ପଠନ
ବିକଳ୍ପ

Xନମସ୍କାର,
ମୁଁ ଆମ ବଟ୍

ମୁଁ ଆପଣଙ୍କୁ କିପରି ସାହାଯ୍ୟ କରିପାରିବି?

ଅଧିକ ଜାଣିବାକୁ ଚାହୁଁଛନ୍ତି

କଳା କ୍ଷେତ୍ର ରେ

ବୃତ୍ତି

ନ୍ୟାୟବୈଜ୍ଞାନିକ ମନୋବିଜ୍ଞାନୀ


ନ୍ୟାୟବୈଜ୍ଞାନିକ ମନୋବିଜ୍ଞାନୀ

NCS Code: 2634.9900 

ନ୍ୟାୟବୈଜ୍ଞାନିକ ମନୋବିଜ୍ଞାନୀ ଆଇନ ଏବଂ ଅପରାଧିକ ନ୍ୟାୟ ପ୍ରଣାଳୀରେ ମନୋବୈଜ୍ଞାନିକ ସିଦ୍ଧାନ୍ତଗୁଡ଼ିକୁ ପ୍ରୟୋଗ କରନ୍ତି । ସେମାନେ ଅଭିଯୁକ୍ତମାନଙ୍କର ମାନସିକ ସ୍ଥିତିର ମୂଲ୍ୟାଙ୍କନ କରନ୍ତି, ଅଦାଲତରେ ବିଶେଷଜ୍ଞ ଭାବରେ ସାକ୍ଷ୍ୟ ପ୍ରଦାନ କରନ୍ତି ଏବଂ ଅପରାଧୀଙ୍କ ପ୍ରୋଫାଇଲ୍ ପ୍ରସ୍ତୁତ କରିବାରେ ଆଇନ ଶୃଙ୍ଖଳା ରକ୍ଷାକାରୀ ସଂସ୍ଥା ବା ପୋଲିସକୁ ସହାୟତା କରନ୍ତି । ବୈଜ୍ଞାନିକ ଆଚରଣଗତ ବିଶ୍ଳେଷଣ ମାଧ୍ୟମରେ ନ୍ୟାୟ ସୁନିଶ୍ଚିତ କରିବା ପାଇଁ ସେମାନେ ନ୍ୟାୟପାଳିକା, ସଂଶୋଧନ ଗୃହ (କାରାଗାର) ଏବଂ ଆଇନ ଶୃଙ୍ଖଳା ରକ୍ଷାକାରୀ ସଂସ୍ଥାଗୁଡ଼ିକ ସହିତ ମିଳିତ ଭାବେ କାର୍ଯ୍ୟ କରିଥାନ୍ତି।

ଆବଶ୍ୟକ ଦକ୍ଷତା :
  • ବିଶ୍ଳେଷଣାତ୍ମକ ଚିନ୍ତାଧାରା 

  • ସମସ୍ୟା ସମାଧାନର ଦକ୍ଷତା

  • ମିଳିତ ଭାବେ କାର୍ଯ୍ୟ କରିବା (ଦଳଗତ କାର୍ଯ୍ୟ)

  • ଯୋଗାଯୋଗ ଦକ୍ଷତା 

  • ବୈଜ୍ଞାନିକ ତଥ୍ୟ/ଦଲିଲ୍ ପ୍ରସ୍ତୁତି

ସଫଳତାର କାହାଣୀ

ପ୍ରଫେସର (ଡକ୍ଟର) ଆର୍.କେ. ସୁରୀ

ପ୍ରଫେସର (ଡକ୍ଟର) ଆର୍.କେ. ସୁରୀ ହେଉଛନ୍ତି ଭାରତୀୟ ଅପରାଧ ଏବଂ ନ୍ୟାୟବୈଜ୍ଞାନିକ ମନୋବିଜ୍ଞାନ କ୍ଷେତ୍ରରେ ୪୦ ବର୍ଷରୁ ଅଧିକ ଅଭିଜ୍ଞତା ଥିବା ଏକ ଅଗ୍ରଣୀ ବ୍ୟକ୍ତିତ୍ୱ । କଏଦୀ ଏବଂ ପୀଡ଼ିତମାନଙ୍କ ପୁନର୍ବାସ କ୍ଷେତ୍ରରେ ତାଙ୍କର ବ୍ୟାପକ କାର୍ଯ୍ୟ ପାଇଁ ସେ ବେଶ୍ ଜଣାଶୁଣା । ସେ ରାଜୀବ ଗାନ୍ଧୀ ଇନଷ୍ଟିଚ୍ୟୁଟ୍ ଅଫ୍ ପେଟ୍ରୋଲିୟମ ଟେକ୍ନୋଲୋଜିର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଛନ୍ତି ଏବଂ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ କ୍ରିମିନୋଲୋଜି ଆଣ୍ଡ ଫୋରେନ୍ସିକ୍ ସାଇନ୍ସେସରେ ଜଣେ ମାର୍ଗଦର୍ଶକ ଭାବରେ ରହି ଭାରତରେ ପୁନରୁଦ୍ଧାର ନ୍ୟାୟ (Restorative justice) ବ୍ୟବସ୍ଥାକୁ ଆଗକୁ ବଢ଼ାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।


ଉତ୍ସ

ଅଧିକ ସୂଚନା ପାଇଁ, ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ