NCS Code: 2413.0100
ଇନଭେଷ୍ଟମେଣ୍ଟ୍ ବ୍ୟାଙ୍କର୍ ମାନେ ବିଭିନ୍ନ କମ୍ପାନୀ ଏବଂ ସରକାରଗୁଡ଼ିକୁ ପୁଞ୍ଜି ବା ସମ୍ବଳ ସଂଗ୍ରହ କରିବାରେ, କମ୍ପାନୀଗୁଡ଼ିକର ମିଶ୍ରଣ ଏବଂ ଅଧିଗ୍ରହଣ, ପରିଚାଳନା କରିବାରେ ଏବଂ ଆର୍ଥିକ ପରାମର୍ଶଦାତା ସେବା ଯୋଗାଇବାରେ ସାହାଯ୍ୟ କରନ୍ତି । ସେମାନେ ବଜାରର ଆର୍ଥିକ ଧାରା ବିଶ୍ଳେଷଣ କରନ୍ତି, ବିଭିନ୍ନ ଆର୍ଥିକ ଚୁକ୍ତି ବା ଡିଲ୍ଗୁଡ଼ିକୁ ରୂପରେଖ ଦିଅନ୍ତି ଏବଂ ବିନିଯୋଗ କ୍ଷେତ୍ରରେ ଗ୍ରାହକମାନଙ୍କୁ ମାର୍ଗଦର୍ଶନ କରନ୍ତି । ଇନଭେଷ୍ଟମେଣ୍ଟ୍ ବ୍ୟାଙ୍କରମାନେ ବ୍ୟାଙ୍କ, ଆର୍ଥିକ ପ୍ରତିଷ୍ଠାନ ଏବଂ କର୍ପୋରେଟ୍ ଫାଇନାନ୍ସ (Corporate Finance) ଏବଂ ଅର୍ଥନୈତିକ ଅଭିବୃଦ୍ଧିରେ ସେମାନେ ଏକ ପ୍ରମୁଖ ଭୂମିକା ଗ୍ରହଣ କରନ୍ତି।
ଦୃଢ଼ ବିଶ୍ଳେଷଣାତ୍ମକ ଏବଂ ପରିମାଣାତ୍ମକ ଦକ୍ଷତା।
ଆର୍ଥିକ ମଡେଲିଂ ଏବଂ ମୂଲ୍ୟାଙ୍କନ ଦକ୍ଷତା।
ଯୋଗାଯୋଗ ଏବଂ ବୁଝାମଣା (Negotiation) କରିବା କ୍ଷମତା।
ସମସ୍ୟା ସମାଧାନ କରିବାର କ୍ଷମତା।
ଆର୍ଥିକ ବଜାର ଏବଂ ଅର୍ଥନୀତିର ଗଭୀର ଜ୍ଞାନ।
ଉଦୟ କୋଟାକ ଏକ ସାଧାରଣ ପୃଷ୍ଠଭୂମିରୁ ନିଜର ଜୀବନଯାତ୍ରା ଆରମ୍ଭ କରିଥିଲେ ଏବଂ ଛୋଟ ଛୋଟ ବ୍ୟବସାୟଗୁଡ଼ିକୁ ଆର୍ଥିକ ସହାୟତା ଯୋଗାଇ ନିଜ କ୍ୟାରିୟରର ଶୁଭାରମ୍ଭ କରିଥିଲେ । ସୂକ୍ଷ୍ମ ଆର୍ଥିକ ଜ୍ଞାନ ଓ ଉଦ୍ୟୋଗୀ ଦୂରଦୃଷ୍ଟି ବଳରେ ସେ 'କୋଟାକ ମହିନ୍ଦ୍ରା'କୁ ଭାରତର ଅନ୍ୟତମ ଅଗ୍ରଣୀ ଆର୍ଥିକ ପ୍ରତିଷ୍ଠାନ ଭାବରେ ଗଢ଼ି ତୋଳିଥିଲେ । ଏକ ଛୋଟ ଷ୍ଟାର୍ଟଅପ୍ରୁ ବାହାରି ଏକ ପ୍ରମୁଖ ବ୍ୟାଙ୍କର ନେତୃତ୍ୱ ନେବା ପର୍ଯ୍ୟନ୍ତ ତାଙ୍କର ଏହି ସଫଳ ଜୀବନଯାତ୍ରା ପ୍ରତିପାଦିତ କରେ ଯେ, କିପରି ଦୃଢ଼ ସଂକଳ୍ପ, ବିପଦକୁ ସାମ୍ନା କରିବାର ସାହସ (Risk-taking) ଏବଂ ଆର୍ଥିକ ବିଶେଷଜ୍ଞତା ମାଧ୍ୟମରେ ଇନଭେଷ୍ଟମେଣ୍ଟ ବ୍ୟାଙ୍କିଂ ଓ ଆର୍ଥିକ କ୍ଷେତ୍ରରେ ଭଲ ସଫଳତା ହାସଲ କରାଯାଇପାରେ।
ଉତ୍ସ