ପଠନ
ବିକଳ୍ପ

Xନମସ୍କାର,
ମୁଁ ଆମ ବଟ୍

ମୁଁ ଆପଣଙ୍କୁ କିପରି ସାହାଯ୍ୟ କରିପାରିବି?

ଅଧିକ ଜାଣିବାକୁ ଚାହୁଁଛନ୍ତି

ଧନ୍ଦାମୂଳକ କ୍ଷେତ୍ର ରେ

ବୃତ୍ତି

ହିଟିଂ, ଭେଣ୍ଟିଲେସନ୍ ଏବଂ ଏସି (HVAC) ଟେକ୍ନିସିଆନ୍


ହିଟିଂ, ଭେଣ୍ଟିଲେସନ୍ ଏବଂ ଏସି (HVAC) ଟେକ୍ନିସିଆନ୍

NCS Code: 7127.0100

ଜଣେ ହିଟିଂ, ଭେଣ୍ଟିଲେସନ୍ ଏବଂ ଏସି (HVAC) ଟେକ୍ନିସିଆନ୍ ତାପମାତ୍ରା ଏବଂ ବାୟୁର ଗୁଣବତ୍ତା ନିୟନ୍ତ୍ରଣ କରୁଥିବା ଯନ୍ତ୍ରଗୁଡ଼ିକର ସ୍ଥାପନ (install), ରକ୍ଷଣାବେକ୍ଷଣ ଏବଂ ମରାମତି କରନ୍ତି । ସେମାନଙ୍କର ମୁଖ୍ୟ ଦାୟିତ୍ୱ ମଧ୍ୟରେ ବ୍ଲୁ-ପ୍ରିଣ୍ଟ୍ ପଢ଼ିବା, କମ୍ପ୍ରେସର ଏବଂ ମୋଟର ପରି ଅଂଶଗୁଡ଼ିକୁ ପରୀକ୍ଷା କରିବା ଏବଂ ବୈଦ୍ୟୁତିକ ସର୍କିଟ୍‌ର ସମସ୍ୟା ସମାଧାନ କରିବା ମଧ୍ୟ ଅନ୍ତର୍ଭୁକ୍ତ । ସେମାନେ ବିଭିନ୍ନ ନିର୍ମାଣ କାର୍ଯ୍ୟ  ହୋଟେଲ, ସ୍ୱାସ୍ଥ୍ୟସେବା ଏବଂ ଉତ୍ପାଦନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଥାନ୍ତି ।

ଆବଶ୍ୟକ ଦକ୍ଷତା :
  • ବିଶ୍ଳେଷଣାତ୍ମକ ଚିନ୍ତାଧାରା 

  • ସମସ୍ୟା ସମାଧାନ ଦକ୍ଷତା 

  • ଦଳଗତ କାର୍ଯ୍ୟ 

  • ଯୋଗାଯୋଗ ଦକ୍ଷତା 

  • ବୈଷୟିକ ଦଲିଲିକରଣ

ସଫଳତାର କାହାଣୀ

ଅଜୟ ସିଙ୍ଘାନିଆ

ଅଜୟ ସିଙ୍ଘାନିଆ ନୋଏଡାସ୍ଥିତ ତାଙ୍କ ପାରିବାରିକ କାରଖାନାରେ ଆମଦାନୀ ହୋଇଥିବା ଏୟାର କଣ୍ଡିସନରଗୁଡ଼ିକୁ ଏକାଠି (assembling) କରିବା କାମରୁ ନିଜର ଯାତ୍ରା ଆରମ୍ଭ କରିଥିଲେ। ନିରନ୍ତର ନୂତନ ଚିନ୍ତାଧାରା ଓ ପରିଶ୍ରମ ଯୋଗୁଁ, ତାଙ୍କ କମ୍ପାନୀ ଇପ୍ୟାକ (EPACK) ଆଜି ରୁମ୍ ଏୟାର କଣ୍ଡିସନର କ୍ଷେତ୍ରରେ ଭାରତର ଦ୍ୱିତୀୟ ବୃହତ୍ତମ ODM (Original Design Manufacturer) ରେ ପରିଣତ ହୋଇଛି । ସେ ସାମସଙ୍ଗ, ଏଲଜି, ଭୋଲଟାସ ଏବଂ ବୋସ୍ (Bosch) ପରି ବଡ଼ ବ୍ରାଣ୍ଡକୁ ସାମଗ୍ରୀ ଯୋଗାଉଛନ୍ତି । ଅଜୟଙ୍କ ଏହି ଯାତ୍ରା ଦର୍ଶାଉଛି ଯେ କିପରି HVAC କ୍ଷେତ୍ରରେ ବ୍ୟାବହାରିକ ଅଭିଜ୍ଞତା ବ୍ୟବହାର କରି ଏକ ଜାତୀୟ ସ୍ତରର ଶିଳ୍ପ ପ୍ରତିଷ୍ଠା କରାଯାଇପାରେ ।


ଉତ୍ସ

ଅଧିକ ସୂଚନା ପାଇଁ, ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ