
ପଠନ
ବିକଳ୍ପ
ଅଧିକ ଜାଣିବାକୁ ଚାହୁଁଛନ୍ତି
ପେଟ୍ରୋଲିୟମ୍ ଇଞ୍ଜିନିୟର ଭୂତଳ ଭଣ୍ଡାରରୁ ତୈଳ ଏବଂ ପ୍ରାକୃତିକ ଗ୍ୟାସ୍ ବାହାର କରିବା ପାଇଁ କୌଶଳର ଡିଜାଇନ୍ (ନକ୍ସା) ପ୍ରସ୍ତୁତ କରିଥାନ୍ତି ଏବଂ ଏହାର ସଠିକ୍ ପ୍ରୟୋଗ ମଧ୍ୟ କରିଥାନ୍ତି । ସେମାନ ଅନୁସନ୍ଧାନ (exploration), ଖନନ (drilling), ଉତ୍ପାଦନ ଏବଂ ବିଶୋଧନ (refining) ଇତ୍ୟାଦି କାର୍ଯ୍ୟ କରିବା ସହ ସୁରକ୍ଷା, କମ୍ ଖର୍ଚ୍ଚ ଏବଂ ପରିବେଶ ସ୍ଥିରତା ନିଶ୍ଚିତ କରିବା ସହିତ ଓ ସର୍ବାଧିକ ସମ୍ବଳ ବ୍ୟବହାର କରିବା ଉପରେ ଧ୍ୟାନ ଦିଅନ୍ତି ।
ବୈଷୟିକ ଦକ୍ଷତା
ସମସ୍ୟା ସମାଧାନ ଦକ୍ଷତା
ଯୋଗାଯୋଗ ଦକ୍ଷତା
ସାଙ୍ଗଠନିକ ଦକ୍ଷତା
ପଦ୍ମଶ୍ରୀ ଡକ୍ଟର ରବି ନାରାୟଣ ବସ୍ତିଆ, ଜଣେ ବିଶିଷ୍ଟ ଭାରତୀୟ ଭୂବିଜ୍ଞାନୀ (geoscientist) ଏବଂ ତୈଳ ଓ ଗ୍ୟାସ୍ କ୍ଷେତ୍ରର ଜଣାଶୁଣା ବ୍ୟକ୍ତିତ୍ୱ । ସେ ବର୍ତ୍ତମାନ ଅଏଲ୍ମ୍ୟାକ୍ସ ଏନର୍ଜି (Oilmax Energy) ରେ ଏକ୍ସପ୍ଲୋରେସନ୍ ଆଣ୍ଡ ପ୍ରଡକ୍ସନ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ଅଟନ୍ତି । ସେ ଓମାନର ମସିରାହ ଅଏଲ୍ ଲିମିଟେଡ୍ର ନିର୍ଦ୍ଦେଶକ ଭାବରେ ମଧ୍ୟ କାର୍ଯ୍ୟ କରୁଛନ୍ତି। ପେଟ୍ରୋଲିୟମ୍ ଶିଳ୍ପରେ ତିନି ଦଶନ୍ଧିରୁ ଅଧିକ ଉଲ୍ଲେଖନୀୟ ସେବା ସହିତ, ଡକ୍ଟର ବସ୍ତିଆ ଭାରତକୁ ବିଶ୍ୱ ତୈଳ ଏବଂ ଗ୍ୟାସ୍ ମାନଚିତ୍ରରେ ସ୍ଥାନିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ସେ ୨୦୦୨ ରେ କୃଷ୍ଣା ଗୋଦାବରୀ ଅବବାହିକାରେ ବିଶ୍ୱର ସର୍ବବୃହତ ଗ୍ୟାସ୍ ଆବିଷ୍କାର କରିବା ସହିତ ଅନେକ ପ୍ରମୁଖ ଅନୁସନ୍ଧାନ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ ।
ଜଣେ ପେଟ୍ରୋଲିୟମ୍ ଇଞ୍ଜିନିୟର ଭାବରେ ଉଦ୍ୟୋଗୀ ହେବାକୁ ହେଲେ, ପ୍ରଥମେ ତୈଳ, ଗ୍ୟାସ୍ ଏବଂ ଶକ୍ତି କ୍ଷେତ୍ରରେ ଦୃଢ଼ ଜ୍ଞାନ ହାସଲ କରନ୍ତୁ, ତା’ପରେ ବ୍ୟବହାରିକ ଦକ୍ଷତା ଶିଖିବା ପାଇଁ ଶିଳ୍ପକ୍ଷେତ୍ରରେ କାମ କରନ୍ତୁ । ଏହା ପରେ, ସେଥିରେ ଥିବା ସମସ୍ୟା କିମ୍ବା ସୁଯୋଗଗୁଡିକୁ ଚିହ୍ନଟ କରନ୍ତୁ, ବ୍ୟବସାୟିକ ଦକ୍ଷତା ବିକାଶ କରନ୍ତୁ ଏବଂ ଅଏଲ୍ଫିଲ୍ଡ ସେବା, ଶକ୍ତି ପରାମର୍ଶ (energy consulting) କିମ୍ବା ସ୍ୱଚ୍ଛ ଶକ୍ତି ସମାଧାନ ଭଳି କ୍ଷେତ୍ରରେ ନିଜର ବ୍ୟବସାୟ ଆରମ୍ଭ କରନ୍ତୁ ।
ଶ୍ରବଣ ବାଧାପ୍ରାପ୍ତ
ବାକ୍ ଅକ୍ଷମତା
ଅସ୍ଥିଗତ / ଚଳପ୍ରଚଳ ଜନିତ ଅକ୍ଷମତା (ସାମାନ୍ୟରୁ ମଧ୍ୟମ)
କ୍ଷୀଣ ଦୃଷ୍ଟିଶକ୍ତି / ଆଂଶିକ ଦୃଷ୍ଟି ବାଧା