ପଠନ
ବିକଳ୍ପ

Xନମସ୍କାର,
ମୁଁ ଆମ ବଟ୍

ମୁଁ ଆପଣଙ୍କୁ କିପରି ସାହାଯ୍ୟ କରିପାରିବି?

ଅଧିକ ଜାଣିବାକୁ ଚାହୁଁଛନ୍ତି

ଇଞ୍ଜିନିୟରିଂ ରେ

ବୃତ୍ତି

ରେଲୱେ ଇଞ୍ଜିନିୟର


ରେଲୱେ ଇଞ୍ଜିନିୟର

ରେଲୱେ ଇଞ୍ଜିନିୟର ରେଳ ପ୍ରଣାଳୀର ଡିଜାଇନ୍ (ନକ୍ସା), ନିର୍ମାଣ, ପରିଚାଳନା ଏବଂ ରକ୍ଷଣାବେକ୍ଷଣ କରିବାରେ ବିଶେଷଜ୍ଞ ଅଟନ୍ତି। ଏଥିରେ ଟ୍ରାକ୍ (ରେଳ ଧାରଣା), ଟ୍ରେନ୍, ପୋଲ, ଷ୍ଟେସନ୍, ସିଗ୍ନାଲିଂ ଏବଂ ବିଦ୍ୟୁତୀକରଣ ଅନ୍ତର୍ଭୁକ୍ତ । ସିଭିଲ୍, ମେକାନିକାଲ୍, ଇଲେକ୍ଟ୍ରିକାଲ୍ ଏବଂ ସିଗ୍ନାଲ୍ ଇଞ୍ଜିନିୟରିଂର ଜ୍ଞାନକୁ ଏକାଠି କରି, ସେମାନେ ରେଳ ପରିବହନର ସୁରକ୍ଷା, ନିର୍ଭରଯୋଗ୍ୟତା ଏବଂ ଦକ୍ଷତା ନିଶ୍ଚିତ କରନ୍ତି, ଯାହା ଦୀର୍ଘସ୍ଥାୟୀ ଭିତ୍ତିଭୂମି ଏବଂ ସୁଗମ ଯାତାୟାତରେ ସହାୟକ ହୋଇଥାଏ ।

ଆବଶ୍ୟକ ଦକ୍ଷତା :
  • ବୈଷୟିକ ଦକ୍ଷତା 

  • ସମସ୍ୟା ସମାଧାନ ଦକ୍ଷତା

  • ଯୋଗାଯୋଗ ଦକ୍ଷତା 

  • ସାଙ୍ଗଠନିକ ଦକ୍ଷତା (Organisational Skills)

ସଫଳତାର କାହାଣୀ

ଇଞ୍ଜିନିୟର ଦେବୀ ପ୍ରସାଦ ଦାଶ

ଇଞ୍ଜିନିୟର ଦେବୀ ପ୍ରସାଦ ଦାଶ ରେଲୱେ ଇଞ୍ଜିନିୟରିଂ, ରୋଲିଂ ଷ୍ଟକ୍ ଏବଂ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟରେ ୩୭ ବର୍ଷରୁ ଅଧିକ ସମୟ ଧରି କାମ କରି ସେ ଭାରତୀୟ ରେଲୱେର ନବସୃଜନ ଏବଂ ଅଭିବୃଦ୍ଧିରେ ସାହାଯ୍ୟ କରିଛନ୍ତି । ରେଲ୍ ବିକାଶ ନିଗମ ଲିମିଟେଡ୍ (RVNL) ରେ ପ୍ରୋଜେକ୍ଟ ଡାଇରେକ୍ଟର ଭାବରେ, ସେ ବନ୍ଦେ ଭାରତ ଟ୍ରେନ୍‌ସେଟ୍ ପାଇଁ ଭିତ୍ତିଭୂମି ଯୋଜନାର ନେତୃତ୍ୱ ନେଇଥିଲେ, ଯେଉଁଥିରେ ଡିଜାଇନ୍ ମୂଲ୍ୟାଙ୍କନ ଏବଂ ଅଂଶୀଦାରମାନଙ୍କ ସହଯୋଗରେ କାର୍ଯ୍ୟ ସମ୍ପାଦନ ଅନ୍ତର୍ଭୁକ୍ତ ଥିଲା । ପୂର୍ବରୁ, ଚିତ୍ତରଞ୍ଜନ ଲୋକୋମୋଟିଭ୍ ୱାର୍କସ (CLW) ର ଜେନେରାଲ୍ ମ୍ୟାନେଜର ଭାବରେ ସେ ଇଲେକ୍ଟ୍ରିକ୍ ଇଞ୍ଜିନ୍ ଉତ୍ପାଦନକୁ ପ୍ରୋତ୍ସାହିତ କରିଥିଲେ । ICF ରେ, ସେ ବନ୍ଦେ ଭାରତ ଟ୍ରେନ୍‌ସେଟ୍, ମେଟ୍ରୋ ରୋଲିଂ ଷ୍ଟକ୍ ଏବଂ EMU ର ଡିଜାଇନ୍ ଓ ନିର୍ମାଣର ତଦାରଖ କରିଥିଲେ ଏବଂ ଚିଫ୍ ଡିଜାଇନ୍ ଇଞ୍ଜିନିୟର ଭାବରେ ବନ୍ଦେ ଭାରତ ଏକ୍ସପ୍ରେସ୍ (T18) ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।


ଉତ୍ସ

ଅଧିକ ସୂଚନା ପାଇଁ, ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ