
ପଠନ
ବିକଳ୍ପ
ଅଧିକ ଜାଣିବାକୁ ଚାହୁଁଛନ୍ତି
ଜଣେ ପେପର ଏବଂ ପଲ୍ପ ଇଞ୍ଜିନିୟର (Paper and pulp engineer) କାଠ, ପୁରୁଣା କାଗଜ (Recycled paper) କିମ୍ବା କୃଷି ବର୍ଜ୍ୟବସ୍ତୁ ପରି କଞ୍ଚାମାଲକୁ କାଗଜ, ପେପରବୋର୍ଡ ଏବଂ ଅନ୍ୟାନ୍ୟ ସେଲ୍ୟୁଲୋଜ୍-ଭିତ୍ତିକ ଉତ୍ପାଦରେ ପରିଣତ କରିବା ପାଇଁ ଆବଶ୍ୟକ ପ୍ରକ୍ରିୟାର ଡିଜାଇନ୍, ପରିଚାଳନା ଏବଂ ଏହାର ଉନ୍ନତିକରଣରେ ବିଶେଷଜ୍ଞତା ହାସଲ କରିଥାନ୍ତି। ଏମାନେ ଅତି ଉନ୍ନତ ଇଞ୍ଜିନିୟରିଂ ନିୟମ ଏବଂ କୌଶଳ ବ୍ୟବହାର କରି ଦକ୍ଷ, ସ୍ଥାୟୀ ଏବଂ ଉଚ୍ଚ ଗୁଣବତ୍ତା ସମ୍ପନ୍ନ ଉତ୍ପାଦନ ନିଶ୍ଚିତ କରନ୍ତି। ଏହା ସହିତ ସେମାନେ କାଗଜ ଶିଳ୍ପ ମଧ୍ୟରେ କାର୍ଯ୍ୟଧାରାର ଉନ୍ନତି ଏବଂ ପରିବେଶ ସମ୍ବନ୍ଧୀୟ ନିୟମାବଳୀ ଅନୁପାଳନ ଉପରେ ମଧ୍ୟ ଧ୍ୟାନ ଦେଇଥାନ୍ତି।
ବୈଷୟିକ ଦକ୍ଷତା
ବିଶ୍ଳେଷଣାତ୍ମକ ଦକ୍ଷତା
ସମସ୍ୟା ସମାଧାନ ଦକ୍ଷତା
ପରିଚାଳନା ଦକ୍ଷତା
ଓଡ଼ିଶାର ଡକ୍ଟର ଜଗଦୀଶ ପାଣିଗ୍ରାହୀ ପଲ୍ପ ଏବଂ ପେପର୍ ଟେକ୍ନୋଲୋଜିରେ ଜଣେ ସୁନାମଧନ୍ୟ ବିଶେଷଜ୍ଞ । ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଡେପୁଟି ଡାଇରେକ୍ଟର ଭାବରେ, ସେ କାଗଜ ଶିଳ୍ପ ମଧ୍ୟରେ ପରିବେଶ ଅନୁକୂଳ ଅଭ୍ୟାସକୁ ପ୍ରୋତ୍ସାହିତ କରିଥିଲେ । ତାଙ୍କର ପଦକ୍ଷେପଗୁଡ଼ିକ ପେପର ମିଲ୍ଗୁଡ଼ିକରେ ସ୍ୱଚ୍ଛ ଜ୍ଞାନକୌଶଳ, ବର୍ଜ୍ୟବସ୍ତୁ ପରିଚାଳନାରେ ଉନ୍ନତି ଏବଂ ପ୍ରଦୂଷିତ ଗ୍ୟାସ ନିର୍ଗମନ ହ୍ରାସ କରିବାରେ ଯଥେଷ୍ଟ ଅଗ୍ରଗତି ଆଣିଥିଲା ।
ପେପର୍ ଆଣ୍ଡ୍ ପଲ୍ପ ଇଞ୍ଜିନିୟର ପରିବେଶ ଅନୁକୂଳ କାଗଜ ଉତ୍ପାଦନ ୟୁନିଟ୍, ରିସାଇକ୍ଲିଂ ପ୍ଲାଣ୍ଟ କିମ୍ବା ଦୀର୍ଘସ୍ଥାୟୀ ପ୍ୟାକେଜିଂ ବ୍ୟବସାୟ ଆରମ୍ଭ କରି ଜଣେ ଉଦ୍ୟୋଗୀ ହୋଇପାରିବେ । ଏହା ମାଧ୍ୟମରେ ସ୍ୱତନ୍ତ୍ର କାଗଜ (speciality papers) ଉତ୍ପାଦନ କରିବା କିମ୍ବା ପରିବେଶ ଉପରେ କମ୍ ପ୍ରଭାବ ପକାଉଥିବା ରାସାୟନିକ ପ୍ରକ୍ରିୟା ବିକାଶ କରିବାରେ ମଧ୍ୟ ସୁଯୋଗ ରହିଛି । ବାୟୋଡିଗ୍ରେଡେବଲ୍ (ଜୈବ-ବିଘଟନଯୋଗ୍ୟ) ଉତ୍ପାଦ ଏବଂ ସବୁଜ ଜ୍ଞାନକୌଶଳ (green technology) ରେ ଉଦ୍ଭାବନ ଏହି ଶିଳ୍ପରେ ସଫଳତା ଆଣିପାରିବ ।
ଶିକ୍ଷଣ ଅକ୍ଷମତା / ସ୍ନାୟୁଗତ ଭିନ୍ନତା (Neurodivergence) - ଉଦାହରଣ: ADHD, ଡିସଲେକ୍ସିଆ, ଅଟିଜିମ୍ ସ୍ପେକ୍ଟ୍ରମ୍
ଶ୍ରବଣ ବାଧାପ୍ରାପ୍ତ
ଦୃଷ୍ଟିଶକ୍ତି ବାଧାପ୍ରାପ୍ତ (କ୍ଷୀଣ ଦୃଷ୍ଟିଶକ୍ତି / ଆଂଶିକ ଦୃଷ୍ଟି)
ଅସ୍ଥିଗତ ଭିନ୍ନକ୍ଷମ / ଚଳପ୍ରଚଳ ଜନିତ ବାଧା
ମାନସିକ ସ୍ୱାସ୍ଥ୍ୟ ଅବସ୍ଥା (ଯେପରିକି ଚିନ୍ତା, ଅବସାଦ)