ପଠନ
ବିକଳ୍ପ

Xନମସ୍କାର,
ମୁଁ ଆମ ବଟ୍

ମୁଁ ଆପଣଙ୍କୁ କିପରି ସାହାଯ୍ୟ କରିପାରିବି?

ଅଧିକ ଜାଣିବାକୁ ଚାହୁଁଛନ୍ତି

ଧନ୍ଦାମୂଳକ କ୍ଷେତ୍ର ରେ

ବୃତ୍ତି

ହାଉସ୍-କିପିଂ (ସଫେଇ) କର୍ମଚାରୀ


ହାଉସ୍-କିପିଂ (ସଫେଇ) କର୍ମଚାରୀ

NCS Code: 5151.0201

ହାଉସ୍-କିପିଂ (ସଫେଇ) କର୍ମଚାରୀ ଆବାସିକ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକର ସ୍ୱଚ୍ଛତା, ରକ୍ଷଣାବେକ୍ଷଣ ଏବଂ ସୌନ୍ଦର୍ଯ୍ୟ ବଜାୟ ରଖିବା ନିଶ୍ଚିତ କରନ୍ତି । ସେମାନଙ୍କର ମୁଖ୍ୟ ଦାୟିତ୍ୱ ମଧ୍ୟରେ କର୍ମଚାରୀ ପରିଚାଳନା, ରୁମ୍ ପ୍ରସ୍ତୁତିର ତଦାରଖ, ମାଲ୍‌ପତ୍ର (inventory) ନିୟନ୍ତ୍ରଣ ଏବଂ ସ୍ୱଚ୍ଛତା ଓ ସୁରକ୍ଷା ନିୟମାବଳୀର କଠୋର ଅନୁପାଳନ ଅନ୍ତର୍ଭୁକ୍ତ । ସେମାନେ ମୁଖ୍ୟତଃ ହୋଟେଲ, ସ୍ୱାସ୍ଥ୍ୟସେବା, କର୍ପୋରେଟ୍ ଏବଂ ବିମାନ ଚଳାଚଳ (Aviation) କ୍ଷେତ୍ରରେ କାର୍ଯ୍ୟ କରନ୍ତି ।

ଆବଶ୍ୟକ ଦକ୍ଷତା :
  • ବିଶ୍ଳେଷଣାତ୍ମକ ଚିନ୍ତାଧାରା 

  • ସମସ୍ୟା ସମାଧାନ ଦକ୍ଷତା

  • ଦଳଗତ କାର୍ଯ୍ୟ 

  • ଯୋଗାଯୋଗ ଦକ୍ଷତା 

  • ଦଲିଲିକରଣ

ସଫଳତାର କାହାଣୀ

ପ୍ରବୀଣ

ପ୍ରବୀଣ ୨୦୦୩ ମସିହାରେ ଜଣେ 'ରୁମ୍ ଆଟେଣ୍ଡାଣ୍ଟ' (Room attendant) ଭାବରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ଏବଂ ଧୀରେ ଧୀରେ ହାଉସ୍-କିପିଂ (ସଫେଇ) ର ବିଭିନ୍ନ ପଦବୀରେ କାର୍ଯ୍ୟ କରି ନିଜର ଉନ୍ନତି କରିଥିଲେ । ସେ ପ୍ରଥମେ ସହକାରୀ ନିର୍ଦ୍ଦେଶକ, ପରେ ଲଣ୍ଡ୍ରି ନିର୍ଦ୍ଦେଶକ ଏବଂ ବର୍ତ୍ତମାନ  ହାଉସ୍-କିପିଂ (ସଫେଇ) ବିଭାଗର ନିର୍ଦ୍ଦେଶକ (Director of Housekeeping) ଭାବେ କାର୍ଯ୍ୟ କରୁଛନ୍ତି । ତାଙ୍କର କାହାଣୀ ଏକ ଶକ୍ତିଶାଳୀ ବାର୍ତ୍ତା ଦିଏ ଯେ, ସବୁଠାରୁ ଛୋଟ ମନେ ହେଉଥିବା ପଦବୀ ମଧ୍ୟ ନିଷ୍ଠା, ସହନଶୀଳତା ଏବଂ ନିଜ ଉପରେ ବିଶ୍ୱାସ ଥିଲେ ଅସାଧାରଣ ସଫଳତାର ମୂଳଦୁଆ ହୋଇପାରେ ।


ଉତ୍ସ

ଅଧିକ ସୂଚନା ପାଇଁ, ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ