
ପଠନ
ବିକଳ୍ପ
ଅଧିକ ଜାଣିବାକୁ ଚାହୁଁଛନ୍ତି
NCS / NCO Code: 2263.0400
ମେଡିକାଲ୍ କୋଡର୍ ହେଉଛନ୍ତି ସ୍ୱାସ୍ଥ୍ୟସେବା କ୍ଷେତ୍ରର ଜଣେ ବୃତ୍ତିଗତ ବ୍ୟକ୍ତି, ଯିଏ ଡାକ୍ତରୀ ରୋଗ ନିରୂପଣ (diagnoses), ପ୍ରକ୍ରିୟା, ସେବା ଏବଂ ଯନ୍ତ୍ରପାତିକୁ ମାନକ କୋଡ୍ରେ (standardised codes) ପରିଣତ କରିଥାନ୍ତି । ଏହି କୋଡ୍ଗୁଡ଼ିକ ମେଡିକାଲ୍ ବିଲିଂ, ବୀମା ଦାବି (insurance claims) ଏବଂ ସଠିକ୍ ମେଡିକାଲ୍ ରେକର୍ଡ ରଖିବା ପାଇଁ ଅତ୍ୟନ୍ତ ଆବଶ୍ୟକ ଅଟେ ।
ବିଶ୍ଳେଷଣାତ୍ମକ ଚିନ୍ତାଧାରା ଦକ୍ଷତା
କମ୍ପ୍ୟୁଟର ସାକ୍ଷରତା ଦକ୍ଷତା
ଯୋଗାଯୋଗ ଦକ୍ଷତା
ସମୟ ପରିଚାଳନାର ଦକ୍ଷତା
ସମସ୍ୟା ସମାଧାନ ଦକ୍ଷତା
ଗୋପନୀୟତା ରକ୍ଷା
ଓଡ଼ିଶାର ଯାଜପୁର ଜିଲ୍ଲା ବଡ଼କୁଆଁର ବାସିନ୍ଦା ଶୁଭଶ୍ରୀ ଦାସ, ବିଜ୍ଞାନରେ ସ୍ନାତକ ସମାପ୍ତ କରିବା ପରେ ଭୁବନେଶ୍ୱରସ୍ଥିତ ଦକ୍ଷତା ବିକାଶ ପ୍ରତିଷ୍ଠାନ (SDI) ରେ କ୍ଲିନିକାଲ୍ ଡାଟା ଆସୋସିଏଟ୍ (CDA) ପାଠ୍ୟକ୍ରମରେ ଯୋଗ ଦେଇଥିଲେ । ତିନି ମାସର କଠିନ ପ୍ରଶିକ୍ଷଣ ମାଧ୍ୟମରେ ସେ ଜଣେ ଦକ୍ଷ ବୃତ୍ତିଗତ ହୋଇପାରିଲେ । ଆଜି ସେ ରାଜ୍ୟ ଫୋରେନସିକ୍ ସାଇନ୍ସ ଲାବୋରେଟୋରୀରେ କାର୍ଯ୍ୟ କରୁଛନ୍ତି ଏବଂ ମାସିକ ୩୧,୦୦୦ ଟଙ୍କା ଦରମା ପାଉଛନ୍ତି । ଶୁଭଶ୍ରୀଙ୍କ ସଫଳତା କାହାଣୀ ଓଡ଼ିଶାରେ ଶିକ୍ଷା ଏବଂ ଦକ୍ଷତା ବିକାଶର ସକାରାତ୍ମକ ପ୍ରଭାବକୁ ଦର୍ଶାଉଛି।
ମେଡିକାଲ୍ କୋଡର୍ ଏକ ମେଡିକାଲ୍ ବିଲିଂ ଓ କୋଡିଂ ଏଜେନ୍ସି ଆରମ୍ଭ କରି, ଫ୍ରିଲାନ୍ସ କୋଡିଂ ସେବା ପ୍ରଦାନ କରି କିମ୍ବା ନୂତନ କୋଡର୍ମାନଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଏବଂ ଅନଲାଇନ୍ ପାଠ୍ୟକ୍ରମ ପ୍ରସ୍ତୁତ କରି ଜଣେ ଉଦ୍ୟୋଗୀ ହୋଇପାରିବେ । ଏଥିପାଇଁ କୋଡିଂ ପ୍ରଣାଳୀ (ଯଥା ICD-10, CPT), ସ୍ୱାସ୍ଥ୍ୟସେବା ନିୟମ ଏବଂ ବୀମା ପ୍ରକ୍ରିୟାରେ ଦକ୍ଷତା ଆବଶ୍ୟକ । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଡକ୍ୟୁମେଣ୍ଟେସନ୍ର ଚାହିଦା ବଢ଼ୁଥିବାରୁ, ଉଦ୍ୟୋଗୀମାନେ କ୍ଲିନିକ୍, ହସ୍ପିଟାଲ୍ କିମ୍ବା ଟେଲି-ହେଲଥ୍ ପ୍ଲାଟଫର୍ମକୁ ମଧ୍ୟ ଏହି ସେବା ଯୋଗାଇ ସଫଳ ଉଦ୍ୟୋଗୀ ହେଇପାରିବେ ।
ଶାରୀରିକ ଅକ୍ଷମତା (ଚଳନ ସମସ୍ୟା)।
ଶ୍ରବଣ ବାଧିତ।
ଦୃଷ୍ଟି ବାଧିତ (ସ୍ୱଳ୍ପ ଦୃଷ୍ଟି)।
ନ୍ୟୁରୋଡାଇଭର୍ସ ବ୍ୟକ୍ତି (Neurodiverse Individuals)।
ବାକ୍ ଅକ୍ଷମତା।