
ପଠନ
ବିକଳ୍ପ
ଅଧିକ ଜାଣିବାକୁ ଚାହୁଁଛନ୍ତି
NCS CODE: 7422.2301 | V025
ସ୍ମାର୍ଟଫୋନ ଟେକ୍ନିସିଆନ ସ୍ମାର୍ଟଫୋନ କୁ ପରୀକ୍ଷା କରନ୍ତି, ଏଥିରେ ଥିବା ତ୍ରୁଟି ଚିହ୍ନଟ କରନ୍ତି , ତ୍ରୁଟିପୂର୍ଣ୍ଣ ଉପାଦାନଗୁଡ଼ିକୁ ବଦଳାନ୍ତି ଏବଂ ଏହାର ମରାମତି କରନ୍ତି। ଏହି ଟେକ୍ନିସିଆନ ମାନେ ମୋବାଇଲ ବା କ୍ୟାମେରାରେ ଥିବା କୌଣସି ସମସ୍ୟା, କିମ୍ବା ଅନ୍ୟ କୌଣସି ଯାନ୍ତ୍ରିକ ସମସ୍ୟାକୁ ଚିହ୍ନିବା ଏବଂ ତ୍ରୁଟି ନିବାରଣ କରିବା ସହିତ ସ୍ମାର୍ଟଫୋନର ବିଭିନ୍ନ ବିକିରଣ ସ୍ତର ଅଧ୍ୟୟନ କରନ୍ତି |
ପି.ବାଲାସୁବ୍ରମଣ୍ୟନ ତାମିଲନାଡୁ ର ଏକ ଛୋଟ ଗାଁରେ ଜନ୍ମଗ୍ରହଣ କରିଥିଲେ। ସ୍କୁଲରୁ ପାସ୍ କରିବା ପରେ ଫୋନ୍ ମରାମତିର ଏକ କୋର୍ସ୍ କରି ସହରର ଏକ ମୋବାଇଲ ଫୋନ୍ ସେବା ପ୍ରଶିକ୍ଷଣ ଅନୁଷ୍ଠାନରେ ୧୦,୦୦୦ ଟଙ୍କା ଦରମାରେ ଚାକିରି କରିଥିଲେ ଏବଂ ୨୦୦୬ରେ ୨୫,୦୦୦ଟଙ୍କା ଦରମାରେ ତାମିଲନାଡୁର ଏକ ମୋବାଇଲ୍ ଫୋନ ରିଟେଲ ଚେନ୍ ରେ ବୈଷୟିକ ମୁଖ୍ୟ ଭାବେ ଯୋଗ ଦେଇଥିଲେ ।
ସ୍ମାର୍ଟଫୋନ ଟେକ୍ନିସିଆନ ମାନେ ନିଜର ବ୍ୟବସାୟ ସ୍ଥାପନ କରିପାରିବେ ଯେଉଁଠାରେ ସେମାନେ ସ୍ମାର୍ଟଫୋନ୍ ଏବଂ ଅନ୍ୟ ଇଲେକ୍ଟ୍ରୋନିକ ଡ଼ିଭାଇସ୍ ପାଇଁ ମରାମତି ଏବଂ ରକ୍ଷଣାବେକ୍ଷଣ ସେବା ପ୍ରଦାନ କରିପାରିବେ।
ନିମ୍ନଲିଖିତ ଦିବ୍ୟାଙ୍ଗ ବ୍ୟକ୍ତିମାନେ ଏହି କ୍ୟାରିୟର୍ ରେ କାମ କରିପାରିବେ