
ପଠନ
ବିକଳ୍ପ
ଅଧିକ ଜାଣିବାକୁ ଚାହୁଁଛନ୍ତି
ଜଣେ ବିମାନବନ୍ଦର ପରିଚାଳକ ବିମାନବନ୍ଦରର ଦୈନନ୍ଦିନ କାର୍ଯ୍ୟକଳାପର ତଦାରଖ କରନ୍ତି ଏବଂ ସୁରକ୍ଷା, ଦକ୍ଷତା ତଥା ନିୟମାବଳୀର ଅନୁପାଳନ ନିଶ୍ଚିତ କରନ୍ତି । ସେମାନେ ଗ୍ରାଉଣ୍ଡ ହ୍ୟାଣ୍ଡଲିଂ (Ground handling), ଟର୍ମିନାଲ୍ ପରିଚାଳନା, ସୁରକ୍ଷା ସମନ୍ୱୟ ଏବଂ ଆର୍ଥିକ ବଜେଟ୍ ପ୍ରସ୍ତୁତ କରନ୍ତି । ବିମାନ ସଂସ୍ଥା, ଯାତ୍ରୀ ଏବଂ ସରକାରୀ ଏଜେନ୍ସିଗୁଡ଼ିକ ମଧ୍ୟରେ ଯୋଗାଯୋଗ ରକ୍ଷା କରି ସେମାନେ ବିମାନ ଚଳାଚଳ, ପର୍ଯ୍ୟଟନ ଏବଂ ଲଜିଷ୍ଟିକ୍ସ କ୍ଷେତ୍ରରେ ସହାୟତା କରନ୍ତି ।
ବିଶ୍ଳେଷଣାତ୍ମକ ଚିନ୍ତାଧାରା
ସମସ୍ୟା ସମାଧାନ ଦକ୍ଷତା
ଦଳଗତ କାର୍ଯ୍ୟ
ଯୋଗାଯୋଗ ଦକ୍ଷତା
ବୈଜ୍ଞାନିକ ଦଲିଲିକରଣ
ବାଙ୍ଗାଲୋର ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଲିମିଟେଡ୍ (ବି.ଆଇ.ଏ.ଏଲ୍.) (BIAL) ର ପରିଚାଳନା ନିର୍ଦ୍ଦେଶକ (ମ୍ୟାନେଜିଂ ଡାଇରେକ୍ଟର) ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ଚିଫ୍ ଏକ୍ଜିକ୍ୟୁଟିଭ୍ ଅଫିସର - ସି.ଇ.ଓ.) ଭାବରେ ହରି ମାରାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ଏହି ପଦବୀରେ ରହି ସେ ଗ୍ରୀନଫିଲ୍ଡ ବିମାନ ବନ୍ଦରର କାର୍ଯ୍ୟକ୍ଷମ ଧାରଣା (Operational concept) ନିର୍ଦ୍ଧାରଣ କରିଥିଲେ ଏବଂ ଭାରତରେ ପ୍ରଥମ ଥର ପାଇଁ ଅନେକ ଆଧୁନିକ ତଥା ଅତ୍ୟାଧୁନିକ ବିମାନ ବନ୍ଦର ପରିଚାଳନା ପ୍ରଣାଳୀ ପ୍ରଚଳନ ଏବଂ କାର୍ଯ୍ୟକାରୀ କରିଥିଲେ । ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ପ୍ରସ୍ତୁତି ସୁନିଶ୍ଚିତ କରିବା ପାଇଁ ସେ ଏକ ବିମାନ ବନ୍ଦର କାର୍ଯ୍ୟକ୍ଷମ ସଂଗଠନର ମଧ୍ୟ ପରିକଳ୍ପନା ଏବଂ ଗଠନ କରିଥିଲେ । କାର୍ଯ୍ୟକାରୀ ହେବାର ମାତ୍ର ୭ ବର୍ଷ ମଧ୍ୟରେ, ସେ ଏହି ଦଳର ନେତୃତ୍ୱ ନେଇ ଏହାକୁ ଏକ ଉଚ୍ଚ-ପ୍ରଦର୍ଶନକାରୀ ୟୁନିଟ୍ରେ ପରିଣତ କରିଥିଲେ ଯାହା ୩୦ରୁ ଅଧିକ ପୁରସ୍କାର ଜିତିଛି।
ଏୟାରପୋର୍ଟ ଅପରେସନ୍ ମ୍ୟାନେଜର (ବିମାନ ବନ୍ଦର ପରିଚାଳକ) ମାନେ ଗ୍ରାଉଣ୍ଡ ହ୍ୟାଣ୍ଡଲିଂ ସେବା, ବିମାନ ଚଳାଚଳ ପରାମର୍ଶ (Aviation Consultancy) କିମ୍ବା ଡ୍ରୋନ୍ ପୋର୍ଟ ପରିଚାଳନା ଉପରେ ଆଧାରିତ ଷ୍ଟାର୍ଟଅପ୍ ଆରମ୍ଭ କରିପାରିବେ । ଏଥିସହିତ ବିଶେଷଜ୍ଞ ବିମାନ ଚଳାଚଳ ପ୍ରଶିକ୍ଷଣ ଏକାଡେମୀ କିମ୍ବା ଘରୋଇ ଚାର୍ଟର୍ ପରିଚାଳନା ସଂସ୍ଥା ପ୍ରତିଷ୍ଠା କରିବା କିମ୍ବା ଏ.ଆଇ. - ଚାଳିତ (ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ / କୃତ୍ରିମ ବୁଦ୍ଧିମତା) ଟର୍ମିନାଲ୍ ଲଜିଷ୍ଟିକ୍ସ ସମାଧାନ ବିକଶିତ କରିବାର ଅନେକ ସୁଯୋଗ ମଧ୍ୟ ରହିଛି । ଏହା ବ୍ୟତୀତ ଉଦ୍ୟୋଗୀମାନେ "ଗ୍ରୀନ୍ ଏୟାରପୋର୍ଟ" ବା ପରିବେଶ ଅନୁକୂଳ ସମାଧାନ ଉପରେ ଧ୍ୟାନ ଦେଇପାରିବେ, ଯାହା ବୃଦ୍ଧି ପାଉଥିବା ଆଞ୍ଚଳିକ ବିମାନ ବନ୍ଦରଗୁଡ଼ିକ ପାଇଁ ପରିବେଶ ଅଡିଟ୍ ଏବଂ ସ୍ଥାୟୀ ବର୍ଜ୍ୟବସ୍ତୁ ପରିଚାଳନା ପ୍ରଣାଳୀ ପ୍ରଦାନ କରିବ।
ଗମନାଗମନ ସମ୍ବନ୍ଧୀୟ ଅକ୍ଷମତା
ଶ୍ରବଣ ଶକ୍ତି ବାଧିତ
ସ୍ୱଳ୍ପ ଦୃଷ୍ଟିଶକ୍ତି / ଆଂଶିକ ଅନ୍ଧତ୍ୱ
ବାକ୍ ଏବଂ ଭାଷା ଅକ୍ଷମତା
ଅଟିଜିମ୍ ସ୍ପେକ୍ଟ୍ରମ୍ / ଶିକ୍ଷଣ ଅକ୍ଷମତା