
ପଠନ
ବିକଳ୍ପ
ଅଧିକ ଜାଣିବାକୁ ଚାହୁଁଛନ୍ତି
NCS Code: 2422.0200
ଜଣେ ସି.ଏସ୍.ଆର୍. (କର୍ପୋରେଟ୍ ସୋସିଆଲ୍ ରେସପନ୍ସିବିଲିଟି) ମ୍ୟାନେଜର କମ୍ପାନୀର ବ୍ୟବସାୟିକ ଲକ୍ଷ୍ୟକୁ ସାମାଜିକ ଏବଂ ପରିବେଶଗତ ପ୍ରଭାବ ସହିତ ସମନ୍ୱୟ ରକ୍ଷା କରିବା ପାଇଁ ଯୋଜନା ପ୍ରସ୍ତୁତ କରନ୍ତି ଏବଂ ଏହାକୁ କାର୍ଯ୍ୟକାରୀ କରନ୍ତି । ସେମାନେ ଗୋଷ୍ଠୀ ବିକାଶ ପ୍ରକଳ୍ପଗୁଡ଼ିକର ଯୋଜନା କରନ୍ତି, ବେସରକାରୀ ସଂଗଠନ (ଏନ୍.ଜି.ଓ.) ମାନଙ୍କ ସହିତ ସହଭାଗିତା ପରିଚାଳନା କରନ୍ତି, ସି.ଏସ୍.ଆର୍. ନିୟମାବଳୀର ଅନୁପାଳନ ସୁନିଶ୍ଚିତ କରନ୍ତି ଏବଂ କାର୍ଯ୍ୟକ୍ରମର ଫଳାଫଳ ଉପରେ ନଜର ରଖନ୍ତି । ସି.ଏସ୍.ଆର୍. ମ୍ୟାନେଜରମାନେ ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ସ୍ଥାୟୀତ୍ୱ ପରି କ୍ଷେତ୍ରରେ କାର୍ଯ୍ୟ କରନ୍ତି, ଯାହା ସଂଗଠନଗୁଡ଼ିକୁ ନୈତିକ ଅଭ୍ୟାସ ଗଠନ କରିବାରେ, ବ୍ରାଣ୍ଡ୍ର ସୁନାମ ବୃଦ୍ଧି କରିବାରେ ଏବଂ ଆଇନଗତ ଆବଶ୍ୟକତା ପୂରଣ କରିବା ସହିତ ସମାଜ ପ୍ରତି ଅର୍ଥପୂର୍ଣ୍ଣ ଅବଦାନ ଦେବାରେ ସାହାଯ୍ୟ କରିଥାଏ।
ଦୃଢ ଯୋଗାଯୋଗ ଏବଂ ଅଂଶୀଦାର (Stakeholder) ପରିଚାଳନା
ପ୍ରକଳ୍ପ ଯୋଜନା ଏବଂ କାର୍ଯ୍ୟକାରିତା
ସାମାଜିକ ସମସ୍ୟା ଏବଂ ଜନନୀତି (Public Policy) ବିଷୟରେ ଜ୍ଞାନ
ଅନୁସନ୍ଧାନ ଏବଂ ପ୍ରଭାବ ଆକଳନ (Impact assessment)
ନେତୃତ୍ୱ ଏବଂ ଦଳଗତ ସମନ୍ୱୟ
ଆର୍ଥିକ ଯୋଜନା ଏବଂ ବଜେଟ୍ ପ୍ରସ୍ତୁତି
ସମସ୍ୟା ସମାଧାନ ଏବଂ ନିଷ୍ପତ୍ତି ଗ୍ରହଣ
ରିପୋର୍ଟ ଲିଖନ ଏବଂ ଦସ୍ତାବିଜ ପ୍ରସ୍ତୁତି
ଡଃ ଅମ୍ବିକା ପ୍ରସାଦ ନନ୍ଦ ନିଜର ଜୀବନ ଯାତ୍ରା ଓଡ଼ିଶାର ଦୂରଦୂରାନ୍ତ ଆଦିବାସୀ ଅଞ୍ଚଳରେ ଜଣେ ତୃଣମୂଳ ସ୍ତରର ସମାଜସେବୀ ଭାବରେ ଆରମ୍ଭ କରିଥିଲେ, ଯେଉଁଠାରେ ସେ ସେହି ସମ୍ପ୍ରଦାୟଗୁଡ଼ିକ ସହ ରହି ସେମାନଙ୍କର ସମସ୍ୟାକୁ ଅତି ନିକଟରୁ ବୁଝିଥିଲେ। ମିଳିତ ଜାତିସଂଘ ବିକାଶ କାର୍ଯ୍ୟକ୍ରମ (UNDP) ରେ କାର୍ଯ୍ୟ କରିବାର ବ୍ୟାପକ ଅନୁଭୂତି ସହିତ ସେ ଗ୍ରାମୀଣ ବିକାଶ ଏବଂ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଗଭୀର ଦକ୍ଷତା ହାସଲ କରିଥିଲେ। ପରବର୍ତ୍ତୀ ସମୟରେ ଟାଟା ଷ୍ଟିଲ୍ (ଓଡ଼ିଶା) ର ସି.ଏସ୍.ଆର୍. ମୁଖ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରି, ସେ ସି.ଏସ୍.ଆର୍. କାର୍ଯ୍ୟକ୍ରମକୁ ଏକ ତଥ୍ୟ-ଆଧାରିତ ଏବଂ ପ୍ରଭାବଶାଳୀ ମଡେଲରେ ପରିବର୍ତ୍ତିତ କରିଥିଲେ। ଆଜି ସେ ଜଣେ ଜାତୀୟ ସ୍ତରର ସ୍ୱୀକୃତିପ୍ରାପ୍ତ ନେତା ଭାବେ ପରିଚିତ, ଯିଏ ଗୋଷ୍ଠୀର ପ୍ରକୃତ ଆବଶ୍ୟକତା ଉପରେ ଆଧାରିତ ସ୍ଥାୟୀ ଜୀବିକା ନିର୍ବାହର ପଦକ୍ଷେପ ଗୁଡ଼ିକ ପାଇଁ ଜଣାଶୁଣା।
ଜଣେ ସି.ଏସ୍.ଆର୍. ମ୍ୟାନେଜର ସାମାଜିକ ପ୍ରଭାବ, ସହଭାଗିତା ଏବଂ କାର୍ଯ୍ୟକ୍ରମ କାର୍ଯ୍ୟକାରିତାରେ ନିଜର ଅଭିଜ୍ଞତାକୁ ବ୍ୟବହାର କରି ଏକ ସାମାଜିକ ଉଦ୍ୟୋଗ (Social enterprise) କିମ୍ବା ସି.ଏସ୍.ଆର୍. ପରାମର୍ଶଦାୟକ ସଂସ୍ଥା ଆରମ୍ଭ କରି ଉଦ୍ୟୋଗୀ ହୋଇପାରିବେ । ସେମାନେ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସ୍ଥାୟୀତ୍ୱ ପରି କ୍ଷେତ୍ରରେ ଧ୍ୟାନ ଦେଇ କର୍ପୋରେଟ୍, ବେସରକାରୀ ସଂଗଠନ (NGO) ଏବଂ ସରକାରୀ ସଂସ୍ଥାଗୁଡ଼ିକ ପାଇଁ ପ୍ରଭାବଶାଳୀ ପ୍ରକଳ୍ପର ରୂପରେଖ ପ୍ରସ୍ତୁତ ଏବଂ ପରିଚାଳନା କରିପାରିବେ। ରଣନୈତିକ ଚିନ୍ତାଧାରା ସହିତ ତୃଣମୂଳ ସ୍ତରର ବୁଝାମଣାକୁ ସମନ୍ୱିତ କରି ସେମାନେ ବ୍ୟାପକ ସମାଧାନ ପ୍ରସ୍ତୁତ କରିପାରିବେ, ବିଭିନ୍ନ କ୍ଷେତ୍ର ମଧ୍ୟରେ ସହଯୋଗ ବୃଦ୍ଧି କରିପାରିବେ ଏବଂ ସ୍ଥାୟୀ ସାମାଜିକ ତଥା ଆର୍ଥିକ ମୂଲ୍ୟ ସୃଷ୍ଟି କରିପାରିବେ।
ଲୋକୋମୋଟର ଅକ୍ଷମତା (OA, OL, OAL ଇତ୍ୟାଦି) [ଯଥା: ଗମନାଗମନ ସମ୍ବନ୍ଧୀୟ ଅକ୍ଷମତା, କିନ୍ତୁ ସହାୟକ ଉପକରଣ ସହିତ କିମ୍ବା ବିନା କାର୍ଯ୍ୟ କରିବାକୁ ସକ୍ଷମ]
ଶ୍ରବଣ ଶକ୍ତି ବାଧିତ (HH) [ବିଶେଷ କରି ଯୋଗାଯୋଗ ସହାୟକ ଉପକରଣ ସହିତ]
ବାକ୍ ଏବଂ ଭାଷା ଅକ୍ଷମତା
ସ୍ୱଳ୍ପ ଦୃଷ୍ଟିଶକ୍ତି (LV) [ସ୍କ୍ରିନ୍ ରିଡର୍, ମ୍ୟାଗ୍ନିଫାୟର୍ ପରି ସହାୟକ ପ୍ରଯୁକ୍ତିବିଦ୍ୟା ସହିତ]