NCS Code: 3212.0301
ଆନେସ୍ଥେସିଆ ଟେକ୍ନିସିଆନ୍ ହେଉଛନ୍ତି ଜଣେ ପ୍ରଶିକ୍ଷିତ ସ୍ୱାସ୍ଥ୍ୟ କର୍ମୀ, ଯିଏ ଅସ୍ତ୍ରୋପଚାର (ଅପରେସନ୍) ସମୟରେ ଆନେସ୍ଥେସିଓ ଲୋଜିଷ୍ଟଙ୍କୁ ସହଯୋଗ କରନ୍ତି । ସେ ଆନେସ୍ଥେସିଆ ଦେବା ପାଇଁ ଦରକାରି ଯନ୍ତ୍ରପାତି ପ୍ରସ୍ତୁତ କରନ୍ତି, ସେଗୁଡ଼ିକ ଠିକ୍ ଭାବେ କାମ କରୁଛି କି ନାହିଁ ଦେଖନ୍ତି ଏବଂ ତାହାର ଯତ୍ନ ନିଅନ୍ତି । ଅପରେସନ୍ ସମୟରେ ରୋଗୀ ଆନେସ୍ଥେସିଆ ପ୍ରଭାବରେ ଥିବାବେଳେ ସେ ରୋଗୀଙ୍କୁ ନିରନ୍ତର ଭାବେ ଦେଖାରଖା କରନ୍ତି ।
ପର୍ଯ୍ୟବେକ୍ଷଣ ଦକ୍ଷତା
ନିଷ୍ପତ୍ତି ନେବାର ଦକ୍ଷତା
ଯୋଗାଯୋଗ ଦକ୍ଷତା
ସମନ୍ୱୟ ଦକ୍ଷତା
ଉପସ୍ଥିତ ବୁଦ୍ଧିମତା
ପ୍ରକାଶ କେଜି ହସ୍ପିଟାଲରେ ଜଣେ ଆନେସ୍ଥେସିଆ ଟେକ୍ନିସିଆନ୍ ଭାବରେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ ଏବଂ ୩୪ ବର୍ଷରୁ ଅଧିକ ସମୟ ଧରି ନିଷ୍ଠାର ସହ କାର୍ଯ୍ୟ କରିଥିଲେ । ନିଜର କଠିନ ପରିଶ୍ରମ ଏବଂ ଅଭିଜ୍ଞତା ବଳରେ ସେ ଜଣେ ଟେକ୍ନିସିଆନ୍ରୁ ପଦୋନ୍ନତି ପାଇ ଅପରେସନ୍ ଥିଏଟର (OT) ର ଜେନେରାଲ୍ ମ୍ୟାନେଜର୍ ହୋଇପାରିଛନ୍ତି । ଆଜି ସେ ଓଟି (OT) ରେ ଜଣେ 'ଅଲ୍ରାଉଣ୍ଡର୍' ଭାବେ ବେଶ୍ ପରିଚିତ । ସେ କର୍ମଚାରୀମାନଙ୍କୁ ମାର୍ଗଦର୍ଶନ ଦେବା ସହ ହଜାର ହଜାର ଅସ୍ତ୍ରୋପଚାର ଯେପରି ସୁରୁଖୁରୁରେ ଓ ନିରାପଦରେ ସମ୍ପନ୍ନ ହେବ, ତାହା ନିଶ୍ଚିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି।
ଉତ୍ସ