NCS CODE: N/A | E052
ଭର୍ଚୁଆଲ୍ ରିଆଲିଟି ଇଞ୍ଜିନିୟର୍ ଡିଜାଇନ୍ ପ୍ରକ୍ରିୟା ମଧ୍ୟରେ 3ଡି ମଡେଲିଂ ଉପକରଣ ଏବଂ ଭିଜୁଆଲାଇଜେସନ୍ କୌଶଳର ପ୍ରୟୋଗ କରିଥାନ୍ତି । ଏହି ଜ୍ଞାନକୌଶଳ ଇଞ୍ଜିନିୟର୍ ମାନଙ୍କୁ ସେମାନଙ୍କ ପ୍ରକଳ୍ପଗୁଡିକୁ ନିରୀକ୍ଷଣ କରିବାରେ ସାହାଯ୍ୟ କରେ, ଯାହା ଏହାର କାର୍ଯ୍ୟକାରିତା ବିଷୟରେ ବୁଝାଇଥାଏ ।
୧୯୩୮ ମସିହା ମେ ୧୬ ତାରିଖରେ ଆମେରିକାର ନେବ୍ରାସ୍କାର ହେଷ୍ଟିଂସରେ ଜନ୍ମଗ୍ରହଣ କରିଥିବା ଇଭାନ୍ ଏଡୱାର୍ଡ୍ ସଦରଲାଣ୍ଡ କମ୍ପ୍ୟୁଟର୍ ଗ୍ରାଫିକ୍ସ୍ ର ପିତା ଭାବରେ ଜଣାଶୁଣା । ସେ ୧୯୬୫ରୁ ୧୯୬୮ ପର୍ଯ୍ୟନ୍ତ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ଆସୋସିଏଟ୍ ପ୍ରଫେସର୍ ଭାବରେ କାର୍ଯ୍ୟ କରିଥିଲେ । ସେ୧୯୮୮ରେ ଟ୍ୟୁରିଂ ପୁରସ୍କାର, ୧୯୮୫ରେ କମ୍ପ୍ୟୁଟର ପିଓନିର ଆୱାର୍ଡ, ୧୯୯୮ରେ ଆଇଇଇଇ ଜନ୍ ଭନ୍ ନ୍ୟୁମ୍ୟାନ୍ ମେଡାଲ୍ ଏବଂ ୧୯୯୪ରେ ଏସିଏମ୍ ଫେଲୋ ଭଳି ସମ୍ମାନଜନକ ପୁରସ୍କାରରେ ସମ୍ମାନିତ ହୋଇଥିଲେ । ଏହାବ୍ୟତୀତ ୧୯୭୮ମସିହାରେ ସେ ନ୍ୟାସନାଲ୍ ଏକାଡେମୀ ଅଫ୍ ସାଇନ୍ସ୍ ର ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ ।