NCS Code: 2351.0500
ଅଙ୍ଗନବାଡ଼ି ସୁପରଭାଇଜର ହେଉଛନ୍ତି ସରକାରଙ୍କ ଦ୍ୱାରା ନିଯୁକ୍ତ ଜଣେ ଅଧିକାରୀ, ଯିଏ ସମନ୍ୱିତ ଶିଶୁ ବିକାଶ ସେବା (ICDS) ଯୋଜନା ଅଧୀନରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର କାର୍ଯ୍ୟକାରିତାର ତଦାରଖ କରନ୍ତି । ସେମାନେ ଶିଶୁ ପୁଷ୍ଟିସାଧନ, ପ୍ରାକ୍-ବିଦ୍ୟାଳୟ ଶିକ୍ଷା (Preschool education), ଟୀକାକରଣ ଏବଂ ମାତୃତ୍ୱକାଳୀନ ଯତ୍ନ ଭଳି ସେବାଗୁଡ଼ିକର ସଠିକ୍ ପରିଚାଳନା ସୁନିଶ୍ଚିତ କରନ୍ତି। ସୁପରଭାଇଜର୍ ମାନେ ଅଙ୍ଗନବାଡ଼ି କର୍ମୀମାନଙ୍କୁ ମାର୍ଗଦର୍ଶନ କରନ୍ତି, କାର୍ଯ୍ୟକ୍ରମର ରୂପାୟନ ଉପରେ ନଜର ରଖନ୍ତି, ରେକର୍ଡପତ୍ର ରକ୍ଷଣାବେକ୍ଷଣ କରନ୍ତି ଓ ସମାଜରେ ଶିଶୁ ଓ ମହିଳାମାନଙ୍କର ସ୍ୱାସ୍ଥ୍ୟ, ପୁଷ୍ଟି ଏବଂ ବିକାଶର ଉନ୍ନତିରେ ସାହାଯ୍ୟ କରନ୍ତି।
ନେତୃତ୍ୱ ଏବଂ ପର୍ଯ୍ୟବେକ୍ଷଣ ଦକ୍ଷତା
ଯୋଗାଯୋଗ ଏବଂ ଆନ୍ତଃବ୍ୟକ୍ତିକ ଦକ୍ଷତା
ସାଂଗଠନିକ ଏବଂ ଯୋଜନା କରିବାର କ୍ଷମତା
ଜନସ୍ୱାସ୍ଥ୍ୟ ଏବଂ ପୁଷ୍ଟିସାଧନ ବିଷୟରେ ଜ୍ଞାନ
ସମସ୍ୟା ସମାଧାନ ଦକ୍ଷତା
ରେକର୍ଡ ରକ୍ଷଣାବେକ୍ଷଣ ଏବଂ ରିପୋର୍ଟ ପ୍ରସ୍ତୁତି