ପଠନ
ବିକଳ୍ପ

Xନମସ୍କାର,
ମୁଁ ଆମ ବଟ୍

ମୁଁ ଆପଣଙ୍କୁ କିପରି ସାହାଯ୍ୟ କରିପାରିବି?

ଅଧିକ ଜାଣିବାକୁ ଚାହୁଁଛନ୍ତି

ଇଞ୍ଜିନିୟରିଂ ରେ

ବୃତ୍ତି

ପେପର ଆଣ୍ଡ ପଲ୍ପ ଇଞ୍ଜିନିୟର


ପେପର ଆଣ୍ଡ ପଲ୍ପ ଇଞ୍ଜିନିୟର

ଜଣେ ପେପର ଏବଂ ପଲ୍ପ ଇଞ୍ଜିନିୟର (Paper and pulp engineer) କାଠ, ପୁରୁଣା କାଗଜ (Recycled paper) କିମ୍ବା କୃଷି ବର୍ଜ୍ୟବସ୍ତୁ ପରି କଞ୍ଚାମାଲକୁ କାଗଜ, ପେପରବୋର୍ଡ ଏବଂ ଅନ୍ୟାନ୍ୟ ସେଲ୍ୟୁଲୋଜ୍-ଭିତ୍ତିକ ଉତ୍ପାଦରେ ପରିଣତ କରିବା ପାଇଁ ଆବଶ୍ୟକ ପ୍ରକ୍ରିୟାର ଡିଜାଇନ୍, ପରିଚାଳନା ଏବଂ ଏହାର ଉନ୍ନତିକରଣରେ ବିଶେଷଜ୍ଞତା ହାସଲ କରିଥାନ୍ତି। ଏମାନେ ଅତି ଉନ୍ନତ ଇଞ୍ଜିନିୟରିଂ ନିୟମ ଏବଂ କୌଶଳ ବ୍ୟବହାର କରି ଦକ୍ଷ, ସ୍ଥାୟୀ ଏବଂ ଉଚ୍ଚ ଗୁଣବତ୍ତା ସମ୍ପନ୍ନ ଉତ୍ପାଦନ ନିଶ୍ଚିତ କରନ୍ତି। ଏହା ସହିତ ସେମାନେ କାଗଜ ଶିଳ୍ପ ମଧ୍ୟରେ କାର୍ଯ୍ୟଧାରାର ଉନ୍ନତି ଏବଂ ପରିବେଶ ସମ୍ବନ୍ଧୀୟ ନିୟମାବଳୀ ଅନୁପାଳନ ଉପରେ ମଧ୍ୟ ଧ୍ୟାନ ଦେଇଥାନ୍ତି।

ଆବଶ୍ୟକ ଦକ୍ଷତା :
  • ବୈଷୟିକ ଦକ୍ଷତା 

  • ବିଶ୍ଳେଷଣାତ୍ମକ ଦକ୍ଷତା 

  • ସମସ୍ୟା ସମାଧାନ ଦକ୍ଷତା 

  • ପରିଚାଳନା ଦକ୍ଷତା

ସଫଳତାର କାହାଣୀ

ଡକ୍ଟର ଜଗଦୀଶ ପାଣିଗ୍ରାହୀ

ଓଡ଼ିଶାର ଡକ୍ଟର ଜଗଦୀଶ ପାଣିଗ୍ରାହୀ ପଲ୍ପ ଏବଂ ପେପର୍ ଟେକ୍ନୋଲୋଜିରେ ଜଣେ ସୁନାମଧନ୍ୟ ବିଶେଷଜ୍ଞ । ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଡେପୁଟି ଡାଇରେକ୍ଟର ଭାବରେ, ସେ କାଗଜ ଶିଳ୍ପ ମଧ୍ୟରେ ପରିବେଶ ଅନୁକୂଳ ଅଭ୍ୟାସକୁ ପ୍ରୋତ୍ସାହିତ କରିଥିଲେ । ତାଙ୍କର ପଦକ୍ଷେପଗୁଡ଼ିକ ପେପର ମିଲ୍‌ଗୁଡ଼ିକରେ ସ୍ୱଚ୍ଛ ଜ୍ଞାନକୌଶଳ, ବର୍ଜ୍ୟବସ୍ତୁ ପରିଚାଳନାରେ ଉନ୍ନତି ଏବଂ ପ୍ରଦୂଷିତ ଗ୍ୟାସ  ନିର୍ଗମନ ହ୍ରାସ କରିବାରେ ଯଥେଷ୍ଟ ଅଗ୍ରଗତି ଆଣିଥିଲା । 


ଉତ୍ସ

ଅଧିକ ସୂଚନା ପାଇଁ, ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ