
ପଠନ
ବିକଳ୍ପ
ଅଧିକ ଜାଣିବାକୁ ଚାହୁଁଛନ୍ତି
NCS Code: 2412.0200
ଜଣେ ଆସେଟ୍ ମ୍ୟାନେଜର (ସମ୍ପତ୍ତି ପରିଚାଳକ) ବ୍ୟକ୍ତିବିଶେଷ କିମ୍ବା ଅନୁଷ୍ଠାନଗୁଡ଼ିକ ପକ୍ଷରୁ ସେୟାର (Stocks), ବଣ୍ଡ୍ (Bonds) ଏବଂ ଅନ୍ୟାନ୍ନ ଆର୍ଥିକ ସମ୍ପତ୍ତି ଭଳି ନିବେଶଗୁଡ଼ିକର ପରିଚାଳନା କରନ୍ତି। ସେମାନେ ବଜାରର ବିଶ୍ଳେଷଣ କରନ୍ତି, ନିବେଶ ସମ୍ବନ୍ଧୀୟ ନିଷ୍ପତ୍ତି ନିଅନ୍ତି ଏବଂ ଜୋଖିମ୍ ବା ବିପଦର ପରିଚାଳନା କରି ଗ୍ରାହକଙ୍କ ସମ୍ପତ୍ତି ବୃଦ୍ଧି କରିବାକୁ ଲକ୍ଷ୍ୟ ରଖନ୍ତି। ସେମାନେ ବ୍ୟାଙ୍କ, ମ୍ୟୁଚୁଆଲ୍ ଫଣ୍ଡ୍, ନିବେଶ ସଂସ୍ଥା ଏବଂ ବିଭିନ୍ନ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକରେ କାର୍ଯ୍ୟ କରନ୍ତି।
ଦୃଢ଼ ବିଶ୍ଳେଷଣାତ୍ମକ ଦକ୍ଷତା
ଆର୍ଥିକ ଏବଂ ଆକାଉଣ୍ଟିଂ ଜ୍ଞାନ
ବିପଦ ଆକଳନ ଦକ୍ଷତା
ସମସ୍ୟା ସମାଧାନ ଦକ୍ଷତା
ଯୋଗାଯୋଗ ଏବଂ ବୁଝାମଣା ଦକ୍ଷତା
ସୂକ୍ଷ୍ମ ବିଷୟ ଉପରେ ଧ୍ୟାନ ଦେବା
ନିଷ୍ପତ୍ତି ଗ୍ରହଣ ଦକ୍ଷତା
ପ୍ରଶାନ୍ତ ଜୈନ ଏକ ମଧ୍ୟବିତ୍ତ ପରିବାରରୁ ଆସି ଆର୍ଥିକ ବଜାରର ଦୃଢ଼ ଜ୍ଞାନ ମାଧ୍ୟମରେ ନିଜର କ୍ୟାରିୟର ଗଢ଼ିଥିଲେ। ଜଣେ ବିଶ୍ଳେଷକ (Analyst) ଭାବରେ କାର୍ଯ୍ୟ ଆରମ୍ଭ କରି, ସେ ନିବେଶ ପରିଚାଳନା ଏବଂ ପୋର୍ଟଫୋଲିଓ ରଣନୀତିରେ ବିଶେଷଜ୍ଞତା ହାସଲ କରିଥିଲେ। ସମୟକ୍ରମେ, ସେ ଭାରତର ସବୁଠାରୁ ସଫଳ ଆସେଟ୍ ମ୍ୟାନେଜରମାନଙ୍କ ମଧ୍ୟରୁ ଜଣେ ହୋଇପାରିଥିଲେ। ତାଙ୍କର ଯାତ୍ରା ଦର୍ଶାଏ ଯେ ଏହି କ୍ଷେତ୍ରରେ କିପରି ଶୃଙ୍ଖଳା ଏବଂ ଆର୍ଥିକ ଜ୍ଞାନ ସଫଳତା ଆଣିଦେଇଥାଏ।
ଜଣେ ଆସେଟ୍ ମ୍ୟାନେଜର (ସମ୍ପତ୍ତି ପରିଚାଳକ) ନିଜସ୍ୱ ନିବେଶ ପରାମର୍ଶଦାତା ସଂସ୍ଥା (Investment advisory firm) କିମ୍ବା ପୋର୍ଟଫୋଲିଓ ପରିଚାଳନା ସେବା ଆରମ୍ଭ କରିପାରିବେ । ସେମାନେ ଗ୍ରାହକମାନଙ୍କ ପାଇଁ ପୁଞ୍ଜି ବିନିଯୋଗର ପରିଚାଳନା କରିପାରିବେ, ଆର୍ଥିକ ପରାମର୍ଶ ଦେଇପାରିବେ ଏବଂ ସମ୍ପତ୍ତି ବୃଦ୍ଧିର କୌଶଳ ପ୍ରସ୍ତୁତ କରିପାରିବେ । ଅଭିଜ୍ଞତା ବୃଦ୍ଧି ପାଇବା ସହ, ସେମାନେ ଏକ ଦୃଢ ଗ୍ରାହକ ଗୋଷ୍ଠୀ ଗଠନ କରି ଏକ ସଫଳ ଆର୍ଥିକ ବ୍ୟବସାୟ ଗଢ଼ିପାରିବେ।
ଚଳନ ଅକ୍ଷମତା
ଶ୍ରବଣ ଶକ୍ତି ବାଧିତ
ଦୃଷ୍ଟିଶକ୍ତି ବାଧିତ (ସହାୟକ ଉପକରଣ ସହିତ)
ଶିକ୍ଷଣ ଅକ୍ଷମତା
ବହୁବିଧ ଅକ୍ଷମତା