ପଠନ
ବିକଳ୍ପ

Xନମସ୍କାର,
ମୁଁ ଆମ ବଟ୍

ମୁଁ ଆପଣଙ୍କୁ କିପରି ସାହାଯ୍ୟ କରିପାରିବି?

ଅଧିକ ଜାଣିବାକୁ ଚାହୁଁଛନ୍ତି

ଆୟୁର୍ବେଦ ଏବଂ ପ୍ରାଣୀ ଚିକିତ୍ସା ବିଜ୍ଞାନ ରେ

ବୃତ୍ତି

ସିଦ୍ଧ ଚିକିତ୍ସକ


ସିଦ୍ଧ ଚିକିତ୍ସକ

ଜଣେ ସିଦ୍ଧ ଚିକିତ୍ସକ ହେଉଛନ୍ତି ଜଣେ ପାରମ୍ପରିକ ସ୍ୱାସ୍ଥ୍ୟଚିକିତ୍ସା ବିଶେଷଜ୍ଞ, ଯିଏ ଭାରତର ଅନ୍ୟତମ ପ୍ରାଚୀନ ଚିକିତ୍ସା ବିଜ୍ଞାନ 'ସିଦ୍ଧ ପଦ୍ଧତି'ରେ ପ୍ରଶିକ୍ଷିତ। ସେମାନେ ଭେଷଜ ବା ଜଡ଼ିବୁଟି ଔଷଧ, ଖଣିଜ ପ୍ରସ୍ତୁତି, ଖାଦ୍ୟପେୟ ଏବଂ ଜୀବନଶୈଳୀ ଅଭ୍ୟାସ ମାଧ୍ୟମରେ ରୋଗର ନିରୂପଣ ଓ ଚିକିତ୍ସା କରନ୍ତି। ସ୍ୱାସ୍ଥ୍ୟ ଅବସ୍ଥାକୁ ସ୍ୱାଭାବିକ କରିବା ପାଇଁ ସିଦ୍ଧ ଚିକିତ୍ସକମାନେ ଶରୀରର ତିନୋଟି ଦୋଷ ବା ଗୁଣ - ବାତ, ପିତ୍ତ ଏବଂ କଫ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଉପରେ ଧ୍ୟାନ ଦିଅନ୍ତି। ସେମାନେ ପ୍ରାକୃତିକ ତଥା ସମୟାନୁବର୍ତ୍ତୀ ଚିକିତ୍ସା ଆଭିମୁଖ୍ୟ ମାଧ୍ୟମରେ ପ୍ରତିଷେଧକ ଯତ୍ନ, ସାମଗ୍ରିକ ଆରୋଗ୍ୟ ଏବଂ ଦୀର୍ଘକାଳୀନ ସୁସ୍ଥତା ଉପରେ ଗୁରୁତ୍ୱାରୋପ କରନ୍ତି।

ଆବଶ୍ୟକ ଦକ୍ଷତା :
  • ସାମଗ୍ରିକ ଚିକିତ୍ସା ପ୍ରଦାନ କରିବା ପାଇଁ ରୋଗୀଙ୍କର ଶାରୀରିକ ଏବଂ ଆବେଗିକ ଆବଶ୍ୟକତାକୁ ବୁଝିବା।

  • ଚିକିତ୍ସା ପଦ୍ଧତି, ଜୀବନଶୈଳୀରେ ପରିବର୍ତ୍ତନ ଏବଂ ପାରମ୍ପରିକ ଆରୋଗ୍ୟ ଅଭ୍ୟାସ ବିଷୟରେ ସ୍ପଷ୍ଟ ଭାବରେ ବୁଝାଇବା।

  • ସିଦ୍ଧ ନିୟମ ଏବଂ ଶରୀରର ଗଠନ (Body constitution) ଆଧାରରେ ରୋଗର ଲକ୍ଷଣଗୁଡ଼ିକୁ ଅନୁଧ୍ୟାନ କରିବା ଏବଂ ରୋଗ ନିରୂପଣ କରିବା।

  • ରୋଗୀର ସ୍ୱାସ୍ଥ୍ୟାବସ୍ଥାରେ ହେଉଥିବା ଉନ୍ନତି ଏବଂ ପ୍ରାକୃତିକ ଚିକିତ୍ସା ପ୍ରତି ସେମାନଙ୍କର ପ୍ରତିକ୍ରିୟାକୁ ସତର୍କତାର ସହିତ ନିରୀକ୍ଷଣ କରିବା।

  • ବୃତ୍ତିଗତ ସାଧୁତା ବଜାୟ ରଖିବା ଏବଂ ପାରମ୍ପରିକ ଚିକିତ୍ସା ନିୟମ ପ୍ରତି ନିଜର ପ୍ରତିବଦ୍ଧତା ରକ୍ଷା କରିବା।

ସଫଳତାର କାହାଣୀ

ଡାକ୍ତର କେ. ପି. ଅର୍ଜୁନନ

ଡାକ୍ତର କେ. ପି. ଅର୍ଜୁନନ ହେଉଛନ୍ତି ସିଦ୍ଧ ଚିକିତ୍ସା କ୍ଷେତ୍ରରେ ଜଣେ ବିଶିଷ୍ଟ ଚିକିତ୍ସକ, ଯିଏ ପାରମ୍ପରିକ ଆରୋଗ୍ୟ ପଦ୍ଧତିର ସଂରକ୍ଷଣ ଏବଂ ପ୍ରସାର ପାଇଁ ବ୍ୟାପକ ଭାବେ ସମ୍ମାନିତ। ଜଣେ ପାରମ୍ପରିକ ସିଦ୍ଧ ଚିକିତ୍ସକ ଭାବରେ, ସେ ଭାରତରେ ସ୍ୱଦେଶୀ ଚିକିତ୍ସା ଜ୍ଞାନ ଏବଂ ଅଭ୍ୟାସକୁ ସୁଦୃଢ଼ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। 'ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସିଦ୍ଧ' (National Institute of Siddha) ର ସାଧାରଣ ପରିଷଦ (General Body) କୁ ସେ ମନୋନୀତ ହୋଇଛନ୍ତି, ଯାହା ଏହି କ୍ଷେତ୍ରରେ ତାଙ୍କର ଅଗାଧ ପାରଦର୍ଶିତା ଏବଂ ଅବଦାନକୁ ପ୍ରତିଫଳିତ କରେ। ଏହାବ୍ୟତୀତ, ସେ 'ତାମିଲନାଡୁ ପାରମ୍ପର୍ଯ୍ୟ ସିଦ୍ଧ ବୈଦ୍ୟ ମହାସଂଘ'ର ରାଜ୍ୟ ସଭାପତି ଭାବରେ କାର୍ଯ୍ୟ କରୁଛନ୍ତି, ଯେଉଁଠାରେ ସେ ପାରମ୍ପରିକ ଚିକିତ୍ସକମାନଙ୍କୁ ସହାୟତା କରିବା ସହିତ ବୃହତ ସ୍ୱାସ୍ଥ୍ୟସେବା ପ୍ରଣାଳୀରେ ସିଦ୍ଧ ଚିକିତ୍ସାର ଅଭିବୃଦ୍ଧି, ସ୍ୱୀକୃତି ଏବଂ ସମନ୍ୱୟ ପାଇଁ ସକ୍ରିୟ ଭାବରେ କାର୍ଯ୍ୟ କରୁଛନ୍ତି।


ଉତ୍ସ

ଅଧିକ ସୂଚନା ପାଇଁ, ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ