ପଠନ
ବିକଳ୍ପ

Xନମସ୍କାର,
ମୁଁ ଆମ ବଟ୍

ମୁଁ ଆପଣଙ୍କୁ କିପରି ସାହାଯ୍ୟ କରିପାରିବି?

ଅଧିକ ଜାଣିବାକୁ ଚାହୁଁଛନ୍ତି

ପ୍ରତିଯୋଗିତାମୂଳକ କ୍ଷେତ୍ର ରେ

ବୃତ୍ତି

ଷ୍ଟେନୋଗ୍ରାଫର୍


ଷ୍ଟେନୋଗ୍ରାଫର୍

NCS Code: 4120.9900

ଷ୍ଟେନୋଗ୍ରାଫର୍, ସର୍ଟହ୍ୟାଣ୍ଡ (ଶୀଘ୍ରଲିପି) ବ୍ୟବହାର କରି କୁହାଯାଉଥିବା ଶବ୍ଦଗୁଡ଼ିକୁ ଅତି ଶୀଘ୍ର ଲିପିବଦ୍ଧ କରନ୍ତି ଏବଂ ସେଗୁଡ଼ିକୁ ସଠିକ୍ ଭାବରେ ଟାଇପ୍ କରନ୍ତି । ସେମାନେ ଅଦାଲତ, ସରକାରୀ କାର୍ଯ୍ୟାଳୟ ଏବଂ ବିଭିନ୍ନ କମ୍ପାନୀରେ କାର୍ଯ୍ୟ କରନ୍ତି । ସେମାନଙ୍କ କାର୍ଯ୍ୟରେ ଭାଷଣଗୁଡ଼ିକୁ ଟ୍ରାନ୍ସକ୍ରାଇବ୍ କରିବା (ଲିପିବଦ୍ଧ କରିବା), ସରକାରୀ ଦସ୍ତାବିଜ ପ୍ରସ୍ତୁତ କରିବା ଏବଂ ରେକର୍ଡ ରକ୍ଷଣାବେକ୍ଷଣ କରିବା ସହିତ ଅଧିକାରୀମାନଙ୍କୁ ସଠିକ୍ ଦସ୍ତାବିଜ ପ୍ରସ୍ତୁତିରେ ସହାୟତା କରିବା ଅନ୍ତର୍ଭୁକ୍ତ ।

ଆବଶ୍ୟକ ଦକ୍ଷତା :
  • ଦ୍ରୁତ ଟାଇପିଂ ଏବଂ ସର୍ଟହ୍ୟାଣ୍ଡ (ଶୀଘ୍ରଲିପି) ଦକ୍ଷତା

  • ଉତ୍ତମ ଶ୍ରବଣ ଶକ୍ତି

  • ସୂକ୍ଷ୍ମ ବିବରଣୀ ପ୍ରତି ଧ୍ୟାନ ଦେବା 

  • ଯୋଗାଯୋଗ ଦକ୍ଷତା

  • କମ୍ପ୍ୟୁଟର ଦକ୍ଷତା (ଏମ୍.ଏସ୍. ୱାର୍ଡ (ମାଇକ୍ରୋସଫ୍ଟ ୱାର୍ଡ), ଟାଇପିଂ ସଫ୍ଟୱେର୍]

  • ସମୟ ପରିଚାଳନା

  • ସଠିକତା ଏବଂ ଏକାଗ୍ରତା

ସଫଳତାର କାହାଣୀ

ପୂଜା କୁମାରୀ

ପୂଜା କୁମାରୀ, ଜଣେ ସାଧାରଣ ପରିବାରରୁ ଆସି ଏସ୍.ଏସ୍.ସି. (SSC) ଷ୍ଟେନୋଗ୍ରାଫର ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ସମୟରେ ଅନେକ ସଂଗ୍ରାମର ସମ୍ମୁଖୀନ ହୋଇଥିଲେ । ସେ ନିଜର ପ୍ରାରମ୍ଭିକ ପ୍ରଚେଷ୍ଟାରେ ଅନେକ ଥର ବିଫଳ ହୋଇଥିଲେ ଏବଂ ଏପରିକି ସ୍କିଲ୍ ଟେଷ୍ଟ (ଦକ୍ଷତା ପରୀକ୍ଷା) ଉତ୍ତୀର୍ଣ୍ଣ ହେବା ପାଇଁ ମଧ୍ୟ ସଂଘର୍ଷ କରିଥିଲେ । ବାରମ୍ବାର ବିଫଳତା ଏବଂ ସୀମିତ ସମ୍ବଳ ସତ୍ତ୍ୱେ ସେ ନିଷ୍ଠାର ସହିତ ସର୍ଟହ୍ୟାଣ୍ଡ ଏବଂ ଟାଇପିଂ ଅଭ୍ୟାସ ଜାରି ରଖିଥିଲେ । ବହୁ ବର୍ଷର କଠିନ ପରିଶ୍ରମ ପରେ, ସେ ଶେଷରେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ଏବଂ ସି.ବି.ଆଇ.ସି. (CBIC-ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଇନଡାଇରେକ୍ଟ ଟ୍ୟାକ୍ସେସ୍ ଆଣ୍ଡ କଷ୍ଟମ୍ସ) ରେ ଏକ ପଦବୀ ହାସଲ କଲେ, ଯାହା ପ୍ରମାଣ କରେ ଯେ ଦୃଢ଼ତା ହିଁ ସଫଳତା ଆଣିପାରେ।


ଉତ୍ସ

ଅଧିକ ସୂଚନା ପାଇଁ, ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ