ପଠନ
ବିକଳ୍ପ

Xନମସ୍କାର,
ମୁଁ ଆମ ବଟ୍

ମୁଁ ଆପଣଙ୍କୁ କିପରି ସାହାଯ୍ୟ କରିପାରିବି?

ଅଧିକ ଜାଣିବାକୁ ଚାହୁଁଛନ୍ତି

ଧନ୍ଦାମୂଳକ କ୍ଷେତ୍ର ରେ

ବୃତ୍ତି

ଇଲେକ୍ଟ୍ରିକ୍ ଭେହିକିଲ୍ (ଇ.ଭି.) ଟେକ୍ନିସିଆନ୍


ଇଲେକ୍ଟ୍ରିକ୍ ଭେହିକିଲ୍ (ଇ.ଭି.) ଟେକ୍ନିସିଆନ୍

NCS Code: 311 3.0102

ଇ.ଭି. (ଇଲେକ୍ଟ୍ରିକ୍ ଭେହିକିଲ୍) ଟେକ୍ନିସିଆନ୍ ବ୍ୟାଟେରୀ ପ୍ୟାକ୍, ଇଲେକ୍ଟ୍ରିକ୍ ମୋଟର, ଇନଭର୍ଟର ଏବଂ ଚାର୍ଜିଂ ଉପକରଣ ପରି ହାଇ-ଭୋଲଟେଜ୍ ପ୍ରଣାଳୀ ଉପରେ ଧ୍ୟାନ ଦେଇ ବୈଦ୍ୟୁତିକ ଏବଂ ହାଇବ୍ରିଡ୍ ଯାନଗୁଡ଼ିକର ଡାଇଗ୍ନୋଷ୍ଟିକ୍ସ, ମରାମତି ଏବଂ ରକ୍ଷଣାବେକ୍ଷଣ କରନ୍ତି। ସେମାନେ ସଫ୍ଟୱେର୍-ଆଧାରିତ ଡାଇଗ୍ନୋଷ୍ଟିକ୍ସ (ତ୍ରୁଟି ନିରୂପଣ) ବ୍ୟବହାର କରନ୍ତି, ଥର୍ମାଲ୍ ସିଷ୍ଟମ୍ ପରିଚାଳନା କରନ୍ତି ଏବଂ କଠୋର ସୁରକ୍ଷା ପ୍ରକ୍ରିୟା ଅନୁସରଣ କରନ୍ତି । ପାରମ୍ପରିକ ମେକାନିକ୍‌ଙ୍କ ତୁଳନାରେ, ଇ.ଭି. ଟେକ୍ନିସିଆନମାନେ କମ୍ପ୍ୟୁଟର-ଚାଳିତ ଯାନଗୁଡ଼ିକର ସେବା ପାଇଁ ଯାନ୍ତ୍ରିକ ଦକ୍ଷତା ସହିତ ବୈଦ୍ୟୁତିକ, ଇଲେକ୍ଟ୍ରୋନିକ୍ ଏବଂ ଫର୍ମୱେର୍ ଟ୍ରବଲସୁଟିଂ (ତ୍ରୁଟି ନିବାରଣ) କୌଶଳକୁ ସମନ୍ୱିତ କରନ୍ତି।

ଆବଶ୍ୟକ ଦକ୍ଷତା :
  • ହାଇ-ଭୋଲଟେଜ୍ ସୁରକ୍ଷା ଏବଂ ପ୍ରୋଟୋକଲ୍

  • ଉନ୍ନତ ଡାଇଗ୍ନୋଷ୍ଟିକ୍ ସଫ୍ଟୱେର୍

  • ବ୍ୟାଟେରୀ ମ୍ୟାନେଜମେଣ୍ଟ ସିଷ୍ଟମ୍ (ବି.ଏମ୍.ଏସ୍.))

  • ଇଲେକ୍ଟ୍ରିକ୍ ପାୱାରଟ୍ରେନ୍ ବିଶେଷଜ୍ଞତା

  • ଥର୍ମାଲ୍ ମ୍ୟାନେଜମେଣ୍ଟ ସିଷ୍ଟମ୍ (ତାପଜ ପରିଚାଳନା) 

  • ଜଟିଳ ବୈଦ୍ୟୁତିକ ତ୍ରୁଟି ନିବାରଣ 

  • ଚାର୍ଜିଂ ଭିତ୍ତିଭୂମି ରକ୍ଷଣାବେକ୍ଷଣ 

  • ନିୟାମକ ଏବଂ ସୁରକ୍ଷା ଅନୁପାଳନ

ସଫଳତାର କାହାଣୀ

ନିହାର ରଞ୍ଜନ ପଣ୍ଡା

ନିହାର ରଞ୍ଜନ ପଣ୍ଡାଙ୍କ ଜୀବନ ଯାତ୍ରା ଦର୍ଶାଏ ଯେ କିପରି ଦୃଢ଼ ବୈଷୟିକ ଦକ୍ଷତା ଏକ ମାନୁଫ୍ୟାକଚରିଂ ବ୍ୟବସାୟ ଗଠନ କରିବାରେ ସାହାଯ୍ୟ କରେ। ସେ କିଟ୍ (KIIT) ରୁ ନିଜର ଶିକ୍ଷା ଆରମ୍ଭ କରିଥିଲେ, ଯେଉଁଠାରେ ସେ ମେକାନିକାଲ୍ ଇଞ୍ଜିନିୟରିଂରେ ଡିପ୍ଲୋମା ଏବଂ ବି.ଟେକ୍. (ବ୍ୟାଚେଲର୍ ଅଫ୍ ଟେକ୍ନୋଲୋଜି) ସମ୍ପୂର୍ଣ୍ଣ କରିଥିଲେ। ଏହା ତାଙ୍କୁ କେବଳ ପାଠ୍ୟପୁସ୍ତକ ମଧ୍ୟରେ ସୀମିତ ନରଖି ବ୍ୟାବହାରିକ ଏବଂ କ୍ଷେତ୍ରସ୍ତରୀୟ ଅଭିଜ୍ଞତା ପ୍ରଦାନ କରିଥିଲା।

ଜନ୍ ଡିଅର୍ (John Deere) ରେ ପ୍ରଶିକ୍ଷଣ ନେଉଥିବା ସମୟରେ ସେ ଏକ ବଡ଼ ସମସ୍ୟା ଲକ୍ଷ୍ୟ କରିଥିଲେ: ଅନେକ ସ୍ନାତକଙ୍କ ପାଖରେ ଡିଗ୍ରୀ ତ ଥିଲା, କିନ୍ତୁ ପ୍ରକୃତ ଇଞ୍ଜିନ୍ ଏବଂ ମେସିନ୍ ଚାଳନା କରିବାର ଦକ୍ଷତା ନଥିଲା। ଏହି ସମସ୍ୟାର ସମାଧାନ ପାଇଁ ସେ କିଟ୍-ଟି.ବି.ଆଇ. (KIIT-TBI - Technology Business Incubator) ଇନକ୍ୟୁବେଟରରେ 'ସ୍କାଇ ସ୍କିଲ୍ ଏକାଡେମୀ' (Skyy Skill Academy) ପ୍ରତିଷ୍ଠା କରିଥିଲେ।

ରୋବୋଟିକ୍ସ ଏବଂ ଇଭି (EV) ଟେକ୍ନୋଲୋଜିରେ ୨,୦୦,୦୦୦ ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦେବାରେ ସାହାଯ୍ୟ କରିବା ପରେ, ସେ ପରବର୍ତ୍ତୀ ପଦକ୍ଷେପ ସ୍ୱରୂପ 'ସ୍କାଇ ରାଇଡର୍ ଇଲେକ୍ଟ୍ରିକ୍' (Skyy Rider Electric) ପ୍ରତିଷ୍ଠା କରିଥିଲେ। ଆଜି ସେ ଏକ ବହୁ କୋଟି ଟଙ୍କାର ଇଭି ନିର୍ମାଣକାରୀ କମ୍ପାନୀର ନେତୃତ୍ୱ ନେଉଛନ୍ତି ଏବଂ ବୈଷୟିକ ପ୍ରଶିକ୍ଷଣକୁ ଶିଳ୍ପଭିତ୍ତିକ ନବସୃଜନରେ ପରିଣତ କରିପାରିଛନ୍ତି।


ଉତ୍ସ

ଅଧିକ ସୂଚନା ପାଇଁ, ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ