ପଠନ
ବିକଳ୍ପ

Xନମସ୍କାର,
ମୁଁ ଆମ ବଟ୍

ମୁଁ ଆପଣଙ୍କୁ କିପରି ସାହାଯ୍ୟ କରିପାରିବି?

ଅଧିକ ଜାଣିବାକୁ ଚାହୁଁଛନ୍ତି

ସହାୟକ ସ୍ବାସ୍ଥ୍ୟ ବିଜ୍ଞାନ ରେ

ବୃତ୍ତି

ଫିଜିଓଥେରାପିଷ୍ଟ୍


ଫିଜିଓଥେରାପିଷ୍ଟ୍

NCS Code: 2264.0100

ଜଣେ ଫିଜିଓଥେରାପିଷ୍ଟ୍ ଆଘାତ, ଅସୁସ୍ଥତା କିମ୍ବା ଅସ୍ତ୍ରୋପଚାର ପରେ ଲୋକଙ୍କୁ ସ୍ୱାଭାବିକ ଚଳପ୍ରଚଳ କରିବାରେ, ଯନ୍ତ୍ରଣା କମାଇବାରେ ଏବଂ ଶାରୀରିକ କାର୍ଯ୍ୟକ୍ଷମତା ବୃଦ୍ଧି କରିବାରେ ସାହାଯ୍ୟ କରନ୍ତି । ବ୍ୟାୟାମ, ମାନୁଆଲ୍ ଥେରାପି (ହସ୍ତଚାଳିତ ଚିକିତ୍ସା) ଏବଂ ଶିକ୍ଷା ପଦ୍ଧତି ଭଳି କୌଶଳ ବ୍ୟବହାର କରି ସେମାନେ ରୋଗୀଙ୍କ ସୁସ୍ଥତା ପାଇଁ ବ୍ୟକ୍ତିଗତ ଚିକିତ୍ସା ଯୋଜନା ପ୍ରସ୍ତୁତ କରିଥାନ୍ତି ।

ଆବଶ୍ୟକ ଦକ୍ଷତା :
  • ଯୋଗାଯୋଗ ଦକ୍ଷତା 

  • ମାନୁଆଲ୍ ଥେରାପି ଦକ୍ଷତା 

  • ରୋଗ ପରୀକ୍ଷଣ ବା ଆକଳନ ଦକ୍ଷତା 

  • ସମୟ ପରିଚାଳନା ଦକ୍ଷତା 

  • ସମସ୍ୟା ସମାଧାନ ଦକ୍ଷତା

ସଫଳତାର କାହାଣୀ

ମୁକ୍ତି ପ୍ରସାଦ ଦାଶ

ମୁକ୍ତି ପ୍ରସାଦ ଦାଶ ଓଡ଼ିଶାର ଜଣେ ପ୍ରତିଷ୍ଠିତ ଫିଜିଓଥେରାପିଷ୍ଟ୍, ତାଙ୍କର କ୍ୟାରିୟର କ୍ରୀଡ଼ା ପୁନର୍ବାସ ଏବଂ ସ୍ୱାସ୍ଥ୍ୟସେବା ପ୍ରତି ଥିବା ନିଷ୍ଠାକୁ ପ୍ରତିଫଳିତ କରେ । ରାଜୀବ ଗାନ୍ଧୀ ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟରୁ ତାଙ୍କର 'ବ୍ୟାଚେଲର ଅଫ୍ ଫିଜିଓଥେରାପି' ସମାପ୍ତ କରିବା ପରେ, ସେ ଶିକ୍ଷାଦାନ ଏବଂ କ୍ଲିନିକାଲ୍ କ୍ଷେତ୍ରରେ ବହୁ ଅଭିଜ୍ଞତା ହାସଲ କରିଛନ୍ତି । ସେ ଜୁନିୟର୍ ଭାରତୀୟ ହକି ଦଳ ସମେତ ଅନେକ ଜାତୀୟ ଦଳ ପାଇଁ କ୍ରୀଡ଼ା ଫିଜିଓଥେରାପିଷ୍ଟ୍ ଭାବରେ କାର୍ଯ୍ୟ କରିଛନ୍ତି ଏବଂ ଅନେକ ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ନିଜର ଅବଦାନ ଦେଇଛନ୍ତି । ଅନୁଭବୀ କ୍ରୀଡ଼ାବିତ୍‌ମାନଙ୍କ ଚିକିତ୍ସା ଏବଂ କ୍ରୀଡ଼ା ଜନିତ ଆଘାତ ପରିଚାଳନାରେ ତାଙ୍କର ଦକ୍ଷତା ପାଇଁ ସେ 'ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ଫିଜିଓଥେରାପିଷ୍ଟ୍' ଦ୍ୱାରା ସ୍ୱୀକୃତି ଲାଭ କରିଛନ୍ତି । ତାଙ୍କର ଏହି ଯାତ୍ରା କ୍ରୀଡ଼ାବିତ୍‌ଙ୍କ ପ୍ରଦର୍ଶନ ଏବଂ ଆଘାତରୁ ସୁସ୍ଥ ହେବା କ୍ଷେତ୍ରରେ ଫିଜିଓଥେରାପିର ଗୁରୁତ୍ୱପୂର୍ଣ୍ଣ ପ୍ରଭାବକୁ ଦର୍ଶାଉଛି ।


ଉତ୍ସ

ଅଧିକ ସୂଚନା ପାଇଁ, ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ