NCS Code: 6111.0300
ଜୈବିକ କୃଷି ଟେକ୍ନିସିଆନ୍, ପ୍ରାକୃତିକ ଏବଂ ପରିବେଶ ଅନୁକୂଳ ଚାଷ ପ୍ରଣାଳୀ ବ୍ୟବହାର କରି ଫସଲ ଉତ୍ପାଦନରେ ସହାୟତା କରିଥାନ୍ତି । ସେମାନେ କୌଣସି କୃତ୍ରିମ କିମ୍ବା ରାସାୟନିକ ସାର ଏବଂ କୀଟନାଶକ ବ୍ୟବହାର ନକରି ମାଟିର ସ୍ୱାସ୍ଥ୍ୟ ରକ୍ଷା, କମ୍ପୋଷ୍ଟ ବା ଖତ ପ୍ରସ୍ତୁତି, କୀଟ ନିୟନ୍ତ୍ରଣ ଏବଂ ଫସଲ ଉତ୍ପାଦନ ପ୍ରକ୍ରିୟାର ପରିଚାଳନାରେ ସାହାଯ୍ୟ କରନ୍ତି । ଜୈବିକ କୃଷି ଟେକ୍ନିସିଆନ୍ମାନେ କୃଷି କାର୍ଯ୍ୟର ତଦାରଖ କରନ୍ତି, ଜୈବିକ ପ୍ରମାଣୀକରଣ ମାନଦଣ୍ଡ ବଜାୟ ରଖନ୍ତି ଏବଂ ମାଟିର ଉର୍ବରତା, ଜୈବ ବିବିଧତା ଓ ସୁରକ୍ଷିତ ଖାଦ୍ୟ ଉତ୍ପାଦନକୁ ପ୍ରୋତ୍ସାହିତ କରୁଥିବା ସ୍ଥାୟୀ କୃଷି ଜ୍ଞାନକୌଶଳ ଆପଣାଇବାରେ ଚାଷୀମାନଙ୍କୁ ସହଯୋଗ କରିଥାନ୍ତି।
ଉଦ୍ଭିଦ ବିଜ୍ଞାନ ଏବଂ କୃଷି ବିଷୟରେ ଜ୍ଞାନ।
ପ୍ରାକୃତିକ ପଦ୍ଧତିରେ କୀଟ ଏବଂ ରୋଗ ନିୟନ୍ତ୍ରଣ କରିବା।
ପର୍ଯ୍ୟବେକ୍ଷଣ ଏବଂ ବିଶ୍ଳେଷଣାତ୍ମକ ଦକ୍ଷତା।
ପରିବେଶ ସଚେତନତା।
ଯୋଗାଯୋଗ ଏବଂ ଦଳଗତ କାର୍ଯ୍ୟ କରିବାର ଦକ୍ଷତା
ସୁଭାଷ ପାଲେକର ଜଣେ ଜଣାଶୁଣା ଭାରତୀୟ କୃଷି ବିଶେଷଜ୍ଞ, ଯିଏ 'ଜିରୋ ବଜେଟ୍ ପ୍ରାକୃତିକ କୃଷି' ର ପ୍ରୋତ୍ସାହନ ପାଇଁ ବେଶ୍ ପରିଚିତ, ଯାହା ଏକ ପ୍ରକାରର ଜୈବିକ ଏବଂ ରାସାୟନିକ ମୁକ୍ତ ଚାଷ ପ୍ରଣାଳୀ ଅଟେ । ଗୋବର ଏବଂ ଗୋମୂତ୍ର ଭଳି ପ୍ରାକୃତିକ ଉପାଦାନଗୁଡ଼ିକୁ ବ୍ୟବହାର କରି ତାଙ୍କର ଅଭିନବ ପଦ୍ଧତି ମାଧ୍ୟମରେ, ସେ ସମଗ୍ର ଭାରତରେ ହଜାର ହଜାର ଚାଷୀଙ୍କୁ ସ୍ଥାୟୀ କୃଷି ପ୍ରଣାଳୀ ଆପଣାଇବାରେ ସାହାଯ୍ୟ କରିଛନ୍ତି । ତାଙ୍କର ଏହି କାର୍ଯ୍ୟ ଜୈବିକ କୃଷି ଆନ୍ଦୋଳନକୁ ବହୁଭାବେ ପ୍ରଭାବିତ କରିଛି ଏବଂ ପରିବେଶ ଅନୁକୂଳ କୃଷିକୁ ବେଶ୍ ପ୍ରୋତ୍ସାହିତ କରିଛି।
ଉତ୍ସ