ପଠନ
ବିକଳ୍ପ

Xନମସ୍କାର,
ମୁଁ ଆମ ବଟ୍

ମୁଁ ଆପଣଙ୍କୁ କିପରି ସାହାଯ୍ୟ କରିପାରିବି?

ଅଧିକ ଜାଣିବାକୁ ଚାହୁଁଛନ୍ତି

ପ୍ରତିରକ୍ଷା ଏବଂ ପୋଲିସ ରେ

ବୃତ୍ତି

ରେଳବାଇ ସୁରକ୍ଷା ବଳ (ଆର.ପି.ଏଫ.) ଅଧିକାରୀ


ରେଳବାଇ ସୁରକ୍ଷା ବଳ (ଆର.ପି.ଏଫ.) ଅଧିକାରୀ

NCS Code: 3355.0300

ଆର.ପି.ଏଫ. ଅଧିକାରୀ ଭାରତ ସରକାରଙ୍କ ରେଳ ମନ୍ତ୍ରଣାଳୟ ଅଧୀନରେ ଥିବା ଏକ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ (ସି.ଏ.ପି.ଏଫ.)ର ରେଳବାଇ ସୁରକ୍ଷା ବଳରେ ସେବା କରନ୍ତି । ଆର.ପି.ଏଫ. ଅଧିକାରୀମାନେ ରେଳ ସମ୍ପତ୍ତି, ଯାତ୍ରୀ ଏବଂ ସାମଗ୍ରୀକୁ ଅସାମାଜିକ ତତ୍ତ୍ୱଙ୍କଠାରୁ ସୁରକ୍ଷିତ ରଖିବା ପାଇଁ ଦାୟୀ । ସେମାନେ ରେଳବାଇରେ ଚୋରି, ରେଳ ସମ୍ପତ୍ତିର ବେଆଇନ ଦଖଲ ଏବଂ ମାନବ ଚୋରା ଚାଲାଣକୁ ରୋକନ୍ତି ଏବଂ ବିପର୍ଯ୍ୟୟ ସହାୟତା କାର୍ଯ୍ୟରେ ସହାୟତା କରନ୍ତି । ଆର.ପି.ଏଫ. ହେଉଛି ଭାରତର ସବୁଠାରୁ ସସହଜରେ ଉପଲବ୍ଧ ଅର୍ଦ୍ଧସାମରିକ କ୍ୟାରିୟର୍ ମଧ୍ୟରୁ ଅନ୍ୟତମ, ଯାହା ସ୍ଥାୟୀ ସରକାରୀ ନିଯୁକ୍ତି, ଦେଶବ୍ୟାପୀ ପୋଷ୍ଟିଂ ଏବଂ ଭାରତୀୟ ରେଳବାଇ ମଧ୍ୟରେ ଏକ ସୁସଂଗଠିତ କ୍ୟାରିୟର୍ ଅଭିବୃଦ୍ଧିର ସୁଯୋଗ ପ୍ରଦାନ କରିଥାଏ।

ଆବଶ୍ୟକ ଦକ୍ଷତା :
  • ଶାରୀରିକ ସୁସ୍ଥତା ଏବଂ ସତର୍କତା

  • ନିରୀକ୍ଷଣ ଏବଂ ଅନୁସନ୍ଧାନ କୌଶଳ

  • ଶୃଙ୍ଖଳା ଏବଂ ନିୟମ ଅନୁପାଳନ

  • ଯୋଗାଯୋଗ ଏବଂ ଜନସମ୍ପର୍କ

  • ସଙ୍କଟକାଳୀନ ପ୍ରତିକ୍ରିୟା ଏବଂ ଜରୁରୀକାଳୀନ ପରିଚାଳନା

  • ରେଳବାଇ ଆଇନ ଏବଂ ଯାତ୍ରୀ ଅଧିକାର ବିଷୟରେ ଜ୍ଞାନ

ସଫଳତାର କାହାଣୀ

ଇନ୍ସପେକ୍ଟର ଚନ୍ଦନା ସିହ୍ନା

ଇନ୍ସପେକ୍ଟର ଚନ୍ଦନା ସିହ୍ନା ଜଣେ ଆର.ପି.ଏଫ. ଅଧିକାରୀ, ଯିଏ ବିଗତ ତିନି ବର୍ଷ ମଧ୍ୟରେ ଉତ୍ତର ପ୍ରଦେଶର ରେଳବାଇ ନେଟୱର୍କରୁ ୧,୫୦୦ ରୁ ଅଧିକ ଶିଶୁଙ୍କୁ ଉଦ୍ଧାର କରିଛନ୍ତି । ୪୧ ବର୍ଷୀୟା ଚନ୍ଦନା ନିଜେ ମଧ୍ୟ ଜଣେ ୧୧ ବର୍ଷର କନ୍ୟା ସନ୍ତାନର ମା’ । ୨୦୨୨ ମସିହାରେ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଛଟ୍ ପୂଜା ଭିଡ଼ ସମୟର ଏକ ଘଟଣା ତାଙ୍କ ଜୀବନର ମୋଡ଼ ବଦଳାଇ ଦେଇଥିଲା। ହଜାର ହଜାର ଯାତ୍ରୀଙ୍କ ଗହଳି ମଧ୍ୟରେ ଜଣେ ମାଆ ନିଜର ତିନି ବର୍ଷର ଶିଶୁକୁ ହରାଇ କାନ୍ଦୁଥିବା ଦେଖି ଚନ୍ଦନା ଅତ୍ୟନ୍ତ ମର୍ମାହତ ହୋଇଥିଲେ। ସେହି ମୁହୂର୍ତ୍ତଟି ଚନ୍ଦନାଙ୍କ କାର୍ଯ୍ୟ କରିବାର ଶୈଳୀକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଥିଲା।

ଭାରତୀୟ ରେଳବାଇର ଶିଶୁ ସୁରକ୍ଷା ଅଭିଯାନ "ନନ୍ହେ ଫରିସ୍ତେ" (Operation Nanhe Farishte) ର ନେତୃତ୍ୱ ନେଇ ସେ କେବଳ ପାଟ୍ରୋଲିଂ ଉପରେ ନିର୍ଭର ନକରି ଏକ ସୁଦୃଢ଼ ବ୍ୟବସ୍ଥା ପ୍ରସ୍ତୁତ କରିଥିଲେ। ତାଙ୍କ ନିର୍ଦ୍ଦେଶରେ:

ଅଧିକାରୀମାନଙ୍କୁ ଶିଶୁମାନଙ୍କ ସୂକ୍ଷ୍ମ ବ୍ୟବହାରିକ ସଙ୍କେତ ଚିହ୍ନଟ କରିବା ପାଇଁ ପ୍ରଶିକ୍ଷଣ ଦିଆଗଲା ।ଷ୍ଟେସନର ବିକ୍ରେତା, କୁଲି ଏବଂ କର୍ମଚାରୀମାନଙ୍କୁ ନେଇ ଏକ ସୂଚନାଦାତା ନେଟୱର୍କ ଗଠନ କରାଗଲା । ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ (NGO) ଏବଂ ଶିଶୁ ସୁରକ୍ଷା ଗୋଷ୍ଠୀ ସହିତ ସହଭାଗିତା ସ୍ଥାପନ କରାଗଲା।

ତାଙ୍କର ଏହି ନିରନ୍ତର ପ୍ରୟାସ ଯୋଗୁଁ ଆଜି ଅନେକ ହଜିଯାଇଥିବା ଶିଶୁ ନିଜ ପରିବାରକୁ ଫେରିପାରିଛନ୍ତି। ଚନ୍ଦନାଙ୍କ ଏହି କାର୍ଯ୍ୟ ସମଗ୍ର ଦେଶ ପାଇଁ ଏକ ଅନନ୍ୟ ଉଦାହରଣ।


ଉତ୍ସ

ଅଧିକ ସୂଚନା ପାଇଁ, ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ