
ପଠନ
ବିକଳ୍ପ
ଅଧିକ ଜାଣିବାକୁ ଚାହୁଁଛନ୍ତି
ଜଣେ କ୍ଲାଉଡ୍ ଇଞ୍ଜିନିୟର ଏଡବ୍ଲୁଏସ୍ (AWS), ଆଜୀୟୋର୍ (Azure) ଏବଂ ଗୁଗୁଲ୍ କ୍ଲାଉଡ୍ (Google Cloud) ଭଳି ପ୍ଲାଟଫର୍ମରେ ସ୍କେଲେବଲ୍ କ୍ଲାଉଡ୍ ଭିତ୍ତିଭୂମିର ଡିଜାଇନ୍, ଏବଂ ପରିଚାଳନା କରନ୍ତି । ସେମାନେ ଅଟୋମେସନ୍, ସିଆଇ/ସିଡ଼ି(CI/CD) ପାଇପଲାଇନ୍, କଣ୍ଟେନରାଇଜେସନ୍ ଟେକ୍ନୋଲୋଜି (ଯେପରିକି ଡକର୍ ଏବଂ କୁବେରନେଟେସ୍) ରେ ଦକ୍ଷ ଅଟନ୍ତି ।
ବୈଷୟିକ ଦକ୍ଷତା
ବିଶ୍ଳେଷଣାତ୍ମକ ଦକ୍ଷତା
ସମସ୍ୟା ସମାଧାନ ଦକ୍ଷତା
ପରିଚାଳନା ଦକ୍ଷତା
ଭୁବନେଶ୍ୱରର କ୍ଲାଉଡ୍ ଇଞ୍ଜିନିୟର ହେମନ୍ତ କୁମାର ସାହୁ ଡାଟା ଇଞ୍ଜିନିୟରିଂରେ ୧୮ ବର୍ଷରୁ ଅଧିକ ଅଭିଜ୍ଞତା ସହିତ, କ୍ଲାଉଡ୍ ଟେକ୍ନୋଲୋଜି, ବିଶେଷକରି Azure ରେ ସମ୍ପୂର୍ଣ୍ଣ ଦକ୍ଷତା ହାସଲ କରିଛନ୍ତି । ସେ ସ୍କେଲେବଲ୍ ଡାଟା ସମାଧାନ - ପ୍ରସ୍ତୁତ କରିବା, Tableau, Power BI, Python ଏବଂ Big Data ଟେକ୍ନୋଲୋଜି ଭଳି ଜରୁରୀ ସଫ୍ଟୱେୟାର ବ୍ୟବହାରରେ ମଧ୍ୟ ଦକ୍ଷ । ନିଜର ବୃତ୍ତିଗତ ସଫଳତା ବ୍ୟତୀତ, ହେମନ୍ତ ଶିକ୍ଷାଦାନ ପ୍ରତି ଆଗ୍ରହୀ ଏବଂ Microsoft Excel, SQL ପ୍ରୋଗ୍ରାମିଂ ଏବଂ Power BI ରେ ଅନଲାଇନ୍ ତଥା ପ୍ରତ୍ୟକ୍ଷ ତାଲିମ ପ୍ରଦାନ କରନ୍ତି । ଦକ୍ଷତା ବୃଦ୍ଧି ପାଇଁ ତାଙ୍କର ଏହି ନିଷ୍ଠା କ୍ଲାଉଡ୍ କମ୍ପ୍ୟୁଟିଂ କ୍ଷେତ୍ରରେ ଅନ୍ୟମାନଙ୍କୁ ସଶକ୍ତ କରୁଛି ।
ଜଣେ କ୍ଲାଉଡ୍ ଇଞ୍ଜିନିୟର କେବଳ ଟେକ୍ନୋଲୋଜି ଉପରେ ଧ୍ୟାନ ନ ଦେଇ ବ୍ୟବସାୟିକ ଚିନ୍ତାଧାରା ରଖି ଜଣେ ଉଦ୍ୟୋଗୀ ହୋଇପାରିବେ । ସାସ୍ (SaaS) ପ୍ଲାଟଫର୍ମ, ଡେଭଲପର୍ ଟୁଲ୍ସ କିମ୍ବା ଅଟୋମେସନ୍ ଭଳି କ୍ଲାଉଡ୍ ଟେକ୍ନୋଲୋଜି ବ୍ୟବହାର କରି ବାସ୍ତବ ଜୀବନର ସମସ୍ୟା ସମାଧାନର ବାଟ ପ୍ରସ୍ତୁତ କରି ଉଦ୍ୟୋଗୀ ହୋଇ ପାରିବେ । ନିଜର କ୍ଲାଉଡ୍ ଦକ୍ଷତାକୁ ବ୍ୟବହାର କରି ସେମାନେ ସର୍ଭରଲେସ୍, କଣ୍ଟେନର କିମ୍ବା ଇନଫ୍ରାଷ୍ଟ୍ରକ୍ଚର-ଆଜ୍-କୋଡ୍ ମାଧ୍ୟମରେ (MVP) ମୌଳିକ ଉତ୍ପାଦ ଲଞ୍ଚ କରିପାରିବେ ଏବଂ ବ୍ୟବହାର ଭିତ୍ତିକ ମୂଲ୍ୟ କିମ୍ବା ପରାମର୍ଶ ଦେଇ ମଧ୍ୟ ରୋଜଗାର କରିପାରିବେ ।
ଶାରୀରିକ ଭିନ୍ନକ୍ଷମ (ଯେପରିକି ଚଳପ୍ରଚଳ ଜନିତ ବାଧା, ଅଙ୍ଗ ହାନି)
ଶ୍ରବଣ ବାଧାପ୍ରାପ୍ତ ବ୍ୟକ୍ତି
ଦୃଷ୍ଟିଶକ୍ତି ବାଧାପ୍ରାପ୍ତ ବ୍ୟକ୍ତି (ଆଂଶିକ କିମ୍ବା ସମ୍ପୂର୍ଣ୍ଣ ଅନ୍ଧତ୍ୱ ସମେତ)
ସ୍ନାୟୁଗତ ଭିନ୍ନତା (ଯେପରିକି ଅଟିଜିମ୍, ଏଡ଼ିଏଚ୍ଡ଼ି (ADHD), ଡିସଲେକ୍ସିଆ)
ମାନସିକ ସ୍ୱାସ୍ଥ୍ୟ ଅବସ୍ଥା (ଯେପରିକି ଚିନ୍ତା, ଅବସାଦ)