
ପଠନ
ବିକଳ୍ପ
ଅଧିକ ଜାଣିବାକୁ ଚାହୁଁଛନ୍ତି
NCS Code: 1112.0800
ମଣ୍ଡଳ ଉନ୍ନୟନ ଅଧିକାରୀ (ବ୍ଲକ ଡେଭଲପମେଣ୍ଟ ଅଫିସର - BDO) ହେଉଛନ୍ତି ଜଣେ ଗ୍ରୁପ୍-ବି/ଏ (Group-B/A) ଗେଜେଟେଡ୍ ସରକାରୀ ଅଧିକାରୀ, ଯିଏ ଏକ ବ୍ଲକର (ମଣ୍ଡଳ) ପ୍ରଶାସନିକ ମୁଖ୍ୟ ଭାବରେ କାର୍ଯ୍ୟ କରନ୍ତି । ବ୍ଲକ ହେଉଛି ଏକ ଉପ-ଜିଲ୍ଲା ୟୁନିଟ୍ ଯାହା ଅନେକ ଗ୍ରାମ ଏବଂ ଗ୍ରାମ ପଞ୍ଚାୟତକୁ ନେଇ ଗଠିତ । ବିଡ଼ିଓ - ବିଭିନ୍ନ ଗ୍ରାମୀଣ ଉନ୍ନୟନ ଯୋଜନା ଯଥା ମନରେଗା (ଏମ୍.ଜି.ଏନ୍.ଆର୍.ଇ.ଜି.ଏ. - ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା, ପି.ଏମ୍.ଏ.ୱାଇ.-ଜି. ପ୍ରଧାନମନ୍ତ୍ରୀ ଆବାସ ଯୋଜନା - ଗ୍ରାମୀଣ) ଏବଂ ସ୍ୱଚ୍ଛ ଭାରତ ମିଶନର ଯୋଜନା, କାର୍ଯ୍ୟକାରିତା ଏବଂ ଅନୁଧ୍ୟାନ କରନ୍ତି; ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକ ସହିତ ସମନ୍ୱୟ ରକ୍ଷା କରନ୍ତି ଏବଂ ତୃଣମୂଳ ସ୍ତରରେ ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମର ସଠିକ୍ ଭାବରେ ପହଞ୍ଚାଇବା ସୁନିଶ୍ଚିତ କରନ୍ତି।
ପ୍ରଶାସନିକ ଏବଂ ନେତୃତ୍ୱ ଦକ୍ଷତା
ଯୋଗାଯୋଗ ଏବଂ ଆନ୍ତଃବ୍ୟକ୍ତିକ ଦକ୍ଷତା
ସମସ୍ୟା ସମାଧାନ ଏବଂ ନିଷ୍ପତ୍ତି ଗ୍ରହଣ କରିବାର କ୍ଷମତା
ଜନନୀତି ଏବଂ ଶାସନ ବ୍ୟବସ୍ଥା (ଗଭର୍ଣ୍ଣାନ୍ସ) ସମ୍ବନ୍ଧୀୟ ଜ୍ଞାନ
ଆର୍ଥିକ ଏବଂ ବଜେଟ୍ ପରିଚାଳନା ଦକ୍ଷତା
ସମନ୍ୱୟ ଏବଂ ଦଳଗତ ପରିଚାଳନା ଦକ୍ଷତା
ବିଶ୍ଳେଷଣାତ୍ମକ ଏବଂ ରିପୋର୍ଟ ଲିଖନ ଦକ୍ଷତା
ସ୍ଥାନୀୟ ଭାଷା ଏବଂ ଗ୍ରାମୀଣ ସମସ୍ୟା ବିଷୟରେ ଜ୍ଞାନ
ରୁମାନା ଜାଫ୍ରି ଓଡ଼ିଶାର ପ୍ରଶାସନିକ ସେବା କ୍ଷେତ୍ରରେ ଏକ ପ୍ରେରଣାଦାୟୀ କାହାଣୀ । ଭୁବନେଶ୍ୱରରେ ଜନ୍ମିତ ରୁମାନା, ଓଡ଼ିଶା ପ୍ରଶାସନିକ ସେବା (OAS) ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକର ପ୍ରଥମ ମହିଳା ଏବଂ ୪୬ତମ ମଣ୍ଡଳ ଉନ୍ନୟନ ଅଧିକାରୀ (BDO) ଭାବରେ ଯୋଗ ଦେଇଥିଲେ । ନିଜ କାର୍ଯ୍ୟକାଳ ମଧ୍ୟରେ ସେ ଅଭିଯୋଗଗୁଡ଼ିକର ତ୍ୱରିତ ସମାଧାନ, ସ୍ୱଚ୍ଛତା ଏବଂ ଅସହାୟ ଲୋକଙ୍କୁ ପ୍ରତ୍ୟକ୍ଷ ସହାୟତା ପ୍ରଦାନ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ଜଣେ ଦକ୍ଷ ମଣ୍ଡଳ ଉନ୍ନୟନ ଅଧିକାରୀ (BDO) କିପରି ତୃଣମୂଳ ସ୍ତରରେ ପ୍ରକୃତ ପରିବର୍ତ୍ତନ ଆଣିପାରନ୍ତି, ତାଙ୍କର କାର୍ଯ୍ୟଶୈଳୀ ତାହାର ଏକ ଶ୍ରେଷ୍ଠ ଉଦାହରଣ।
ପୂର୍ବତନ ବି.ଡ଼ି.ଓ(BDO) କିମ୍ବା ସମାନ ଧରଣର ପ୍ରଶାସନିକ ପ୍ରଶିକ୍ଷଣପ୍ରାପ୍ତ ବ୍ୟକ୍ତିମାନେ 'ଗ୍ରାମୀଣ ବିକାଶ ପରାମର୍ଶଦାତା ସଂସ୍ଥା' ଆରମ୍ଭ କରିପାରିବେ, ଯାହା ସରକାର, ଏନ୍.ଜି.ଓ.(NGO) ଏବଂ କର୍ପୋରେଟ୍ ସି.ଏସ୍.ଆର୍. (କର୍ପୋରେଟ୍ ସୋସିଆଲ୍ ରେସପନ୍ସିବିଲିଟି) ଟିମ୍ଗୁଡ଼ିକୁ ସରକାରୀ ଯୋଜନାର କାର୍ଯ୍ୟକାରିତା, ସାମାଜିକ ଅଡିଟ୍ ଏବଂ ପଞ୍ଚାୟତର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ପରାମର୍ଶ ଦେଇପାରିବ । ସେମାନେ ସିଭିଲ୍ ସର୍ଭିସ କୋଚିଂ ସେଣ୍ଟର ଚଲାଇପାରିବେ, ଏଫ୍.ପି.ଓ.(ଫାର୍ମର ପ୍ରଡ୍ୟୁସର ଅର୍ଗାନାଇଜେସନ୍ଭ) କୃଷି-ବ୍ୟବସାୟିକ ଉଦ୍ୟୋଗକୁ ସହାୟତା କରିପାରିବେ ଏବଂ ଏନ୍.ଜି.ଓ.(NGO) ଗୁଡ଼ିକୁ ଅନୁଦାନ ପାଇଁ ଆବେଦନ କରିବା (Grant-writing) କିମ୍ବା ପ୍ରୋଜେକ୍ଟ ପରିଚାଳନା କାର୍ଯ୍ୟରେ ସାହାଯ୍ୟ କରିପାରିବେ । ଏହାବ୍ୟତୀତ, ୟୁ.ଏନ୍.ଡି.ପି. (ମିଳିତ ଜାତିସଂଘ ବିକାଶ କାର୍ଯ୍ୟକ୍ରମ), ବିଶ୍ୱବ୍ୟାଙ୍କ ଏବଂ ଜି.ଆଇ.ଜେଡ୍. (GIZ - ଜର୍ମାନ ସୋସାଇଟି ଫର୍ ଇଣ୍ଟରନ୍ୟାସନାଲ୍ କୋଅପରେସନ୍) ଭଳି ଆନ୍ତର୍ଜାତୀୟ ସଂଗଠନଗୁଡ଼ିକ ତୃଣମୂଳ ସ୍ତରର ଅଭିଜ୍ଞତା ଥିବା ପେସାଦାର ବ୍ୟକ୍ତିମାନଙ୍କୁ ଶାସନ, ଜୀବିକା ଏବଂ ଗ୍ରାମୀଣ ବିକାଶ କ୍ଷେତ୍ରରେ ସ୍ୱାଧୀନ (Freelance) ଭାବରେ କାର୍ଯ୍ୟ କରିବା ପାଇଁ ନିଯୁକ୍ତି ଦେଇଥାନ୍ତି।
ଲୋକୋମୋଟର ଅକ୍ଷମତା (ଅସ୍ଥିଶଲ୍ୟ ଅକ୍ଷମତା ସମେତ)
ସ୍ୱଳ୍ପ ଦୃଷ୍ଟିଶକ୍ତି / ଦୃଷ୍ଟି ଶକ୍ତି ବାଧିତ (ଆଂଶିକ ଦୃଷ୍ଟି)
ଶ୍ରବଣ ଶକ୍ତି ବାଧିତ (ବଧିର ଏବଂ ଶୁଣିବାରେ କଷ୍ଟ ଅନୁଭବ କରୁଥିବା ବ୍ୟକ୍ତି)
ବାକ୍ ଏବଂ ଭାଷା ଅକ୍ଷମତା
ନିର୍ଦ୍ଦିଷ୍ଟ ଶିକ୍ଷଣ ଅକ୍ଷମତା
ମାନସିକ ରୋଗ (ସୁସ୍ଥ ହେବା ପ୍ରକ୍ରିୟାରେ ଥିବା ଏବଂ ସ୍ଥିର)
ଏକାଧିକ ଅକ୍ଷମତା (ପ୍ରତ୍ୟେକ କେସ୍ର ସ୍ଥିତି ଅନୁଯାୟୀ)