ପଠନ
ବିକଳ୍ପ

Xନମସ୍କାର,
ମୁଁ ଆମ ବଟ୍

ମୁଁ ଆପଣଙ୍କୁ କିପରି ସାହାଯ୍ୟ କରିପାରିବି?

ଅଧିକ ଜାଣିବାକୁ ଚାହୁଁଛନ୍ତି

ଇଞ୍ଜିନିୟରିଂ ରେ

ବୃତ୍ତି

ସେରାମିକ୍ ଇଞ୍ଜିନିୟର୍


ସେରାମିକ୍ ଇଞ୍ଜିନିୟର୍

ଜଣେ ସେରାମିକ୍ ଇଞ୍ଜିନିୟର ନିର୍ମାଣ, ଇଲେକ୍ଟ୍ରୋନିକ୍ସ, ଏରୋସ୍ପେସ୍ (ମହାକାଶ ବିଜ୍ଞାନ) ଏବଂ ସ୍ୱାସ୍ଥ୍ୟସେବା ଭଳି ଶିଳ୍ପଗୁଡ଼ିକ ପାଇଁ ସେରାମିକ୍ ସାମଗ୍ରୀର ଡିଜାଇନ୍, ବିକାଶ ଏବଂ ନିର୍ମାଣ କାର୍ଯ୍ୟରେ ବିଶେଷଜ୍ଞ ଅଟନ୍ତି । ସେମାନେ କାଚ, ପୋର୍ସିଲେନ୍ (Porcelain) ଏବଂ ଉନ୍ନତ ସେରାମିକ୍ ସାମଗ୍ରୀର ଶକ୍ତି, ତାପ ପ୍ରତିରୋଧକ ଶକ୍ତି ଏବଂ ସ୍ଥାୟୀତ୍ୱ ବୃଦ୍ଧି କରିବା ପାଇଁ କାର୍ଯ୍ୟ କରନ୍ତି । ସେରାମିକ୍ ଇଞ୍ଜିନିୟରମାନେ ସାମଗ୍ରୀ ପରୀକ୍ଷଣ, ପ୍ରକ୍ରିୟା ସରଳିକରଣ ଏବଂ ଗୁଣବତ୍ତା ନିୟନ୍ତ୍ରଣରେ ସମ୍ପୃକ୍ତ ଥାଆନ୍ତି, ଯାହା ଟାଇଲ୍ସ, ମେଡିକାଲ୍ ଇମପ୍ଲାଣ୍ଟସ୍  ଏବଂ ଇଲେକ୍ଟ୍ରୋନିକ୍ ଉପକରଣ ଭଳି ଉତ୍ପାଦଗୁଡ଼ିକରେ ଅଭିନବ ପରିବର୍ତ୍ତନ ଆଣିଥାଏ।

ଆବଶ୍ୟକ ଦକ୍ଷତା :
  • ବୈଷୟିକ ଦକ୍ଷତା 

  • ପ୍ରୟୋଗଶାଳା ଏବଂ ପରୀକ୍ଷଣ ଦକ୍ଷତା 

  • ସମସ୍ୟା ସମାଧାନ ଏବଂ ବିଶ୍ଳେଷଣାତ୍ମକ ଚିନ୍ତାଧାରା ଦକ୍ଷତା 

  • ଅନୁସନ୍ଧାନ ଦକ୍ଷତା 

  • ଯୋଗାଯୋଗ ଦକ୍ଷତା 

  • ସାଂଗଠନିକ ଦକ୍ଷତା

ସଫଳତାର କାହାଣୀ

ଡକ୍ଟର ରଞ୍ଜନ ଦାଶ – ଓଡ଼ିଶାରୁ ବିଶ୍ୱସ୍ତରୀୟ ଉଦ୍ଭାବନ

ଡକ୍ଟର ରଞ୍ଜନ ଦାଶ (ଜନ୍ମ ୧୯୭୬, ହିଲ୍ଲାପାଲ୍ଲୀ ଗ୍ରାମ, ସମ୍ବଲପୁର, ଓଡ଼ିଶା) ଜଣେ ପ୍ରତିଷ୍ଠିତ ଭାରତୀୟ ଶିଳ୍ପପତି ଏବଂ ପଦାର୍ଥ ବିଜ୍ଞାନୀ (Materials Scientist) ଅଟନ୍ତି। ସେ ୧୯୯୮ ମସିହାରେ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏନ୍.ଆଇ.ଟି.), ରାଉରକେଲାରୁ ସେରାମିକ୍ ଇଞ୍ଜିନିୟରିଂରେ ବି.ଟେକ୍ ସମ୍ପୂର୍ଣ୍ଣ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଡ୍ରେକ୍ସେଲ୍ ବିଶ୍ୱବିଦ୍ୟାଳୟରୁଏମ୍.ବି.ଏ. - ମାଷ୍ଟର୍ ଅଫ୍ ବିଜନେସ୍ ଆଡମିନିଷ୍ଟ୍ରେସନ୍ (MBA) ଏବଂ ପିଏଚ୍.ଡି. - ଡକ୍ଟର ଅଫ୍ ଫିଲୋସୋଫି (PhD) ଡିଗ୍ରୀ ହାସଲ କରିଥିଲେ।  ସେ 'ୱାଇ-କାର୍ବନ୍' (Y-Carbon) କମ୍ପାନୀର ସହ-ପ୍ରତିଷ୍ଠାତା ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ଅଟନ୍ତି, ଯାହା ଉନ୍ନତ ସାମଗ୍ରୀର ନୂତନତ୍ୱ (Advanced materials innovation) ଉପରେ ଧ୍ୟାନ ପ୍ରଦାନ କରିଥାଏ । ଡକ୍ଟର ଦାଶ ନିଜର ଗବେଷଣା ସମୟରେ 'ଏ.ଜେ. ନାନୋ-ଟେକ୍ନୋଲୋଜି ଇନଷ୍ଟିଚ୍ୟୁଟ୍'ରେ ବିକଶିତ କରିଥିବା ଏକ ବୈଷୟିକ ଜ୍ଞାନକୌଶଳର ବ୍ୟବସାୟିକରଣ ପାଇଁ ଏହି ସଂସ୍ଥା ପ୍ରତିଷ୍ଠା କରିଥିଲେ, ଯେଉଁଥିରେ ପଦାର୍ଥ ବିଜ୍ଞାନ ଏବଂ ଇଞ୍ଜିନିୟରିଂ ପ୍ରୟୋଗ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି ।


ଉତ୍ସ

ଅଧିକ ସୂଚନା ପାଇଁ, ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ