NCS Code: 2166.0400
ଜଣେ ଏ.ଆର. (ଅଗମେଣ୍ଟେଡ୍ ରିଆଲିଟି) ଏବଂ ଭି.ଆର. (ଭର୍ଚୁଆଲ୍ ରିଆଲିଟି) ଡିଜାଇନର୍ ଗେମିଂ, ଶିକ୍ଷା, ସ୍ୱାସ୍ଥ୍ୟସେବା, ପ୍ରତିରକ୍ଷା, ସ୍ଥାପତ୍ୟ (ଆର୍କିଟେକ୍ଚର), ଖୁଚୁରା ବ୍ୟବସାୟ ଏବଂ ତାଲିମ ସିମୁଲେସନ୍ କ୍ଷେତ୍ରରେ ବ୍ୟବହାର ପାଇଁ ଅତ୍ୟାଧୁନିକ ଅନୁଭୂତି ସୃଷ୍ଟି କରନ୍ତି । ୩ଡି (3D) ମଡେଲିଂ, ସ୍ପାସିଆଲ୍ ଡିଜାଇନ୍ (Spatial design) ଏବଂ ପ୍ରୋଗ୍ରାମିଂ ଉପକରଣ ବ୍ୟବହାର କରି ସେମାନେ ଏପରି ପାରସ୍ପରିକ ଡିଜିଟାଲ୍ ପରିବେଶ ନିର୍ମାଣ କରନ୍ତି ଯାହା ଭୌତିକ ଏବଂ ଭର୍ଚୁଆଲ୍ ଦୁନିଆ ମଧ୍ୟରେ ଥିବା ପାର୍ଥକ୍ୟକୁ ହ୍ରାସ କରିଥାଏ । ଏ.ଆର./ଭି.ଆର. ଡିଜାଇନର୍ମାନେ ଗେମ୍ ଷ୍ଟୁଡିଓ, ଟେକ୍ କମ୍ପାନୀ, ଏଡ୍-ଟେକ୍ (ଶିକ୍ଷା ପ୍ରଯୁକ୍ତିବିଦ୍ୟା) ପ୍ଲାଟଫର୍ମ, ପ୍ରତିରକ୍ଷା ଅନୁସନ୍ଧାନ ସଂଗଠନ, ସ୍ୱାସ୍ଥ୍ୟସେବା ସିମୁଲେସନ୍ ସଂସ୍ଥା, ସ୍ଥାପତ୍ୟ ସଂସ୍ଥା ଏବଂ ସ୍ୱାଧୀନ କର୍ମଚାରୀ (ଫ୍ରିଲାନ୍ସର) ଭାବରେ କାର୍ଯ୍ୟ କରନ୍ତି ।
୩ଡି (3D) ମଡେଲିଂ ଏବଂ ଆନିମେସନ୍ (ବ୍ଲେଣ୍ଡର, ମାୟା, ୩ଡିଏସ୍ ମାକ୍ସ)
ଏ.ଆର./ଭି.ଆର. ବିକାଶ ପ୍ଲାଟଫର୍ମରେ ପାରଦର୍ଶିତା : ୟୁନିଟି (Unity) ଏବଂ ଅନରିଅଲ୍ ଇଞ୍ଜିନ୍ (Unreal Engine) ବ୍ୟବହାର କରିବାର ଜ୍ଞାନ।
ପ୍ରୋଗ୍ରାମିଂ ଦକ୍ଷତା: C#, C++ ଏବଂ ପାଇଥନ୍ (Python) ଭଳି ପ୍ରୋଗ୍ରାମିଂ ଭାଷାରେ ଦକ୍ଷତା।
ସ୍ପାସିଆଲ୍ ଡିଜାଇନ୍ (Spatial Design), ଅତ୍ୟାଧୁନିକ ପରିବେଶ ପାଇଁ UX/UI (ୟୁଜର୍ ଏକ୍ସପିରିଏନ୍ସ / ୟୁଜର୍ ଇଣ୍ଟରଫେସ୍)
AR ଏସ.ଡି.କେ. (ସଫ୍ଟୱେର୍ ଡେଭଲପମେଣ୍ଟ କିଟ୍) ଏବଂ VR ହେଡସେଟ୍ (ଓକୁଲସ୍ ଏବଂ ଏଚ୍.ଟି.ସି. ଭାଇଭ୍) ର ଜ୍ଞାନ
ସୃଜନଶୀଳତା, କାହାଣୀ ବର୍ଣ୍ଣନା ଏବଂ ବ୍ୟବହାରକାରୀଙ୍କ ପ୍ରତି ସମ୍ବେଦନଶୀଳତା
ରିଅଲ୍-ଟାଇମ୍ ରେଣ୍ଡରିଂ ଏବଂ ଅପ୍ଟିମାଇଜେସନ୍ର ଜ୍ଞାନ
ଅକ୍ସଫୋର୍ଡରୁ ଶିକ୍ଷା ସମ୍ପୂର୍ଣ୍ଣ କରିଥିବା ଯୁବ ଉଦ୍ୟୋଗୀ ଭୈରବ ଶଙ୍କର, ହାଇଦ୍ରାବାଦରୁ 'ଅଭାନ୍ତାରୀ' (Avantari) ନାମକ ବିଶ୍ୱର ବିଶ୍ୱର ପ୍ରଥମ AR କମ୍ପାନୀ ପ୍ରତିଷ୍ଠା କରିଥିଲେ । ୨୦୧୯ ମସିହାରେ, ତାଙ୍କର ସବୁଠାରୁ ଆଶ୍ଚର୍ଯ୍ୟଜନକ ପ୍ରକଳ୍ପ ଓଡ଼ିଶାରେ କାର୍ଯ୍ୟକାରୀ ହୋଇଥିଲା - ଯାହାର ନାମ ଥିଲା 'ମୋ ନବୀନ ମୋ ଘରେ' ଅଭିଯାନ। ଏଥିରେ ତାଙ୍କ ଟିମ୍ ଏକ ସ୍ମାର୍ଟଫୋନ୍ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏକ ଜୀବନ୍ତ AR ହୋଲୋଗ୍ରାମ୍ (Hologram) ପ୍ରସ୍ତୁତ କରିଥିଲେ । ଏହାଦ୍ୱାରା ମୟୂରଭଞ୍ଜ, ସୁନ୍ଦରଗଡ଼, ବଲାଙ୍ଗୀର ଏବଂ କଳାହାଣ୍ଡି ଭଳି ଜିଲ୍ଲାର ପ୍ରାୟ ୫୦ ଲକ୍ଷ ଭୋଟର ନିଜ ଘରେ ବସି ମୁଖ୍ୟମନ୍ତ୍ରୀଙ୍କ ସହ ଫଟୋ ଉଠାଇବାର ସୁଯୋଗ ପାଇଥିଲେ । ବିଶ୍ୱର ସବୁଠାରୁ ସଫଳ AR ରାଜନୈତିକ ଅଭିଯାନ ଭାବେ ପରିଗଣିତ ଭୈରବଙ୍କ ଏହି କାହାଣୀ ପ୍ରମାଣ କରେ ଯେ, 'ଅଗ୍ମେଣ୍ଟେଡ୍ ରିଆଲିଟି' (AR) କୌଣସି ଦୂରର ଜ୍ଞାନକୌଶଳ ନୁହେଁ ବରଂ ଏହା ଭାରତର ତୃଣମୂଳ ସ୍ତରରେ ଲୋକଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ଆରମ୍ଭ କରିଦେଇଛି ।
ଉତ୍ସ