NCS CODE: 2642.03 | MC030
ଜଣେ ସାମ୍ବାଦିକ ନିରପେକ୍ଷ ଦୃଷ୍ଟିକୋଣ ବ୍ୟବହାର କରି ବାସ୍ତବ ଘଟଣା ଗୁଡ଼ିକ ବିଷୟରେ ଖବର ଆକଳନ ଓ ଖବର ସଂଗ୍ରହ କରି ଏହାର ଉପସ୍ଥାପନ କରନ୍ତି । ସେମାନେ ଖବର ପହଞ୍ଚାଇବା ପାଇଁ ଟେକ୍ସଟ୍, ଅଡିଓ କିମ୍ବା ଫଟୋ ବ୍ୟବହାର କରିପାରିବେ ।
ଭକ୍ତତ୍ରିପାଠୀ ହେଉଛନ୍ତି ନ୍ୟୁଜ୍ ୱାର୍ଲ୍ଡ ଓଡ଼ିଶାର ମୁଖ୍ୟ ସମ୍ପାଦକ। ସେ ଓଡ଼ିଶାର ଜଣେ ବରିଷ୍ଠ ଟେଲିଭିଜନ ସାମ୍ବାଦିକ । ସେ ଇଟିଭି ନ୍ୟୁଜ୍ ଓଡ଼ିଆର ପୂର୍ବତନ ସମ୍ପାଦକ ଥିଲେ। ଏହା ପୂର୍ବରୁ ସେ ଓଡ଼ିଶା ଟିଭି ସହ ଇନପୁଟ ଓ ଅନୁସନ୍ଧାନକାରୀ ସମ୍ପାଦକ ଭାବେ ଜଡ଼ିତ ଥିଲେ । ଓଟିଭିରେ ରହୁଥିବା ସମୟରେ ତାଙ୍କର ପ୍ରଥମ ଓଡ଼ିଆ ଲୋକପ୍ରିୟ ଖାଦ୍ୟ କାର୍ଯ୍ୟକ୍ରମ 'ସ୍ୱାଦିଷ୍ଟ' କାର୍ଯ୍ୟକ୍ରମ ବେଶ୍ ସଫଳ ହୋଇଥିଲା । ଏହି ସୋ' କେବଳ ରାଜ୍ୟର ଖାଦ୍ୟ ସଂସ୍କୃତିକୁ ଲୋକପ୍ରିୟ କରିନଥିଲା, ବରଂ ଶ୍ରୀ ତ୍ରିପାଠୀଙ୍କୁ ଓଡ଼ିଶା ରସଗୋଲା ଗବେଷଣାରେ ସାମିଲ କରିବାକୁ ରାଜ୍ୟ ସରକାରଙ୍କୁ ଉତ୍ସାହିତ କରିଥିଲେ ।