
ପଠନ
ବିକଳ୍ପ
ଅଧିକ ଜାଣିବାକୁ ଚାହୁଁଛନ୍ତି
NCS CODE: 3212.0301
ଆନେସ୍ଥେସିଆ ଟେକ୍ନିସିଆନ୍ ହେଉଛନ୍ତି ଜଣେ ପ୍ରଶିକ୍ଷିତ ସ୍ୱାସ୍ଥ୍ୟ କର୍ମୀ, ଯିଏ ଅସ୍ତ୍ରୋପଚାର (ଅପରେସନ୍) ସମୟରେ ଆନେସ୍ଥେସିଓ ଲୋଜିଷ୍ଟଙ୍କୁ ସହଯୋଗ କରନ୍ତି । ସେ ଆନେସ୍ଥେସିଆ ଦେବା ପାଇଁ ଦରକାରି ଯନ୍ତ୍ରପାତି ପ୍ରସ୍ତୁତ କରନ୍ତି, ସେଗୁଡ଼ିକ ଠିକ୍ ଭାବେ କାମ କରୁଛି କି ନାହିଁ ଦେଖନ୍ତି ଏବଂ ତାହାର ଯତ୍ନ ନିଅନ୍ତି । ଅପରେସନ୍ ସମୟରେ ରୋଗୀ ଆନେସ୍ଥେସିଆ ପ୍ରଭାବରେ ଥିବାବେଳେ ସେ ରୋଗୀଙ୍କୁ ନିରନ୍ତର ଭାବେ ଦେଖାରଖା କରନ୍ତି ।
ପର୍ଯ୍ୟବେକ୍ଷଣ ଦକ୍ଷତା
ନିଷ୍ପତ୍ତି ନେବାର ଦକ୍ଷତା
ଯୋଗାଯୋଗ ଦକ୍ଷତା
ସମନ୍ୱୟ ଦକ୍ଷତା
ଉପସ୍ଥିତ ବୁଦ୍ଧିମତା
ପ୍ରକାଶ କେଜି ହସ୍ପିଟାଲରେ ଜଣେ ଆନେସ୍ଥେସିଆ ଟେକ୍ନିସିଆନ୍ ଭାବରେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ ଏବଂ ୩୪ ବର୍ଷରୁ ଅଧିକ ସମୟ ଧରି ନିଷ୍ଠାର ସହ କାର୍ଯ୍ୟ କରିଥିଲେ । ନିଜର କଠିନ ପରିଶ୍ରମ ଏବଂ ଅଭିଜ୍ଞତା ବଳରେ ସେ ଜଣେ ଟେକ୍ନିସିଆନ୍ରୁ ପଦୋନ୍ନତି ପାଇ ଅପରେସନ୍ ଥିଏଟର (OT) ର ଜେନେରାଲ୍ ମ୍ୟାନେଜର୍ ହୋଇପାରିଛନ୍ତି । ଆଜି ସେ ଓଟି (OT) ରେ ଜଣେ 'ଅଲ୍ରାଉଣ୍ଡର୍' ଭାବେ ବେଶ୍ ପରିଚିତ । ସେ କର୍ମଚାରୀମାନଙ୍କୁ ମାର୍ଗଦର୍ଶନ ଦେବା ସହ ହଜାର ହଜାର ଅସ୍ତ୍ରୋପଚାର ଯେପରି ସୁରୁଖୁରୁରେ ଓ ନିରାପଦରେ ସମ୍ପନ୍ନ ହେବ, ତାହା ନିଶ୍ଚିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି।
ଜଣେ ଆନେସ୍ଥେସିଆ ଟେକ୍ନିସିଆନ୍ ବିଭିନ୍ନ ହସ୍ପିଟାଲ୍ କିମ୍ବା କ୍ଲିନିକ୍କୁ ତାଲିମପ୍ରାପ୍ତ ଟେକ୍ନିସିଆନ୍ ଯୋଗାଇବା ପରି ଏକ ଚିକିତ୍ସା ସହାୟତା ସେବା ଆରମ୍ଭ କରି ଜଣେ ଉଦ୍ୟୋଗୀ ହୋଇପାରିବେ । ସେମାନେ ଏକ 'ଡେ-କେୟାର ସର୍ଜିକାଲ୍ ସପୋର୍ଟ ୟୁନିଟ୍', ଚିକିତ୍ସା ଉପକରଣ ଭଡ଼ା ସେବା (ଯଥା: ଆନେସ୍ଥେସିଆ ମେସିନ୍, ମନିଟର୍) କିମ୍ବା ପାରାମେଡିକାଲ୍ ଛାତ୍ରଛାତ୍ରୀଙ୍କ ପାଇଁ ଏକ ତାଲିମ ପ୍ରତିଷ୍ଠାନ ମଧ୍ୟ ସ୍ଥାପନ କରିପାରିବେ । ଅଭିଜ୍ଞତା, ବ୍ୟବସାୟିକ ସମ୍ପର୍କ (Networking) ଏବଂ ସଠିକ୍ ପ୍ରମାଣପତ୍ର (Certification) ସହିତ ସେମାନେ ସର୍ଜନ ଏବଂ ଛୋଟ ହସ୍ପିଟାଲଗୁଡ଼ିକ ସହ ମିଶି କାର୍ଯ୍ୟ କରିପାରିବେ । ଏହାଦ୍ୱାରା ନିରାପଦ ଅସ୍ତ୍ରୋପଚାର ସେବା ପ୍ରଦାନ କରିବା ସହିତ ଏକ ସ୍ଥାୟୀ ସ୍ୱାସ୍ଥ୍ୟସେବା ବ୍ୟବସାୟ ଗଢ଼ିପାରିବେ ।
ସାମାନ୍ୟ ଶ୍ରବଣ ବାଧା ଥିବା ବ୍ୟକ୍ତି।
ଆଂଶିକ ଦୃଷ୍ଟିଶକ୍ତି ବାଧା ଥିବା ବ୍ୟକ୍ତି।
ଅସ୍ଥିଗତ ଭିନ୍ନକ୍ଷମ ଥିବା ବ୍ୟକ୍ତି।
ବାକ୍ ଅକ୍ଷମତା ଥିବା ବ୍ୟକ୍ତି।
ସାମାନ୍ୟ ସ୍ନାୟୁଗତ ବିକାର ଥିବା ବ୍ୟକ୍ତି।