ପଠନ
ବିକଳ୍ପ

Xନମସ୍କାର,
ମୁଁ ଆମ ବଟ୍

ମୁଁ ଆପଣଙ୍କୁ କିପରି ସାହାଯ୍ୟ କରିପାରିବି?

ଅଧିକ ଜାଣିବାକୁ ଚାହୁଁଛନ୍ତି

ପ୍ରଶାସନିକ ସେବା ରେ

ବୃତ୍ତି

ମଣ୍ଡଳ ଉନ୍ନୟନ ଅଧିକାରୀ


ମଣ୍ଡଳ ଉନ୍ନୟନ ଅଧିକାରୀ

NCS Code: 1112.0800

ମଣ୍ଡଳ ଉନ୍ନୟନ ଅଧିକାରୀ (ବ୍ଲକ ଡେଭଲପମେଣ୍ଟ ଅଫିସର - BDO) ହେଉଛନ୍ତି ଜଣେ ଗ୍ରୁପ୍-ବି/ଏ (Group-B/A) ଗେଜେଟେଡ୍ ସରକାରୀ ଅଧିକାରୀ, ଯିଏ ଏକ ବ୍ଲକର (ମଣ୍ଡଳ) ପ୍ରଶାସନିକ ମୁଖ୍ୟ ଭାବରେ କାର୍ଯ୍ୟ କରନ୍ତି । ବ୍ଲକ ହେଉଛି ଏକ ଉପ-ଜିଲ୍ଲା ୟୁନିଟ୍ ଯାହା ଅନେକ ଗ୍ରାମ ଏବଂ ଗ୍ରାମ ପଞ୍ଚାୟତକୁ ନେଇ ଗଠିତ । ବିଡ଼ିଓ - ବିଭିନ୍ନ ଗ୍ରାମୀଣ ଉନ୍ନୟନ ଯୋଜନା ଯଥା ମନରେଗା (ଏମ୍.ଜି.ଏନ୍.ଆର୍.ଇ.ଜି.ଏ. - ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା, ପି.ଏମ୍.ଏ.ୱାଇ.-ଜି. ପ୍ରଧାନମନ୍ତ୍ରୀ ଆବାସ ଯୋଜନା - ଗ୍ରାମୀଣ) ଏବଂ ସ୍ୱଚ୍ଛ ଭାରତ ମିଶନର ଯୋଜନା, କାର୍ଯ୍ୟକାରିତା ଏବଂ ଅନୁଧ୍ୟାନ କରନ୍ତି; ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକ ସହିତ ସମନ୍ୱୟ ରକ୍ଷା କରନ୍ତି ଏବଂ ତୃଣମୂଳ ସ୍ତରରେ ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମର ସଠିକ୍ ଭାବରେ ପହଞ୍ଚାଇବା ସୁନିଶ୍ଚିତ କରନ୍ତି।

ଆବଶ୍ୟକ ଦକ୍ଷତା :
  • ପ୍ରଶାସନିକ ଏବଂ ନେତୃତ୍ୱ ଦକ୍ଷତା

  • ଯୋଗାଯୋଗ ଏବଂ ଆନ୍ତଃବ୍ୟକ୍ତିକ ଦକ୍ଷତା

  • ସମସ୍ୟା ସମାଧାନ ଏବଂ ନିଷ୍ପତ୍ତି ଗ୍ରହଣ କରିବାର କ୍ଷମତା

  • ଜନନୀତି ଏବଂ ଶାସନ ବ୍ୟବସ୍ଥା (ଗଭର୍ଣ୍ଣାନ୍ସ) ସମ୍ବନ୍ଧୀୟ ଜ୍ଞାନ

  • ଆର୍ଥିକ ଏବଂ ବଜେଟ୍ ପରିଚାଳନା ଦକ୍ଷତା

  • ସମନ୍ୱୟ ଏବଂ ଦଳଗତ ପରିଚାଳନା ଦକ୍ଷତା

  • ବିଶ୍ଳେଷଣାତ୍ମକ ଏବଂ ରିପୋର୍ଟ ଲିଖନ ଦକ୍ଷତା

  • ସ୍ଥାନୀୟ ଭାଷା ଏବଂ ଗ୍ରାମୀଣ ସମସ୍ୟା ବିଷୟରେ ଜ୍ଞାନ

ସଫଳତାର କାହାଣୀ

ରୁମାନା ଜାଫ୍ରି

ରୁମାନା ଜାଫ୍ରି ଓଡ଼ିଶାର ପ୍ରଶାସନିକ ସେବା କ୍ଷେତ୍ରରେ ଏକ ପ୍ରେରଣାଦାୟୀ କାହାଣୀ । ଭୁବନେଶ୍ୱରରେ ଜନ୍ମିତ ରୁମାନା, ଓଡ଼ିଶା ପ୍ରଶାସନିକ ସେବା (OAS) ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକର ପ୍ରଥମ ମହିଳା ଏବଂ ୪୬ତମ ମଣ୍ଡଳ ଉନ୍ନୟନ ଅଧିକାରୀ (BDO) ଭାବରେ ଯୋଗ ଦେଇଥିଲେ । ନିଜ କାର୍ଯ୍ୟକାଳ ମଧ୍ୟରେ ସେ ଅଭିଯୋଗଗୁଡ଼ିକର ତ୍ୱରିତ ସମାଧାନ, ସ୍ୱଚ୍ଛତା ଏବଂ ଅସହାୟ ଲୋକଙ୍କୁ ପ୍ରତ୍ୟକ୍ଷ ସହାୟତା ପ୍ରଦାନ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ଜଣେ ଦକ୍ଷ ମଣ୍ଡଳ ଉନ୍ନୟନ ଅଧିକାରୀ (BDO) କିପରି ତୃଣମୂଳ ସ୍ତରରେ ପ୍ରକୃତ ପରିବର୍ତ୍ତନ ଆଣିପାରନ୍ତି, ତାଙ୍କର କାର୍ଯ୍ୟଶୈଳୀ ତାହାର ଏକ ଶ୍ରେଷ୍ଠ ଉଦାହରଣ।


ଉତ୍ସ

ଅଧିକ ସୂଚନା ପାଇଁ, ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ