
ପଠନ
ବିକଳ୍ପ
ଅଧିକ ଜାଣିବାକୁ ଚାହୁଁଛନ୍ତି
NCS CODE: 2212.1700
ପାଥୋଲୋଜିଷ୍ଟ ହେଉଛନ୍ତି ଜଣେ ଡାକ୍ତର ଯିଏ ଲାବୋରେଟୋରୀରେ ଟିସୁ (କୋଷିକା), ରକ୍ତ, ଶରୀରର ତରଳ ପଦାର୍ଥ ଏବଂ ଅଙ୍ଗପ୍ରତ୍ୟଙ୍ଗ ପରୀକ୍ଷା କରି ରୋଗ ଚିହ୍ନଟ କରନ୍ତି । ସଂକ୍ରମଣ, କର୍କଟ (Cancer), ଜେନେଟିକ୍ ବ୍ୟାଧି ଏବଂ ଅନ୍ୟାନ୍ୟ ଚିକିତ୍ସା ଅବସ୍ଥା ଚିହ୍ନଟ କରିବାରେ ସେମାନେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି । ପାଥୋଲୋଜିଷ୍ଟମାନେ ରୋଗର କାରଣ ଜାଣିବା ଏବଂ ଚିକିତ୍ସା ସମ୍ବନ୍ଧୀୟ ନିଷ୍ପତ୍ତି ନେବାରେ ସାହାଯ୍ୟ କରିବା ପାଇଁ ଅନ୍ୟ ଡାକ୍ତରମାନଙ୍କ ସହ ମିଶି କାର୍ଯ୍ୟ କରନ୍ତି । ସେମାନେ ଡାକ୍ତରଖାନା, ରୋଗ ନିରୂପଣ କେନ୍ଦ୍ର (Diagnostic laboratories), ଗବେଷଣା ପ୍ରତିଷ୍ଠାନ ଏବଂ ଜନସ୍ୱାସ୍ଥ୍ୟ ପ୍ରଣାଳୀ ପାଇଁ ଅପରିହାର୍ଯ୍ୟ ଅଟନ୍ତି ।
ବିଶ୍ଳେଷଣାତ୍ମକ ଚିନ୍ତାଧାରା
ଟିକି ନିଖି ବିଷୟ ପ୍ରତି ଧ୍ୟାନ
ଦଳଗତ କାର୍ଯ୍ୟ ଏବଂ ଯୋଗାଯୋଗ
ସମସ୍ୟା ସମାଧାନ ଏବଂ ଗମ୍ଭୀର ଚିନ୍ତନ ଦକ୍ଷତା
ଡକ୍ଟର ଲାଲ୍ ପାଥଲାବ୍ସ' (Dr. Lal PathLabs) ର ପ୍ରତିଷ୍ଠାତା ଡକ୍ଟର ଏସ୍. କେ. ଲାଲ୍ ଏକ ସାଧାରଣ ପରିବାରରୁ ଆସି ନିଜର ନିଷ୍ଠା ଓ ପରିଶ୍ରମ ବଳରେ ଭାରତର ଅନ୍ୟତମ ବିଶ୍ୱସନୀୟ ଡାଇଗ୍ନୋଷ୍ଟିକ୍ ନେଟୱର୍କ ଗଠନ କରିଛନ୍ତି । ଚିକିତ୍ସା ଶିକ୍ଷା ସମାପ୍ତ କରି ପାଥୋଲୋଜିରେ ବିଶେଷଜ୍ଞତା ହାସଲ କରିବା ପରେ ସେ ଅନୁଭବ କଲେ ଯେ ଭାରତରେ ନିର୍ଭରଯୋଗ୍ୟ ରୋଗ ନିରୂପଣ ସେବାର ଅଭାବ ରହିଛି । ୧୯୪୯ ମସିହାରେ ଅତି ସୀମିତ ସମ୍ବଳ ସହିତ ସେ ଦିଲ୍ଲୀରେ ଏକ ଛୋଟ ପାଥୋଲୋଜି ଲାବୋରେଟୋରୀ ଆରମ୍ଭ କରିଥିଲେ । ପ୍ରାରମ୍ଭିକ ଦିନରେ ସେ ନମୁନା ପରୀକ୍ଷା ଠାରୁ ଆରମ୍ଭ କରି ରିପୋର୍ଟ ପ୍ରସ୍ତୁତ ଏବଂ ଲ୍ୟାବ୍ ପରିଚାଳନା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ନିଜେ କରୁଥିଲେ । ସମୟକ୍ରମେ ତାଙ୍କର ଦକ୍ଷତା ଏବଂ ସଚ୍ଚୋଟତା ଡାକ୍ତର ଓ ରୋଗୀଙ୍କ ବିଶ୍ୱାସ ଜିତିପାରିଲା । ଆଜି 'ଡକ୍ଟର ଲାଲ୍ ପାଥଲାବ୍ସ' ଦେଶର ଅନ୍ୟତମ ବୃହତ୍ତମ ଡାଇଗ୍ନୋଷ୍ଟିକ୍ ଚେନ୍ରେ ପରିଣତ ହୋଇଛି । ଡକ୍ଟର ଲାଲ୍ଙ୍କ ଏହି ଯାତ୍ରା ଆଜିର ଯୁବ ପାଥୋଲୋଜିଷ୍ଟମାନଙ୍କ ପାଇଁ ଏକ ବଡ଼ ପ୍ରେରଣା ।
ପାଥୋଲୋଜିଷ୍ଟମାନେ ନିଜସ୍ୱ ବ୍ୟକ୍ତିଗତ ନିଦାନ କେନ୍ଦ୍ର (Diagnostic laboratory) କିମ୍ବା ପାଥୋଲୋଜି କ୍ଲିନିକ୍ ପ୍ରତିଷ୍ଠା କରି ରକ୍ତ ପରୀକ୍ଷା, ବାୟୋପ୍ସି ବିଶ୍ଳେଷଣ ଏବଂ ରୋଗ ଚିହ୍ନଟ ସେବା ପ୍ରଦାନ କରିପାରିବେ । ସ୍ୱାସ୍ଥ୍ୟସେବା ପ୍ରଯୁକ୍ତିବିଦ୍ୟାର ଉନ୍ନତି ସହିତ ସେମାନେ ଆଣବିକ ରୋଗ ନିରୂପଣ (Molecular diagnosis), ଜେନେଟିକ୍ ଟେଷ୍ଟିଂ ଏବଂ ପ୍ରତିଷେଧକ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ବିଶେଷଜ୍ଞ ଲ୍ୟାବ୍ ବିକଶିତ କରିପାରିବେ । ନିର୍ଭରଯୋଗ୍ୟ ରୋଗ ନିରୂପଣ ସେବାର ଚାହିଦା ବଢୁଥିବାରୁ ଏହି କ୍ଷେତ୍ରରେ ଉଦ୍ୟୋଗୀ ହେବାର ସୁଯୋଗ ବୃଦ୍ଧି ପାଉଛି ।
ଅସ୍ଥିଶଲ୍ୟ ଅକ୍ଷମତା : ଅନୁକୂଳ କାର୍ଯ୍ୟସ୍ଥଳସହିତ ଲାବୋରେଟୋରୀ ପରିବେଶରେ କାର୍ଯ୍ୟ କରିପାରିବେ ।
ସାମାନ୍ୟ ଶିକ୍ଷଣ ଅକ୍ଷମତା : ସଠିକ୍ ପ୍ରଶିକ୍ଷଣ ଏବଂ ତତ୍ତ୍ୱାବଧାନ ଦ୍ୱାରା ପରିଚାଳିତ ହୋଇପାରିବ ।
ଆଂଶିକ ଦୃଷ୍ଟି ବାଧିତ: ସହାୟକ ଉପକରଣ ଏବଂ ଡିଜିଟାଲ୍ ଡାଇଗ୍ନୋଷ୍ଟିକ୍ ଯନ୍ତ୍ର ସାହାଯ୍ୟରେ ସମ୍ଭବ ।