ପଠନ
ବିକଳ୍ପ

Xନମସ୍କାର,
ମୁଁ ଆମ ବଟ୍

ମୁଁ ଆପଣଙ୍କୁ କିପରି ସାହାଯ୍ୟ କରିପାରିବି?

ଅଧିକ ଜାଣିବାକୁ ଚାହୁଁଛନ୍ତି

ସାମାଜିକ କାର୍ଯ୍ୟ ରେ

ବୃତ୍ତି

ନନ୍ ପ୍ରଫିଟ୍ ଫଣ୍ଡରେଜିଂ ମ୍ୟାନେଜର୍


ନନ୍ ପ୍ରଫିଟ୍ ଫଣ୍ଡରେଜିଂ ମ୍ୟାନେଜର୍

NCS Code: 2422.0200

ଜଣେ ଫଣ୍ଡରେଜିଂ ଏବଂ ପାର୍ଟନରସିପ୍ ମ୍ୟାନେଜର (ପାଣ୍ଠି ସଂଗ୍ରହ ଓ ସହଭାଗିତା ପରିଚାଳକ) ବିଭିନ୍ନ ଏନଜିଓ (ବେସରକାରୀ ସଂଗଠନ ), ଷ୍ଟାର୍ଟଅପ୍ ଓ ସାମାଜିକ ପ୍ରତିଷ୍ଠାନ ଭଳି ସଂଗଠନଗୁଡ଼ିକ ପାଇଁ ପାଣ୍ଠି ସଂଗ୍ରହ କରିବା ଏବଂ ସହଭାଗିତା (Partnerships) ଗଠନ  କରନ୍ତି । ଆର୍ଥିକ ସହାୟତା ଏବଂ ମିଳିତ ସହଯୋଗ ସୁନିଶ୍ଚିତ କରିବା ପାଇଁ ସେମାନେ ଦାତା (Donors), କମ୍ପାନୀ ଏବଂ ବିଭିନ୍ନ ଅନୁଷ୍ଠାନଗୁଡ଼ିକ ସହ ସମ୍ପର୍କ ସ୍ଥାପନ କରନ୍ତି । ସେମାନଙ୍କର ଏହି କାର୍ଯ୍ୟ ସଂଗଠନଗୁଡ଼ିକୁ ସେମାନଙ୍କର ପ୍ରକଳ୍ପ ପରିଚାଳନା କରିବାରେ, ପ୍ରଭାବ ବିସ୍ତାର କରିବାରେ ଏବଂ କାର୍ଯ୍ୟକଳାପକୁ ସ୍ଥାୟୀ ଭାବେ ଚଳାଇବାରେ ସାହାଯ୍ୟ କରିଥାଏ।

ଆବଶ୍ୟକ ଦକ୍ଷତା :
  • ଯୋଗାଯୋଗ ଏବଂ ନେଟୱର୍କିଂ ଦକ୍ଷତା

  • ପ୍ରବର୍ତ୍ତାଇବା ଏବଂ ବୁଝାମଣା କରିବାର କ୍ଷମତା 

  • ପ୍ରପୋଜାଲ ରାଇଟିଂ (Proposal writing - ପ୍ରସ୍ତାବପତ୍ର ଲେଖିବା)

  • ଉପସ୍ଥାପନା ଦକ୍ଷତା 

  • ରଣନୈତିକ ଚିନ୍ତାଧାରା (Strategic thinking)

  • ଗବେଷଣା ଏବଂ ପ୍ରଚାର (ଲୋକଙ୍କ ପାଖରେ ପହଞ୍ଚିବାର )ଦକ୍ଷତା 

  • ମୌଳିକ ଆର୍ଥିକ ଜ୍ଞାନ

ସଫଳତାର କାହାଣୀ

ଯୁଗଳ କିଶୋର ପଟ୍ଟନାୟକ

ଯୁଗଳ କିଶୋର ପଟ୍ଟନାୟକଙ୍କ ଯାତ୍ରା ୧୯୯୦ ଦଶକରେ ଓଡ଼ିଶାର ଆଦିବାସୀ ଅଞ୍ଚଳରୁ ଆରମ୍ଭ ହୋଇଥିଲା, ଯେଉଁଠାରେ ପାଣ୍ଠି ସଂଗ୍ରହର କୌଣସି ସୁବ୍ୟବସ୍ଥିତ ଧାରଣା ନଥିଲା। 'ଫାର୍' (FARR) ଏନଜିଓରେ ଜଣେ ଟିମ୍ ଲିଡର୍ ଭାବେ କାର୍ଯ୍ୟ ଆରମ୍ଭ କରି, ସେ କଳାହାଣ୍ଡି ଓ ନୂଆପଡ଼ା ଭଳି ପଛୁଆ ଜିଲ୍ଲାରେ ଗାଁ ଗାଁ ବୁଲି କେବଳ ବିଶ୍ୱାସ ବଳରେ ସଂଗଠନ ଗଢ଼ିଥିଲେ। ୨୦୦୪ ମସିହାରେ 'ମହାଶକ୍ତି ଫାଉଣ୍ଡେସନ୍' ପ୍ରତିଷ୍ଠା କରିବା ତାଙ୍କ ଜୀବନର ସବୁଠାରୁ ବଡ଼ ସଫଳତା ଥିଲା, ଯାହା ତାଙ୍କୁ ଜଣେ ସ୍ଥାନୀୟ ସାମାଜିକ କର୍ମୀରୁ ସମ୍ବଳ ସଂଗ୍ରହର ବିଶେଷଜ୍ଞ ଭାବେ ଗଢ଼ି ତୋଳିଥିଲା। ବିଶ୍ୱସ୍ତରୀୟ କର୍ପୋରେଟ୍ ଦାତାମାନଙ୍କୁ ସ୍ଥାନୀୟ ଆଦିବାସୀଙ୍କ ଆବଶ୍ୟକତା ସହ ଯୋଡ଼ି ସେ ୩୫,୦୦୦ ରୁ ଅଧିକ ପରିବାର ପାଇଁ ସ୍ଥାୟୀ ଜୀବିକା ସୃଷ୍ଟି କରିପାରିଛନ୍ତି। ଆଜି ସେ ଓଡ଼ିଶାର ସବୁଠାରୁ ସଫଳ ପାଣ୍ଠି ସଂଗ୍ରହକାରୀ ଭାବେ ସ୍ୱୀକୃତିପ୍ରାପ୍ତ, ଯାହା ପ୍ରମାଣ କରେ ଯେ ତୃଣମୂଳ ସ୍ତରରୁ କାର୍ଯ୍ୟ ଆରମ୍ଭ କରି ମଧ୍ୟ ସାମାଜିକ ପରିବର୍ତ୍ତନ ପାଇଁ ଲକ୍ଷ ଲକ୍ଷ ଟଙ୍କାର ଆନ୍ତର୍ଜାତୀୟ ପୁଞ୍ଜି ବିନିଯୋଗକୁ ଆକର୍ଷିତ କରାଯାଇପାରେ।


ଉତ୍ସ

ଅଧିକ ସୂଚନା ପାଇଁ, ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ