ପଠନ
ବିକଳ୍ପ

Xନମସ୍କାର,
ମୁଁ ଆମ ବଟ୍

ମୁଁ ଆପଣଙ୍କୁ କିପରି ସାହାଯ୍ୟ କରିପାରିବି?

ଅଧିକ ଜାଣିବାକୁ ଚାହୁଁଛନ୍ତି

ଇଞ୍ଜିନିୟରିଂ ରେ

ବୃତ୍ତି

ବର୍ଜ୍ୟବସ୍ତୁ ପରିଚାଳନ ଯନ୍ତ୍ରୀ


ବର୍ଜ୍ୟବସ୍ତୁ ପରିଚାଳନ ଯନ୍ତ୍ରୀ

ବର୍ଜ୍ୟବସ୍ତୁ ପରିଚାଳନା ଯନ୍ତ୍ରୀ ହେଉଛନ୍ତି ଜଣେ ବିଶେଷଜ୍ଞ, ଯିଏ ବର୍ଜ୍ୟବସ୍ତୁର ସଂଗ୍ରହ, ସଦୁପଯୋଗ ଏବଂ ପୁନଃଚକ୍ରଣ (Recycling) ପାଇଁ ନୂଆ ନୂଆ ବୈଷୟିକ କୌଶଳ ବାହାର କରନ୍ତି । ସେମାନେ ସହର, କଳକାରଖାନା ଏବଂ ବାସଭବନରୁ ବାହାରୁଥିବା ବର୍ଜ୍ୟବସ୍ତୁକୁ ଏପରି ଭାବରେ ପରିଚାଳନା କରନ୍ତି, ଯେପରି ପରିବେଶର କୌଣସି କ୍ଷତି ହେବନାହିଁ । ପରିବେଶକୁ ସୁରକ୍ଷିତ ରଖିବା ସହ ବର୍ଜ୍ୟବସ୍ତୁରୁ କିପରି ପୁନର୍ବାର ବ୍ୟବହାରଯୋଗ୍ୟ ସମ୍ବଳ ବାହାର କରିହେବ, ସେଥିପାଇଁ ସେମାନେ ଅଭିନବ ସମାଧାନ ପ୍ରସ୍ତୁତ କରନ୍ତି ।

ଆବଶ୍ୟକ ଦକ୍ଷତା :
  • ବୈଷୟିକ ଦକ୍ଷତା 

  • ବିଶ୍ଳେଷଣାତ୍ମକ ଏବଂ ସମସ୍ୟା ସମାଧାନ ଦକ୍ଷତା 

  • ପ୍ରକଳ୍ପ ଏବଂ ଅନୁପାଳନ ଦକ୍ଷତା 

  • ସଫ୍ଟ ସ୍କିଲ୍ସ / ବ୍ୟବହାରିକ ଦକ୍ଷତା 

  • ଡିଜିଟାଲ୍ ଏବଂ ସଫ୍ଟୱେର୍ ଦକ୍ଷତା

ସଫଳତାର କାହାଣୀ

ଡକ୍ଟର ରଜତ କୁମାର ପାଣିଗ୍ରାହୀ

ବ୍ରହ୍ମପୁର ସରକାରୀ ଆଇଟିଆଇ (ITI) ର ଅଧ୍ୟକ୍ଷ ତଥା ପାରଳାଖେମୁଣ୍ଡିର ବାସିନ୍ଦା ଡକ୍ଟର ରଜତ କୁମାର ପାଣିଗ୍ରାହୀ, ଗାଡ଼ିର ପୁରୁଣା ବା ବର୍ଜ୍ୟ ଯନ୍ତ୍ରାଂଶକୁ ବ୍ୟବହାର କରି ଅତି ସୁନ୍ଦର କଳାକୃତି ନିର୍ମାଣ କରିବା ପାଇଁ ବେଶ୍ ପରିଚିତ । ସେ ବର୍ଜ୍ୟବସ୍ତୁରୁ ନିର୍ମିତ ବିଭିନ୍ନ ଅଦ୍ଭୁତ କୃତି ମାଧ୍ୟମରେ ନିଜ ଅନୁଷ୍ଠାନକୁ ପର୍ଯ୍ୟଟକଙ୍କ ପାଇଁ ଏକ ପ୍ରଧାନ ଆକର୍ଷଣ କେନ୍ଦ୍ରରେ ପରିଣତ କରିଛନ୍ତି । ଏଥିମଧ୍ୟରେ ୭୦ ଫୁଟର ଏକ ବିଶାଳ ଗିଟାର୍, ୩୫ ଫୁଟର ଜିରାଫ୍, ୨୨ ଫୁଟର ମାଛ ଏବଂ ୧୮ ଫୁଟର ଏକ 'ପ୍ରେଡେଟର୍' (Predator) ମୂର୍ତ୍ତି ସାମିଲ ରହିଛି ।

ନିଜ ଛାତ୍ରଛାତ୍ରୀମାନଙ୍କ ସହାୟତାରେ ସେ ପ୍ରାୟ ୨୦,୦୦୦ ଟନ୍ ବର୍ଜ୍ୟବସ୍ତୁକୁ ପୁନଃବ୍ୟବହାର କରି ଅନେକ କଳାତ୍ମକ ଏବଂ ବ୍ୟବହାରଯୋଗ୍ୟ ସାମଗ୍ରୀ ପ୍ରସ୍ତୁତ କରିଛନ୍ତି । ଏପରିକି ସାଇକେଲ୍ ଚେନ୍‌ରୁ ଘଣ୍ଟା ଭଳି ଛୋଟ ଜିନିଷ ମଧ୍ୟ ସେମାନେ ନିର୍ମାଣ କରିଛନ୍ତି । ତାଙ୍କର ଏହି ଅଭିନବ କାର୍ଯ୍ୟକୁ ସୁବ୍ରତ ବାଗ୍‌ଚୀ ପ୍ରଶଂସା କରିଛନ୍ତି ଏବଂ ପୂର୍ବତନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ସମ୍ମାନିତ ମଧ୍ୟ କରିଛନ୍ତି । ଲୋକ ମାନଙ୍କ ମଧ୍ୟରେ ସେ  "ଓଡ଼ିଶାର ସ୍କ୍ରାପ୍ ମ୍ୟାନ୍" ଭାବେ ପରିଚିତ ଡକ୍ଟର ପାଣିଗ୍ରାହୀ ସୃଜନଶୀଳତା, ଦଳଗତ କାର୍ଯ୍ୟ ଏବଂ ବର୍ଜ୍ୟବସ୍ତୁର ସ୍ଥାୟୀ ସଦୁପଯୋଗକୁ ସର୍ବଦା ପ୍ରୋତ୍ସାହିତ କରନ୍ତି ।


ଉତ୍ସ

ଅଧିକ ସୂଚନା ପାଇଁ, ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ