ପଠନ
ବିକଳ୍ପ

Xନମସ୍କାର,
ମୁଁ ଆମ ବଟ୍

ମୁଁ ଆପଣଙ୍କୁ କିପରି ସାହାଯ୍ୟ କରିପାରିବି?

ଅଧିକ ଜାଣିବାକୁ ଚାହୁଁଛନ୍ତି

ନିରପେକ୍ଷ କ୍ଷେତ୍ର ରେ

ବୃତ୍ତି

ଗେମ୍ ଡିଜାଇନର୍


ଗେମ୍ ଡିଜାଇନର୍

NCS Code: 2166.0501

ଜଣେ ଗେମ୍ ଡିଜାଇନର୍ ଭିଡିଓ ଗେମ୍‌ର ମୂଳ ଧାରଣା, ନିୟମ ଏବଂ ପାରସ୍ପରିକ ଅନୁଭୂତି (Interactive experiences) ସୃଷ୍ଟି କରନ୍ତି, ଯେଉଁଥିରେ ଗେମପ୍ଲେ ମେକାନିକ୍ସ, କାହାଣୀ, ସ୍ତର (Levels), ଚରିତ୍ର ଏବଂ ବ୍ୟବହାରକାରୀଙ୍କ ସମ୍ପୃକ୍ତିକୁ ସେ ନିର୍ଦ୍ଧାରଣ କରନ୍ତି । ସେମାନେ ମୋବାଇଲ୍, ପି.ସି. (ପର୍ସନାଲ କମ୍ପ୍ୟୁଟର) ଏବଂ କନସୋଲ୍ ପରି ବିଭିନ୍ନ ପ୍ଲାଟଫର୍ମରେ ଆକର୍ଷଣୀୟ ଡିଜିଟାଲ୍ ଗେମ୍ ପ୍ରସ୍ତୁତ କରିବା ପାଇଁ ବିଭିନ୍ନ ବିଭାଗର ଟିମ୍ ସହିତ କାର୍ଯ୍ୟ କରନ୍ତି । ଏହି ଭୂମିକାରେ ମଜାଦାର ତଥା ଉନ୍ନତମାନର ବ୍ୟବହାରକାରୀ ଅନୁଭୂତି ପାଇଁ ସୃଜନଶୀଳତା ସହିତ ବୈଷୟିକ ଡିଜାଇନ୍‌ର ସମନ୍ୱୟ ରକ୍ଷା କରାଯାଏ।

ଆବଶ୍ୟକ ଦକ୍ଷତା :
  • ଗେମ୍ ମେକାନିକ୍ସ ଏବଂ ସିଷ୍ଟମ୍ ଡିଜାଇନ୍

  • ୟୁନିଟି (Unity) କିମ୍ବା ଅନରିଅଲ୍ ଇଞ୍ଜିନ୍ (Unreal Engine) [୨ଡି ଏବଂ ୩ଡି ଗେମ୍ ଡେଭଲପମେଣ୍ଟ]

  • ଗେମ୍ ପାଇଁ ଲେଭଲ୍ ଡିଜାଇନ୍ ଏବଂ ୟୁ.ଏକ୍ସ. (ୟୁଜର୍ ଏକ୍ସପିରିଏନ୍ସ)

  • C#, C++, କିମ୍ବା GD ସ୍କ୍ରିପ୍ଟରେ ସ୍କ୍ରିପ୍ଟିଂ

  • କନସେପ୍ଟ ଆର୍ଟ, ପ୍ରୋଟୋଟାଇପିଂ ଏବଂ ପ୍ଲେ-ଟେଷ୍ଟିଂ

  • ଖେଳାଳିଙ୍କ ମନୋବିଜ୍ଞାନ ଏବଂ ଏନ୍ଗେଜମେଣ୍ଟ ଲୁପ୍‌ର ବୁଝାମଣା

ସଫଳତାର କାହାଣୀ

ରୌନକ ବାଗ୍ଗା

ଓଡ଼ିଶାରେ ଜନ୍ମିତ ରୌନକ ବାଗ୍ଗା ବିଶେଷଜ୍ଞ ଶିକ୍ଷା ଏବଂ ବ୍ୟବହାରିକ ଉଦ୍ୟୋଗିତା ମାଧ୍ୟମରେ ଗେମ୍ ଡିଜାଇନ୍ କ୍ଷେତ୍ରରେ ଏକ ପ୍ରତିଷ୍ଠିତ କ୍ୟାରିୟର୍ ଗଠନ କରିଛନ୍ତି । ନିଜର ବି.ଟେକ୍. ସମାପ୍ତ କରିବା ପରେ, ସେ ଲଣ୍ଡନର କିଙ୍ଗଷ୍ଟନ୍ ବିଶ୍ୱବିଦ୍ୟାଳୟରୁ ଗେମ୍ ଡିଜାଇନ୍‌ରେ ଏମ୍.ଏ. ଡିଗ୍ରୀ ହାସଲ କରିଥିଲେ । ସେ 'ପ୍ଲେସିମ୍ପଲ୍ ଗେମ୍‌ସ' ରେ ଜଣେ ଗେମ୍ ପ୍ରଡ୍ୟୁସର ଇଣ୍ଟର୍ନ ଭାବରେ ନିଜର ବୃତ୍ତିଗତ ଯାତ୍ରା ଆରମ୍ଭ କରିବା ପୂର୍ବରୁ 'ବୋନ୍ ଗେମ୍ ଷ୍ଟୁଡିଓ' ର ସହ-ପ୍ରତିଷ୍ଠା କରିଥିଲେ । ସେ ବର୍ତ୍ତମାନ 'କୁଲଜେନ୍ ଇଣ୍ଟରାକ୍ଟିଭ୍‌ସ' ର ସି.ଇ.ଓ. (ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ) ଏବଂ ଅବନ୍ତୀକା ବିଶ୍ୱବିଦ୍ୟାଳୟର ଜଣେ ସହକାରୀ ପ୍ରଫେସର ଭାବରେ କାର୍ଯ୍ୟ କରୁଛନ୍ତି, ଯେଉଁଠାରେ ସେ ଗେମ୍ ବିକାଶର ନେତୃତ୍ୱ ନେଉଛନ୍ତି ଏବଂ ନିଜ ରାଜ୍ୟର ଭବିଷ୍ୟତ ଡିଜାଇନର୍‌ମାନଙ୍କୁ ମାର୍ଗଦର୍ଶନ କରୁଛନ୍ତି।


ଉତ୍ସ

ଅଧିକ ସୂଚନା ପାଇଁ, ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ