NCS CODE: NA | GV008
ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍)ର ଅଧିକାରୀମାନେ କେନ୍ଦ୍ର ସରକାର, ରାଜ୍ୟ ସରକାର, ରାଷ୍ଟ୍ରାୟତ୍ତ କମ୍ପାନୀ ଏବଂ ଅନ୍ୟ ବୈଧାନିକ ନିୟାମକ ଅନୁଷ୍ଠାନ ଯଥା କେନ୍ଦ୍ରୀୟ ବ୍ୟାଙ୍କ (ଆରବିଆଇ), ସେବି ଏବଂ ନିର୍ବାଚନ ଆୟୋଗରେ କେତେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ ଥାଆନ୍ତି । ଜନସେବାର ତଦାରଖ ଠାରୁ ଆରମ୍ଭ କରି ଉନ୍ନୟନମୂଳକ ପ୍ରକଳ୍ପର ତଦାରଖ ସହ ସେମାନେ ସରକାରୀ ପଦକ୍ଷେପଗୁଡ଼ିକୁ ସୁରୁଖୁରୁରେ କାର୍ଯ୍ୟକାରୀ କରିବା ଏବଂ ଆଇନ ଶୃଙ୍ଖଳା ବଜାୟ ରଖିବାକୁ ସୁନିଶ୍ଚିତ କରନ୍ତି ।
• ନେତୃତ୍ୱ ନେବା ଦକ୍ଷତା
• ନିଷ୍ପତ୍ତି ନେବା
• ଯୋଗାଯୋଗ ଦକ୍ଷତା
• ସମସ୍ୟା ର ସମାଧାନ ଦକ୍ଷତା
ଆନ୍ନା ରାଜମ୍ ମାଲହୋତ୍ରା ଜଣେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଥିଲେ, ଯିଏକି କୃଷି, ରାଜସ୍ୱ, ଅର୍ଥ, ଶିକ୍ଷା ଏବଂ ସଂସ୍କୃତି କ୍ଷେତ୍ରରେ କାର୍ଯ୍ୟ କରୁଥିଲେ । ସେ ସ୍ୱାଧୀନ ଭାରତର ପ୍ରଥମ ମହିଳା ଆଇଏଏସ୍ ଅଫିସର ଥିଲେ ଏବଂ ୧୯୮୯ ରେ ତାଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା ।