ପଠନ
ବିକଳ୍ପ

Xନମସ୍କାର,
ମୁଁ ଆମ ବଟ୍

ମୁଁ ଆପଣଙ୍କୁ କିପରି ସାହାଯ୍ୟ କରିପାରିବି?

ଅଧିକ ଜାଣିବାକୁ ଚାହୁଁଛନ୍ତି

କୃଷି ରେ

ବୃତ୍ତି

ଭର୍ଟିକାଲ୍ ଫାର୍ମିଂ ବିଶେଷଜ୍ଞ


ଭର୍ଟିକାଲ୍ ଫାର୍ମିଂ ବିଶେଷଜ୍ଞ

NCS Code: 6113.0400

ଭର୍ଟିକାଲ୍ ଫାର୍ମିଂ ବିଶେଷଜ୍ଞ, ହାଇଡ୍ରୋପୋନିକ୍ସ (ବିନା ମାଟିରେ ପାଣିରେ ଚାଷ), ଏରୋପୋନିକ୍ସ (ବାୟୁରେ ଚାଷ) ଏବଂ ନିୟନ୍ତ୍ରିତ-ପରିବେଶ କୃଷି ଭଳି ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ପରସ୍ପର ଉପରକୁ ଥାକ ଥାକ ହୋଇ ରହିଥିବା ସ୍ତରଗୁଡ଼ିକରେ ଫସଲ ଉତ୍ପାଦନ କରନ୍ତି । ସୀମିତ ସହରାଞ୍ଚଳ ସ୍ଥାନରେ ଫସଲର ଅମଳ ବୃଦ୍ଧି କରିବା ପାଇଁ ସେମାନେ ଆଲୋକ, ପୋଷକ ତତ୍ତ୍ୱ, ତାପମାତ୍ରା ଏବଂ ଜଳ ପରିଚାଳନା ବ୍ୟବସ୍ଥାର ନିୟନ୍ତ୍ରଣ କରିଥାନ୍ତି । ଭର୍ଟିକାଲ୍ ଫାର୍ମିଂ ବିଶେଷଜ୍ଞମାନେ ଜମିର ବ୍ୟବହାର, ଜଳର ବ୍ୟବହାର ଏବଂ ପରିବହନ ଖର୍ଚ୍ଚ କମ୍ କରି ସ୍ଥାୟୀ ଭାବରେ ସତେଜ ଖାଦ୍ୟ ଉତ୍ପାଦନ କରିବାରେ ସାହାଯ୍ୟ କରନ୍ତି, ଯାହା ଆଧୁନିକ ସହରୀ କୃଷି ଏବଂ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଏକ ପ୍ରମୁଖ ଅବଦାନ ଦେଇଥାଏ।

ଆବଶ୍ୟକ ଦକ୍ଷତା :
  • ଉଦ୍ଭିଦ ବିଜ୍ଞାନ ଏବଂ କୃଷି ବିଷୟରେ ଜ୍ଞାନ 

  • ହାଇଡ୍ରୋପୋନିକ୍ସ ଏବଂ ଏରୋପୋନିକ୍ସ ବିଷୟରେ ସମ୍ୟକ ଧାରଣା 

  • ବିଶ୍ଳେଷଣାତ୍ମକ ଏବଂ ସମସ୍ୟା ସମାଧାନର ଦକ୍ଷତା 

  • ଯାନ୍ତ୍ରିକ ତଥା ବୈଷୟିକ ଦକ୍ଷତା - ସେନ୍ସର, ସ୍ୱୟଂଚାଳିତ ବ୍ୟବସ୍ଥା, ଆଲୋକ ବ୍ୟବସ୍ଥା 

  • ସୂକ୍ଷ୍ମ ବିଷୟ ପ୍ରତି ଧ୍ୟାନ ଦେବା 

  • ସ୍ଥାୟୀ କୃଷି ପ୍ରଣାଳୀ ବିଷୟରେ ଜ୍ଞାନ

ସଫଳତାର କାହାଣୀ

ବିରାଜ ପୁରୀ

ବିରାଜ ପୁରୀ ଜଣେ ଭାରତୀୟ ଉଦ୍ୟୋଗୀ ଏବଂ ଭାରତର ଅଗ୍ରଣୀ ଭର୍ଟିକାଲ୍ ତଥା ହାଇଡ୍ରୋପୋନିକ୍ ଚାଷ କମ୍ପାନୀଗୁଡ଼ିକ ମଧ୍ୟରୁ ଅନ୍ୟତମ 'Gotham Greens India (UrbanKisaan)' ର ସହ-ପ୍ରତିଷ୍ଠାତା ଓ ସିଇଓ (CEO) ଅଟନ୍ତି । ସେ ହାଇଦ୍ରାବାଦ ଏବଂ ବେଙ୍ଗାଲୁରୁ ଭଳି ସହରାଞ୍ଚଳରେ କୀଟନାଶକ ମୁକ୍ତ ପନିପରିବା ଉତ୍ପାଦନ କରିବା ପାଇଁ ଅତ୍ୟାଧୁନିକ ନିୟନ୍ତ୍ରିତ-ପରିବେଶ କୃଷି ଏବଂ ଭର୍ଟିକାଲ୍ ଫାର୍ମିଂ ଜ୍ଞାନକୌଶଳର ପ୍ରଚଳନ କରିଥିଲେ । ଅଭିନବ ଇନଡୋର ଫାର୍ମିଂ ସିଷ୍ଟମ୍ (ଘର ଭିତରେ ଚାଷ ପ୍ରଣାଳୀ) ମାଧ୍ୟମରେ, ତାଙ୍କ କମ୍ପାନୀ ବହୁତ କମ୍ ଜଳ ଏବଂ ଜମି ବ୍ୟବହାର କରି ସତେଜ ପତ୍ରଜାତୀୟ ପରିବା ଉତ୍ପାଦନ କରୁଛି, ଯାହା ଭାରତରେ ସ୍ଥାୟୀ ସହରୀ କୃଷିକୁ ପ୍ରୋତ୍ସାହିତ କରିବାରେ ସାହାଯ୍ୟ କରୁଛି।


ଉତ୍ସ

ଅଧିକ ସୂଚନା ପାଇଁ, ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ