
ପଠନ
ବିକଳ୍ପ
ଅଧିକ ଜାଣିବାକୁ ଚାହୁଁଛନ୍ତି
NCS Code: 2132.0200
ଜଣେ ମୃତ୍ତିକା ସଂରକ୍ଷଣ ଅଧିକାରୀ (Soil Conservation Officer) ମୃତ୍ତିକା କ୍ଷୟ ରୋକିବା, ସ୍ଥାୟୀ ଭୂମି ବ୍ୟବହାରକୁ ପ୍ରୋତ୍ସାହିତ କରିବା ଏବଂ ଜଳ ସମ୍ପଦର ପରିଚାଳନା କରି ମାଟିର ଗୁଣବତ୍ତା ରକ୍ଷା ଓ ଏହାର ଉନ୍ନତି ପାଇଁ କାର୍ଯ୍ୟ କରନ୍ତି । ସେମାନେ ବନୀକରଣ (Afforestation), ଜଳବିଭାଜିକା ପରିଚାଳନା (Watershed management) ଏବଂ ମୃତ୍ତିକା ଚିକିତ୍ସା ପଦ୍ଧତି ଭଳି ବିଭିନ୍ନ ସଂରକ୍ଷଣ କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ ଓ କାର୍ଯ୍ୟକାରୀ କରନ୍ତି । ଦୀର୍ଘକାଳୀନ କୃଷି ଉତ୍ପାଦନ, ପରିବେଶର ସ୍ଥିରତା ଏବଂ ଭୂମି ସମ୍ପଦର ପ୍ରଭାବଶାଳୀ ବ୍ୟବହାର ସୁନିଶ୍ଚିତ କରିବା ପାଇଁ ସେମାନେ ଚାଷୀ, ସରକାରୀ ସଂସ୍ଥା ଏବଂ ସ୍ଥାନୀୟ ସମୁଦାୟ ସହିତ ମିଳିତ ଭାବେ କାର୍ଯ୍ୟ କରିଥାନ୍ତି।
ମୃତ୍ତିକା ବିଜ୍ଞାନ ଏବଂ କୃଷି ବିଷୟରେ ଜ୍ଞାନ
ପରିବେଶ ସଚେତନତା
ତଥ୍ୟ ବିଶ୍ଳେଷଣ ଏବଂ କ୍ଷେତ୍ର ସର୍ବେକ୍ଷଣ ଦକ୍ଷତା
ସମସ୍ୟା ସମାଧାନ କ୍ଷମତା
ଯୋଗାଯୋଗ ଏବଂ ଗୋଷ୍ଠୀ ସହଭାଗିତା
ଯୋଜନା ଏବଂ ପ୍ରକଳ୍ପ ପରିଚାଳନା
ମୃତ୍ତିକା ସଂରକ୍ଷଣ ଅଧିକାରୀମାନେ ମୃତ୍ତିକା ପରୀକ୍ଷା ଗବେଷଣାଗାର (Soil testing laboratories), କୃଷି ପରାମର୍ଶ ସେବା କିମ୍ବା ସ୍ଥାୟୀ କୃଷି ଉପଦେଷ୍ଟା ସଂସ୍ଥା ଆରମ୍ଭ କରିପାରିବେ । ସେମାନେ ମୃତ୍ତିକା ଉନ୍ନତି କୌଶଳ, ଜୈବିକ ଚାଷ ପ୍ରଣାଳୀ ଏବଂ ଜଳ ସଂରକ୍ଷଣ ପଦ୍ଧତିଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ଚାଷୀମାନଙ୍କ ସହିତ ମିଶି କାମ କରିପାରିବେ । ସ୍ଥାୟୀ କୃଷି (Sustainable agriculture) ଉପରେ ଗୁରୁତ୍ୱ ବଢ଼ୁଥିବାରୁ, ପରାମର୍ଶ ଏବଂ କୃଷି-ପରିବେଶ ସେବା କ୍ଷେତ୍ରରେ ସୁଯୋଗଗୁଡ଼ିକ ଅଧିକ ପ୍ରସାରିତ ହେଉଛି ସେ ଏହି ସବୁ କ୍ଷେତ୍ରରେ ଜଣେ ସଫଳ ଉଦ୍ୟୋଗୀ ହୋଇପାରିବେ ।
ଶାରୀରିକ ଅକ୍ଷମତା (Orthopaedic Disabilities) – ଗବେଷଣା, ଯୋଜନା ଏବଂ ପରାମର୍ଶଦାତା ଭୂମିକା ପାଇଁ ଉପଯୁକ୍ତ।
ସାମାନ୍ୟ ଶିକ୍ଷଣ ଅକ୍ଷମତା – ସୁବ୍ୟବସ୍ଥିତ ପ୍ରଶିକ୍ଷଣ ସହିତ ପରିଚାଳନା ଯୋଗ୍ୟ।
ଆଂଶିକ ଦୃଷ୍ଟିଦୋଷ – ସହାୟକ ଉପକରଣ ସହିତ ବିଶ୍ଳେଷଣ ଏବଂ ପରାମର୍ଶଦାତା ଭୂମିକାରେ ସମ୍ଭବ।