ପଠନ
ବିକଳ୍ପ

Xନମସ୍କାର,
ମୁଁ ଆମ ବଟ୍

ମୁଁ ଆପଣଙ୍କୁ କିପରି ସାହାଯ୍ୟ କରିପାରିବି?

ଅଧିକ ଜାଣିବାକୁ ଚାହୁଁଛନ୍ତି

ଧନ୍ଦାମୂଳକ କ୍ଷେତ୍ର ରେ

ବୃତ୍ତି

ବିମାନବନ୍ଦର ପରିଚାଳକ


ବିମାନବନ୍ଦର ପରିଚାଳକ

ଜଣେ ବିମାନବନ୍ଦର ପରିଚାଳକ ବିମାନବନ୍ଦରର ଦୈନନ୍ଦିନ କାର୍ଯ୍ୟକଳାପର ତଦାରଖ କରନ୍ତି ଏବଂ ସୁରକ୍ଷା, ଦକ୍ଷତା ତଥା ନିୟମାବଳୀର ଅନୁପାଳନ ନିଶ୍ଚିତ କରନ୍ତି । ସେମାନେ ଗ୍ରାଉଣ୍ଡ ହ୍ୟାଣ୍ଡଲିଂ (Ground handling), ଟର୍ମିନାଲ୍ ପରିଚାଳନା, ସୁରକ୍ଷା ସମନ୍ୱୟ ଏବଂ ଆର୍ଥିକ ବଜେଟ୍ ପ୍ରସ୍ତୁତ କରନ୍ତି । ବିମାନ ସଂସ୍ଥା, ଯାତ୍ରୀ ଏବଂ ସରକାରୀ ଏଜେନ୍ସିଗୁଡ଼ିକ ମଧ୍ୟରେ ଯୋଗାଯୋଗ ରକ୍ଷା କରି ସେମାନେ ବିମାନ ଚଳାଚଳ, ପର୍ଯ୍ୟଟନ ଏବଂ ଲଜିଷ୍ଟିକ୍ସ କ୍ଷେତ୍ରରେ ସହାୟତା କରନ୍ତି ।

ଆବଶ୍ୟକ ଦକ୍ଷତା :
  • ବିଶ୍ଳେଷଣାତ୍ମକ ଚିନ୍ତାଧାରା

  • ସମସ୍ୟା ସମାଧାନ ଦକ୍ଷତା

  • ଦଳଗତ କାର୍ଯ୍ୟ

  • ଯୋଗାଯୋଗ ଦକ୍ଷତା 

  • ବୈଜ୍ଞାନିକ ଦଲିଲିକରଣ

ସଫଳତାର କାହାଣୀ

ହରି ମାରାର

ବାଙ୍ଗାଲୋର ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଲିମିଟେଡ୍ (ବି.ଆଇ.ଏ.ଏଲ୍.) (BIAL) ର ପରିଚାଳନା ନିର୍ଦ୍ଦେଶକ (ମ୍ୟାନେଜିଂ ଡାଇରେକ୍ଟର) ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ଚିଫ୍ ଏକ୍ଜିକ୍ୟୁଟିଭ୍ ଅଫିସର - ସି.ଇ.ଓ.) ଭାବରେ ହରି ମାରାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ଏହି ପଦବୀରେ ରହି ସେ ଗ୍ରୀନଫିଲ୍ଡ ବିମାନ ବନ୍ଦରର କାର୍ଯ୍ୟକ୍ଷମ ଧାରଣା (Operational concept) ନିର୍ଦ୍ଧାରଣ କରିଥିଲେ ଏବଂ ଭାରତରେ ପ୍ରଥମ ଥର ପାଇଁ ଅନେକ ଆଧୁନିକ ତଥା ଅତ୍ୟାଧୁନିକ ବିମାନ ବନ୍ଦର ପରିଚାଳନା ପ୍ରଣାଳୀ ପ୍ରଚଳନ ଏବଂ କାର୍ଯ୍ୟକାରୀ କରିଥିଲେ । ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ପ୍ରସ୍ତୁତି ସୁନିଶ୍ଚିତ କରିବା ପାଇଁ ସେ ଏକ ବିମାନ ବନ୍ଦର କାର୍ଯ୍ୟକ୍ଷମ ସଂଗଠନର ମଧ୍ୟ ପରିକଳ୍ପନା ଏବଂ ଗଠନ କରିଥିଲେ । କାର୍ଯ୍ୟକାରୀ ହେବାର ମାତ୍ର ୭ ବର୍ଷ ମଧ୍ୟରେ, ସେ ଏହି ଦଳର ନେତୃତ୍ୱ ନେଇ ଏହାକୁ ଏକ ଉଚ୍ଚ-ପ୍ରଦର୍ଶନକାରୀ ୟୁନିଟ୍‌ରେ ପରିଣତ କରିଥିଲେ ଯାହା ୩୦ରୁ ଅଧିକ ପୁରସ୍କାର ଜିତିଛି।


ଉତ୍ସ

ଅଧିକ ସୂଚନା ପାଇଁ, ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ