ପଠନ
ବିକଳ୍ପ

Xନମସ୍କାର,
ମୁଁ ଆମ ବଟ୍

ମୁଁ ଆପଣଙ୍କୁ କିପରି ସାହାଯ୍ୟ କରିପାରିବି?

ଅଧିକ ଜାଣିବାକୁ ଚାହୁଁଛନ୍ତି

ଇଞ୍ଜିନିୟରିଂ ରେ

ବୃତ୍ତି

ଅଟୋମୋବାଇଲ୍ ଇଞ୍ଜିନିୟର


ଅଟୋମୋବାଇଲ୍ ଇଞ୍ଜିନିୟର

ଜଣେ ଅଟୋମୋବାଇଲ୍ ଇଞ୍ଜିନିୟର କାର୍, ବସ୍, ଟ୍ରକ୍ (ଲରି) ଏବଂ ମୋଟରସାଇକେଲ୍ ଭଳି ଯାନବାହନଗୁଡ଼ିକର ଡିଜାଇନ୍ ଏବଂ ଉନ୍ନତିକରଣ କରନ୍ତି। ସେମାନେ ମୁଖ୍ୟତଃ ଯାନର ନିର୍ମାଣ, ସୁରକ୍ଷା, ବେଗ ଏବଂ ଇନ୍ଧନ ଦକ୍ଷତା (fuel efficiency) ଉପରେ ଧ୍ୟାନ ଦିଅନ୍ତି। ଯନ୍ତ୍ରପାତି, ଇଲେକ୍ଟ୍ରୋନିକ୍ସ, କମ୍ପ୍ୟୁଟିଂ ଏବଂ ସାମଗ୍ରୀ ବିଜ୍ଞାନ କ୍ଷେତ୍ରରେ ନିଜର ଜ୍ଞାନକୁ ବ୍ୟବହାର କରି ସେମାନେ ଆଧୁନିକ, ସୁରକ୍ଷିତ ଏବଂ ପରିବେଶ ଅନୁକୂଳ ଯାନ ନିର୍ମାଣ କରିଥାନ୍ତି।

ଆବଶ୍ୟକ ଦକ୍ଷତା :
  • ଯାନ୍ତ୍ରିକ ଦକ୍ଷତା 

  • ସମସ୍ୟା ସମାଧାନ ଦକ୍ଷତା 

  • ସୃଜନଶୀଳ ଦକ୍ଷତା 

  • ଯୋଗାଯୋଗ ଦକ୍ଷତା 

  • ସାଙ୍ଗଠନିକ ଦକ୍ଷତା

ସଫଳତାର କାହାଣୀ

ସମୀର ପଣ୍ଡା: ଟାୟାର ଟେକ୍ନୋଲୋଜିରେ ଉଦ୍ଭାବନ ପାଇଁ ନାସା (NASA) ଦ୍ବାରା ପୁରଷ୍କୃତ ଓଡ଼ିଆ ଇଞ୍ଜିନିୟର ।

ନ୍ୟାସନାଲ୍ ଏରୋନଟିକ୍ସ ଆଣ୍ଡ୍ ସ୍ପେସ୍ ଆଡମିନିଷ୍ଟ୍ରେସନ୍(NASA) ଏକ ନୂତନ ଟାୟାର ଟେକ୍ନୋଲୋଜି ପ୍ରକଳ୍ପ ପାଇଁ ଓଡ଼ିଶାର ଇଞ୍ଜିନିୟର ସମୀର ପଣ୍ଡାଙ୍କୁ ସମ୍ମାନିତ ହୋଇଥିଲେ । ପଣ୍ଡାଙ୍କ ପ୍ରକଳ୍ପ ଦର୍ଶାଇଛି ଯେ କିପରି ଏକ ଭିନ୍ନ ଉତ୍ପାଦନ କୌଶଳ ଦ୍ବାରା ଟାୟାର ଉପରେ ଘର୍ଷଣ ଚାପ କମାଯାଇପାରିବ, ଯାହାଦ୍ୱାରା ଟାୟାରର ସ୍ଥାୟିତ୍ୱ ବୃଦ୍ଧି ପାଇବ ଏବଂ ଦୁର୍ଘଟଣାକୁ ଏଡାଯାଇପାରିବ । ସମ୍ବଲପୁର ସହରର ବାସିନ୍ଦା ପଣ୍ଡା  ଭି.ଏସ୍.ଏସ୍.ୟୁଟି (VSSUT) ବୁର୍ଲା ରୁ ମାନୁଫ୍ୟାକ୍ଚରିଂ ଇଞ୍ଜିନିୟରିଂରେ ପାଠ ପଢ଼ା ସାରିବା ପରେ ଟାଟା ମୋଟର୍ସରେ କାମ କରୁଛନ୍ତି । ଏହା ବ୍ୟତୀତ ସେ ଭି.ଏସ୍.ଏସ୍.ୟୁଟି (VSSUT) ରେ ପିଏଚ୍.ଡି. କରୁଛନ୍ତି ।


ଉତ୍ସ

ଅଧିକ ସୂଚନା ପାଇଁ, ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ