୍ୱଚ୍ଛତା, ପୁଷ୍ଟିସାଧନ ତଥା ପଶୁ କଲ୍ୟାଣ ବିଷୟରେ ଶିକ୍ଷା ଦେବାରେ ସାହାଯ୍ୟ କରନ୍ତି । ସେମାନେ ପଶୁ ଚିକିତ୍ସକ ଏବଂ ସମାଜ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ସେତୁ ଭଳି କାମ କରନ୍ତି କାରଣ ସେମାନେ ଗୃହପାଳିତ ପଶୁ ଏବଂ ପୋଷା ଜନ୍ତୁଙ୍କୁ ସୁସ୍ଥ ରଖିବାରେ ସାହାଯ୍ୟ କରନ୍ତି ।
ବୈଷୟିକ ଏବଂ ଜ୍ଞାନ ଭିତ୍ତିକ ଦକ୍ଷତା
ପର୍ଯ୍ୟବେକ୍ଷଣ ଦକ୍ଷତା
ଯୋଗାଯୋଗ ଦକ୍ଷତା
ବ୍ୟବହାରିକ/ପ୍ରାୟୋଗିକ ଦକ୍ଷତା
ସମସ୍ୟା ସମାଧାନ ଦକ୍ଷତା
ଓଡ଼ିଶାର ମାଲକାନଗିରି ନିବାସୀ ମଧୁ ଭୂମିଆ, ଏକ ସରକାରୀ ଯୋଜନାରେ ତାଲିମ୍ ନେଇ ପଶୁ ସ୍ୱାସ୍ଥ୍ୟ କର୍ମୀ ହୋଇଥିଲେ। ସେ ନିଜ ଗାଁ ରେ କୁକୁଡ଼ା ଓ ଛେଳି ଚାଷୀମାନଙ୍କୁ ଟିକାକରଣ ଏବଂ ପଶୁ ଚିକିତ୍ସା ସେବା ଯୋଗାନ୍ତି । ସେ ଟିକାଗୁଡ଼ିକୁ ଘରେ ଏକ ସୌରଚାଳିତ ରେଫ୍ରିଜରେଟରରେ ସୁରକ୍ଷିତ ରଖନ୍ତି । ମଧୁ ମାସିକ ୭୦୦-୧,୦୦୦ କୁକୁଡ଼ା ଏବଂ ୨୫୦-୩୦୦ ଛେଳିଙ୍କୁ ଟିକା ଦେବା ପାଇଁ ପଶୁ ପିଛା ₹୨-₹୫ ଟଙ୍କା ନିଅନ୍ତି । ଏହା ବ୍ୟତୀତ, ଟିକା ବୋତଲ ବିକ୍ରି କରି ସେ ମାସିକ ₹୩,୦୦୦-₹୫,୦୦୦ ରୋଜଗାର କରନ୍ତି । ତାଙ୍କର ଏହି ପ୍ରୟାସ ଗୃହପାଳିତ ପଶୁଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ସହ ଗ୍ରାମୀଣ ଜୀବିକା ରକ୍ଷା କରିବାରେ ସାହାଯ୍ୟ କରୁଛି ।
ଉତ୍ସ