ପଠନ
ବିକଳ୍ପ

Xନମସ୍କାର,
ମୁଁ ଆମ ବଟ୍

ମୁଁ ଆପଣଙ୍କୁ କିପରି ସାହାଯ୍ୟ କରିପାରିବି?

ଅଧିକ ଜାଣିବାକୁ ଚାହୁଁଛନ୍ତି

ଧନ୍ଦାମୂଳକ କ୍ଷେତ୍ର ରେ

ବୃତ୍ତି

ବ୍ରାଣ୍ଡ୍ ମ୍ୟାନେଜର


ବ୍ରାଣ୍ଡ୍ ମ୍ୟାନେଜର

NCS Code: 3339.0200

ଜଣେ ବ୍ରାଣ୍ଡ୍ ମ୍ୟାନେଜର ବ୍ରାଣ୍ଡ୍‌ର ମୂଲ୍ୟ (Brand equity) ବୃଦ୍ଧି କରିବା ଏବଂ ଗ୍ରାହକଙ୍କ ବିଶ୍ୱସନୀୟତା ହାସଲ କରିବା ପାଇଁ ବ୍ରାଣ୍ଡ୍ ରଣନୀତି ପ୍ରସ୍ତୁତ ଓ କାର୍ଯ୍ୟକାରୀ କରନ୍ତି । ସେମାନେ ଉତ୍ପାଦର ସଠିକ୍ ପୋଜିସନିଂ (Positioning) ର ତତ୍ତ୍ଵାବଧାନ କରନ୍ତି, ଡିଜିଟାଲ୍ ଏବଂ ପାରମ୍ପରିକ ମାଧ୍ୟମରେ ମାର୍କେଟିଂ ଅଭିଯାନ (Marketing campaigns) ପରିଚାଳନା କରନ୍ତି, ବଜାର ଅନୁସନ୍ଧାନ (Market Research) କରନ୍ତି, ଏବଂ କ୍ରିଏଟିଭ୍ ତଥା ସେଲ୍ସ ଟିମ୍ ସହିତ ମିଶି କାର୍ଯ୍ୟ କରନ୍ତି। ଏହାବ୍ୟତୀତ ସେମାନେ ବ୍ରାଣ୍ଡ୍‌ର କାର୍ଯ୍ୟଦକ୍ଷତା ମାପଦଣ୍ଡ (Performance Metrics) ମଧ୍ୟ ଯାଞ୍ଚ କରନ୍ତି ।  ବ୍ରାଣ୍ଡ୍ ମ୍ୟାନେଜରମାନେ ଏଫ୍.ଏମ୍.ସି.ଜି. (ଫାଷ୍ଟ-ମୁଭିଂ କଞ୍ଜୁମର୍ ଗୁଡ୍‌ସ), ଖୁଚୁରା ବ୍ୟବସାୟ, ଇ-କମର୍ସ, ପ୍ରଯୁକ୍ତିବିଦ୍ୟା, ସ୍ୱାସ୍ଥ୍ୟସେବା ଏବଂ ସେବା କ୍ଷେତ୍ରରେ କାର୍ଯ୍ୟ କରନ୍ତି।

ଆବଶ୍ୟକ ଦକ୍ଷତା :
  • ବିଶ୍ଳେଷଣାତ୍ମକ ଚିନ୍ତାଧାରା

  • ସମସ୍ୟା ସମାଧାନ 

  • ଦଳଗତ କାର୍ଯ୍ୟ

  • ଯୋଗାଯୋଗ  

  • ବୈଜ୍ଞାନିକ ଦଲିଲକରଣ

ସଫଳତାର କାହାଣୀ

ସୌରଭ ଜୈନ

ସୌରଭ ଜୈନ ଜଣେ ବିଶିଷ୍ଟ ମାର୍କେଟିଂ ଲିଡର୍ , ଯିଏ ବର୍ତ୍ତମାନ ରେକିଟ୍ (Reckitt) ରେ ଆଞ୍ଚଳିକ ମାର୍କେଟିଂ ନିର୍ଦ୍ଦେଶକ (ଦକ୍ଷିଣ ଏସିଆ) ଭାବରେ କାର୍ଯ୍ୟ କରୁଛନ୍ତି । ନିଜ କ୍ୟାରିୟର୍‌ର ପ୍ରାରମ୍ଭିକ ସମୟରେ  ବିକ୍ରୟ (ସେଲ୍ସ) କ୍ଷେତ୍ରରେ ଆରମ୍ଭ କରିବା ପରେ, ସେ ସଫଳତାର ସହ ବ୍ରାଣ୍ଡ୍ ମ୍ୟାନେଜମେଣ୍ଟ ଆଡ଼କୁ ଅଗ୍ରସର ହୋଇଥିଲେ । ଜୈନ ଡେଟଲ୍ (Dettol) ଏବଂ ଲାଇଜଲ୍ (Lizol) ପରି ବିଶ୍ୱସ୍ତରୀୟ ବ୍ରାଣ୍ଡ୍ ପାଇଁ ଲକ୍ଷ୍ୟ-ଭିତ୍ତିକ ଅଭିଯାନର ନେତୃତ୍ୱ ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ତାଙ୍କର ତଥ୍ୟ-ଭିତ୍ତିକ ରଣନୀତି ଏବଂ ଗ୍ରାହକ-କେନ୍ଦ୍ରିତ ଆଭିମୁଖ୍ୟ, ବିଶେଷ କରି ଘରୋଇ ବିଜ୍ଞାପନ କ୍ଷେତ୍ରରେ ପାରମ୍ପରିକ ଲିଙ୍ଗଗତ ମାନସିକତାକୁ ଚ୍ୟାଲେଞ୍ଜ କରି 'ରେକିଟ୍'ର ବଜାର ନେତୃତ୍ୱକୁ ଅଧିକ ସୁଦୃଢ଼ କରିଛି।


ଉତ୍ସ

ଅଧିକ ସୂଚନା ପାଇଁ, ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ