ପଠନ
ବିକଳ୍ପ

Xନମସ୍କାର,
ମୁଁ ଆମ ବଟ୍

ମୁଁ ଆପଣଙ୍କୁ କିପରି ସାହାଯ୍ୟ କରିପାରିବି?

ଅଧିକ ଜାଣିବାକୁ ଚାହୁଁଛନ୍ତି

ନିରପେକ୍ଷ କ୍ଷେତ୍ର ରେ

ବୃତ୍ତି

ମନିଟରିଂ ଆଣ୍ଡ୍ ଇଭାଲୁଏସନ୍ (ଏମ୍.ଆଣ୍ଡ୍.ଇ.) ଅଫିସର୍


ମନିଟରିଂ ଆଣ୍ଡ୍ ଇଭାଲୁଏସନ୍ (ଏମ୍.ଆଣ୍ଡ୍.ଇ.) ଅଫିସର୍

NCS Code: 2421.0101

ମନିଟରିଂ ଆଣ୍ଡ୍ ଇଭାଲୁଏସନ୍ (ଏମ୍.ଆଣ୍ଡ୍.ଇ.) ଅଫିସର୍ ପ୍ରକଳ୍ପର ଅଗ୍ରଗତି ଉପରେ ନଜର ରଖିବା ଏବଂ ଏହାର ପ୍ରଭାବ ଆକଳନ କରିବା ପାଇଁ ରୂପରେଖ (ଫ୍ରେମୱର୍କ) ପ୍ରସ୍ତୁତ କରନ୍ତି । ସେମାନେ ତଥ୍ୟ ସଂଗ୍ରହ କରନ୍ତି, ଲକ୍ଷ୍ୟ ଅନୁଯାୟୀ କାର୍ଯ୍ୟଦକ୍ଷତା ବିଶ୍ଳେଷଣ କରନ୍ତି ଏବଂ ବେସରକାରୀ ସଂଗଠନ (ଏନ୍.ଜି.ଓ.), ସରକାରୀ ସଂସ୍ଥା ଏବଂ କର୍ପୋରେଟ୍ ସି.ଏସ୍.ଆର୍. (କର୍ପୋରେଟ୍ ସୋସିଆଲ୍ ରେସପନ୍ସିବିଲିଟି) ଶାଖାଗୁଡ଼ିକ ମଧ୍ୟରେ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରନ୍ତି ।ସେମାନଙ୍କର କାର୍ଯ୍ୟ ଏହା ନିଶ୍ଚିତ କରେ ଯେ, ସମ୍ବଳଗୁଡ଼ିକର ଦକ୍ଷ ବିନିଯୋଗ ହେଉଛି ଏବଂ ସ୍ଥାୟୀ ବିକାଶ ତଥା ସାମାଜିକ ପରିବର୍ତ୍ତନ ଲକ୍ଷ୍ୟ ହାସଲ ହେଉଛି।

ଆବଶ୍ୟକ ଦକ୍ଷତା :
  • ବିଶ୍ଳେଷଣାତ୍ମକ ଚିନ୍ତାଧାରା

  • ସମସ୍ୟା ସମାଧାନ

  • ଦଳଗତ କାର୍ଯ୍ୟ

  • ଯୋଗାଯୋଗ ଦକ୍ଷତା

  • ବୈଜ୍ଞାନିକ ଦସ୍ତାବିଜ ପ୍ରସ୍ତୁତି

ସଫଳତାର କାହାଣୀ

ଡଃ ଶେଖର ବୋନୁ

ଡଃ ଶେଖର ବୋନୁ ବର୍ତ୍ତମାନ ନୀତି ଆୟୋଗର ଜଣେ 'ସିନିୟର ଫେଲୋ' ଭାବରେ କାର୍ଯ୍ୟରତ ଏବଂ ସେ ୨୦୧୯ ରୁ ୨୦୨୨ ପର୍ଯ୍ୟନ୍ତ 'ଡେଭଲପମେଣ୍ଟ ମନିଟରିଂ ଆଣ୍ଡ ଇଭାଲୁଏସନ ଅଫିସ' (DMEO) ର ମହାନିର୍ଦ୍ଦେଶକ ଭାବରେ ସେବା ପ୍ରଦାନ କରିଥିଲେ। ଏହା ପୂର୍ବରୁ ସେ ମାନିଲାସ୍ଥିତ ଏସୀୟ ବିକାଶ ବ୍ୟାଙ୍କ (ADB-Asian Development Bank) ରେ ୧୫ ବର୍ଷରୁ ଅଧିକ ସମୟ ଧରି ଦକ୍ଷିଣ ଏସିଆର ସ୍ୱାସ୍ଥ୍ୟ, ସହରୀ ଭିତ୍ତିଭୂମି ଏବଂ ଆଞ୍ଚଳିକ ସହଯୋଗ କ୍ଷେତ୍ରରେ କାର୍ଯ୍ୟ କରିଥିଲେ । ଜଣେ ଭାରତୀୟ ପ୍ରଶାସନିକ ସେବା (IAS) ଅଧିକାରୀ ଭାବରେ ସେ ୧୯୮୭ ରୁ ୨୦୦୩ ପର୍ଯ୍ୟନ୍ତ ରାଜସ୍ଥାନରେ ଜିଲ୍ଲା ମାଜିଷ୍ଟ୍ରେଟ୍, ଶିକ୍ଷା ନିର୍ଦ୍ଦେଶକ ଏବଂ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକର  ସି.ଇ.ଓ. (ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ) ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରି ବ୍ୟାପକ ଶାସନ ଏବଂ ନୀତିଗତ ଅଭିଜ୍ଞତା ହାସଲ କରିଛନ୍ତି।


ଉତ୍ସ

ଅଧିକ ସୂଚନା ପାଇଁ, ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ