
ପଠନ
ବିକଳ୍ପ
ଅଧିକ ଜାଣିବାକୁ ଚାହୁଁଛନ୍ତି
NCS Code: 1227.10
ଜଣେ ବ୍ୟାଙ୍କ ମ୍ୟାନେଜର (ବ୍ୟାଙ୍କ ପରିଚାଳକ) ବ୍ୟାଙ୍କ ଶାଖାର ଦୈନନ୍ଦିନ କାର୍ଯ୍ୟାବଳୀର ପରିଚାଳନାରେ ମୁଖ୍ୟ ଭୂମିକା ତୁଲାଇ ଥାନ୍ତି । ସେମାନେ ଗ୍ରାହକ ସେବା ପରିଚାଳନା କରନ୍ତି, କର୍ମଚାରୀଙ୍କ ତତ୍ତ୍ୱାବଧାନ କରନ୍ତି, ଋଣ ଅନୁମୋଦନ କରନ୍ତି ଏବଂ ଆର୍ଥିକ କାରବାର ଯେପରି ସୁରୁଖୁରୁରେ ହେବା ତାହା ସୁନିଶ୍ଚିତ କରନ୍ତି । ସେମାନେ ସରକାରୀ ଏବଂ ବେସରକାରୀ ବ୍ୟାଙ୍କଗୁଡ଼ିକରେ କାର୍ଯ୍ୟ କରନ୍ତି ଏବଂ ଆର୍ଥିକ ସେବା ବଜାୟ ରଖିବା ତଥା ଗ୍ରାହକଙ୍କ ସନ୍ତୁଷ୍ଟି କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି।
ଦୃଢ ବିଶ୍ଳେଷଣାତ୍ମକ ଦକ୍ଷତା
ସମସ୍ୟା ସମାଧାନ ଦକ୍ଷତା
ଯୋଗାଯୋଗ ଏବଂ ଆନ୍ତଃବ୍ୟକ୍ତିକ ଦକ୍ଷତା
ନେତୃତ୍ୱ ଏବଂ ଦଳ ପରିଚାଳନା
ଆର୍ଥିକ ଏବଂ ସାଂଖ୍ୟିକ ଦକ୍ଷତା
ନିଷ୍ପତ୍ତି ନେବାର ଦକ୍ଷତା
ଗ୍ରାହକ ପରିଚାଳନା ଦକ୍ଷତା
ଭାରତୀୟ ଷ୍ଟେଟ୍ ବ୍ୟାଙ୍କର (SBI) ପୂର୍ବତନ ଅଧ୍ୟକ୍ଷା ଅରୁନ୍ଧତୀ ଭଟ୍ଟାଚାର୍ଯ୍ୟ ଏକ ସାଧାରଣ ପରିବାରରୁ ଆସିଥିଲେ ଏବଂ ନିଜର ନିଷ୍ଠା ତଥା କଠିନ ପରିଶ୍ରମ ବଳରେ ନିଜ କ୍ୟାରିୟର୍ ଗଢ଼ିଥିଲେ । ସେ ଜଣେ ପ୍ରୋବେସନାରୀ ଅଫିସର (PO) ଭାବରେ ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଯୋଗ ଦେଇଥିଲେ ଏବଂ ପରେ ଏହାର ପ୍ରଥମ ମହିଳା ଅଧ୍ୟକ୍ଷା ହେବାର ଗୌରବ ହାସଲ କରିଥିଲେ । ତାଙ୍କର ଏହି ଯାତ୍ରା ପ୍ରମାଣ କରେ ଯେ ନିରନ୍ତର ପ୍ରଚେଷ୍ଟା ଏବଂ ଦୃଢ଼ ନେତୃତ୍ୱ ବଳରେ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ଅସାଧାରଣ ସଫଳତା ପାଇବା ସମ୍ଭବ।
ଜଣେ ବ୍ୟାଙ୍କ ମ୍ୟାନେଜର ଅଭିଜ୍ଞତା ହାସଲ କରିବା ପରେ ଆର୍ଥିକ ପରାମର୍ଶ ସେବା, ଋଣ ପରାମର୍ଶଦାୟକ ସଂସ୍ଥା କିମ୍ବା ପୁଞ୍ଜି ନିବେଶ ଯୋଜନା (Investment planning) ବ୍ୟବସାୟ ଆରମ୍ଭ କରିପାରିବେ। ସେମାନେ ଆର୍ଥିକ ପରାମର୍ଶଦାତା ଭାବରେ ମଧ୍ୟ କାର୍ଯ୍ୟ କରିପାରିବେ, ଯାହା ବ୍ୟକ୍ତିବିଶେଷ ଏବଂ ବ୍ୟବସାୟୀଙ୍କୁ ଅର୍ଥ, ପୁଞ୍ଜି ନିବେଶ ଏବଂ ଋଣ ପରିଚାଳନାରେ ସାହାଯ୍ୟ କରିବ। ଦୃଢ ଆର୍ଥିକ ଜ୍ଞାନ ସହିତ, ସେମାନେ ବ୍ୟାଙ୍କିଙ୍ଗ୍ ଏବଂ ଅର୍ଥ ବ୍ୟବସ୍ଥା କ୍ଷେତ୍ରରେ ସଫଳ ଉଦ୍ୟମ ଗଠନ କରିପାରିବେ।
ଲୋକୋମୋଟର ଅକ୍ଷମତା (ଗମନାଗମନ ସମ୍ବନ୍ଧୀୟ ଅକ୍ଷମତା)
ଶ୍ରବଣ ଶକ୍ତି ବାଧିତ
ଦୃଷ୍ଟି ଶକ୍ତି ବାଧିତ (ସହାୟକ ଉପକରଣ ସହିତ)
ଶିକ୍ଷଣ ଅକ୍ଷମତା
ଏକାଧିକ ଅକ୍ଷମତା