
ପଠନ
ବିକଳ୍ପ
ଅଧିକ ଜାଣିବାକୁ ଚାହୁଁଛନ୍ତି
NCS CODE: 2131.0100
ଜଣେ ମାଇକ୍ରୋବାୟୋଲୋଜିଷ୍ଟ ଲାବୋରେଟୋରୀ କୌଶଳ ଏବଂ ବୈଜ୍ଞାନିକ ଯନ୍ତ୍ରପାତି ବ୍ୟବହାର କରି ବ୍ୟାକ୍ଟେରିଆ, ଭାଇରସ୍, କବକ (fungi) ଏବଂ ପ୍ରୋଟୋଜୋଆ ଭଳି ଅଣୁଜୀବମାନଙ୍କୁ ଅନୁଧ୍ୟାନ କରନ୍ତି। ସେମାନେ ଅଣୁଜୀବମାନଙ୍କର ଆଚରଣ ବୁଝିବା ପାଇଁ ଗବେଷଣା କରନ୍ତି ଏବଂ ସ୍ୱାସ୍ଥ୍ୟସେବା, ଔଷଧ ପ୍ରସ୍ତୁତି (pharmaceuticals), କୃଷି, ଖାଦ୍ୟ ସୁରକ୍ଷା ଏବଂ ପରିବେଶ ସୁରକ୍ଷା ପାଇଁ ସମାଧାନ ବାହାର କରନ୍ତି। ଟିକା ବିକାଶ, ରୋଗ ନିରୂପଣ, ବାୟୋଟେକ୍ନୋଲୋଜିରେ ନୂତନତା ଏବଂ ପରିବେଶର ସ୍ଥାୟୀତ୍ୱ ପାଇଁ ମାଇକ୍ରୋବାୟୋଲୋଜିଷ୍ଟମାନେ ପ୍ରମୁଖ ଅବଦାନ ଦିଅନ୍ତି।
ବିଶ୍ଳେଷଣାତ୍ମକ ଚିନ୍ତାଧାରା
ବୈଜ୍ଞାନିକ ଗବେଷଣା ଦକ୍ଷତା
ପ୍ରତିଟି ବିଷୟ ପ୍ରତି ସତର୍କ ଦୃଷ୍ଟି
ସମସ୍ୟା ସମାଧାନ ଦକ୍ଷତା
ଯୋଗାଯୋଗ ଦକ୍ଷତା
ଦଳଗତ କାର୍ଯ୍ୟ
ଡାକ୍ଟର ରମେଶ ଚନ୍ଦ୍ର ରାୟ ଓଡ଼ିଶାର ଯାଜପୁରର ବାସିନ୍ଦା, କୃଷି ଏବଂ ଖାଦ୍ୟ ସୂକ୍ଷ୍ମଜୀବବିଜ୍ଞାନ (Agricultural and Food Microbiology) କ୍ଷେତ୍ରରେ ଜଣେ ପ୍ରତିଷ୍ଠିତ ବିଶେଷଜ୍ଞ। ସେ ଭୁବନେଶ୍ୱର ଥିବା ICAR – ସେଣ୍ଟ୍ରାଲ୍ ଟ୍ୟୁବର୍ କ୍ରପ୍ସ ରିସର୍ଚ୍ଚ ଇନଷ୍ଟିଟ୍ୟୁଟ୍ର ପ୍ରିନ୍ସିପାଲ୍ ସାଇଣ୍ଟିଷ୍ଟ ଏବଂ ଆଞ୍ଚଳିକ କେନ୍ଦ୍ରର ମୁଖ୍ୟ ଭାବେ କାର୍ଯ୍ୟରତ ଥିଲେ। ତାଙ୍କର ଗବେଷଣା ଫରମେଣ୍ଟେଡ୍ ଖାଦ୍ୟ ପ୍ରଣାଳୀ, ଖାଦ୍ୟ ସୁରକ୍ଷା ଏବଂ କୃଷି ଓ ଖାଦ୍ୟ ବର୍ଜ୍ୟବସ୍ତୁର ବାୟୋପ୍ରୋସେସିଂ (bioprocessing) ଉପରେ କେନ୍ଦ୍ରିତ। ତାଙ୍କର କାର୍ଯ୍ୟର ଆନ୍ତର୍ଜାତୀୟ ପ୍ରଭାବ ଯୋଗୁଁ, ଷ୍ଟାନ୍ଫୋର୍ଡ ୟୁନିଭର୍ସିଟି ୨୦୨୧, ୨୦୨୨ ଏବଂ ୨୦୨୩ ରେ ତାଙ୍କୁ ବିଶ୍ୱର ଶ୍ରେଷ୍ଠ ୨ ଜଣ ବୈଜ୍ଞାନିକଙ୍କ ମଧ୍ୟରେ ସ୍ଥାନ ଦିଆଇଛି। ସେ ଅନେକ ଶିକ୍ଷଣୀୟ ପୁସ୍ତକର ଲେଖକ ଏବଂ ସମ୍ପାଦକ ମଧ୍ୟ।
ମାଇକ୍ରୋବାୟୋଲୋଜିଷ୍ଟମାନେ ବାୟୋଟେକ୍ନୋଲୋଜି, ମେଡିକାଲ୍ ଡାଇଗ୍ନୋଷ୍ଟିକ୍ସ, ଜୈବ ସାର, ଖାଦ୍ୟ ସୁରକ୍ଷା ପରୀକ୍ଷଣ ଏବଂ ଫାର୍ମାସ୍ୟୁଟିକାଲ୍ ଗବେଷଣା କ୍ଷେତ୍ରରେ ନିଜର ଷ୍ଟାର୍ଟଅପ୍ ଗଢ଼ିପାରିବେ। ସେମାନେ ଅଣୁଜୀବ ପରୀକ୍ଷଣ ଲାବୋରେଟୋରୀ କିମ୍ବା ବାୟୋଟେକ୍ନୋଲୋଜି କମ୍ପାନୀ ସ୍ଥାପନ କରି ସ୍ୱାସ୍ଥ୍ୟସେବା ଏବଂ କୃଷି କ୍ଷେତ୍ରରେ ଅଭିନବ ସମାଧାନ ଆଣିପାରିବେ। ଟିକା ଏବଂ ନୂତନ ଜ୍ଞାନକୌଶଳର ବଢୁଥିବା ଚାହିଦା ଯୋଗୁଁ ସେମାନେ ଜଣେ ସଫଳ ବୈଜ୍ଞାନିକ ଉଦ୍ୟୋଗୀ ହୋଇପାରିବେ।
ଶାରୀରିକ ଅକ୍ଷମତା ଥିବା ବ୍ୟକ୍ତି
କମ୍ ଦୃଷ୍ଟିଶକ୍ତି ଥିବା ବ୍ୟକ୍ତି
କମ୍ ଶ୍ରବଣ ଶକ୍ତି ଥିବା ବ୍ୟକ୍ତି
ବୌଦ୍ଧିକ କିମ୍ବା ଶିକ୍ଷଣ ଅକ୍ଷମତା ଥିବା ବ୍ୟକ୍ତି
ଦୀର୍ଘକାଳୀନ ଅସୁସ୍ଥତା କିମ୍ବା କ୍ଳାନ୍ତି ଜନିତ ଅକ୍ଷମତା ଥିବା ବ୍ୟକ୍ତି