
ପଠନ
ବିକଳ୍ପ
ଅଧିକ ଜାଣିବାକୁ ଚାହୁଁଛନ୍ତି
NCS Code: 2111.0800
ପରମାଣୁ ବୈଜ୍ଞାନିକ ମାନେ ଶକ୍ତି, ଚିକିତ୍ସା, ସୁରକ୍ଷା, ଶିଳ୍ପ ଏବଂ ମୌଳିକ ଗବେଷଣା କ୍ଷେତ୍ରରେ ଶାନ୍ତିପୂର୍ଣ୍ଣ ବିନିଯୋଗକୁ ସହଯୋଗ କରିବା ପାଇଁ ପରମାଣୁର କେନ୍ଦ୍ର ବା ନ୍ୟୁକ୍ଲିୟସ୍ (Nucleus), ବିକିରଣ (Radiation) ଏବଂ ଆଣବିକ ପ୍ରତିକ୍ରିୟା ବିଷୟରେ ଅଧ୍ୟୟନ କରନ୍ତି । ସେମାନେ ବିଭିନ୍ନ ପରୀକ୍ଷଣର ଡିଜାଇନ୍ ପ୍ରସ୍ତୁତ କରନ୍ତି, ତଥ୍ୟ ବିଶ୍ଳେଷଣ କରନ୍ତି, ରିଆକ୍ଟର ଏବଂ ବିକିରଣର ଆଚରଣର ମଡେଲ୍ ପ୍ରସ୍ତୁତ କରନ୍ତି ଏବଂ ଭାରତର ବିଭିନ୍ନ ପରୀକ୍ଷାଗାର, ବିଶ୍ୱବିଦ୍ୟାଳୟ, ଚିକିତ୍ସାଳୟ ଓ ଜାତୀୟ ଗବେଷଣା କେନ୍ଦ୍ରଗୁଡ଼ିକରେ କାର୍ଯ୍ୟ କରନ୍ତି।
ବିଶ୍ଳେଷଣାତ୍ମକ ଚିନ୍ତାଧାରା
ସମସ୍ୟା ସମାଧାନ
ଦଳଗତ କାର୍ଯ୍ୟ
ଯୋଗାଯୋଗ ଦକ୍ଷତା
ବୈଜ୍ଞାନିକ ଦସ୍ତାବିଜ ପ୍ରସ୍ତୁତି
ଓଡ଼ିଶାରେ ଜନ୍ମିତ ଡକ୍ଟର ଅଜିତ କୁମାର ମହାନ୍ତି, ସୁଦୃଢ଼ ଶିକ୍ଷାଗତ ଭିତ୍ତିଭୂମି ଏବଂ ଶୃଙ୍ଖଳିତ ଗବେଷଣା ପ୍ରଶିକ୍ଷଣ ମାଧ୍ୟମରେ ପରମାଣୁ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ଏକ ଅସାଧାରଣ କ୍ୟାରିୟର ଗଢ଼ିଛନ୍ତି । ବାରିପଦାର ଏମ୍ପିସି (MPC) କଲେଜ ଏବଂ କଟକର ରେଭେନ୍ସା କଲେଜରୁ ପଦାର୍ଥ ବିଜ୍ଞାନ (Physics) ରେ ଡିଗ୍ରୀ ହାସଲ କରିବା ପରେ, ସେ BARC ଟ୍ରେନିଂ ସ୍କୁଲର ୨୬ତମ ବ୍ୟାଚ୍ ସମ୍ପୂର୍ଣ୍ଣ କରି ୧୯୮୩ ମସିହାରେ ଭାଭା ପରମାଣୁ ଅନୁସନ୍ଧାନ କେନ୍ଦ୍ର (BARC) ରେ ଯୋଗ ଦେଇଥିଲେ ଏବଂ ପରବର୍ତ୍ତୀ ସମୟରେ ମୁମ୍ବାଇ ବିଶ୍ୱବିଦ୍ୟାଳୟରୁ ନିଜର ପିଏଚ୍ଡି (Doctorate) ଡିଗ୍ରୀ ହାସଲ କରିଥିଲେ। ସେ ବର୍ତ୍ତମାନ ଭାରତ ସରକାରଙ୍କ ପରମାଣୁ ଶକ୍ତି ବିଭାଗ (DAE) ର ସଚିବ ଏବଂ ପରମାଣୁ ଶକ୍ତି ଆୟୋଗ (AEC) ର ଅଧ୍ୟକ୍ଷ ଭାବେ କାର୍ଯ୍ୟ ତୁଲାଉଛନ୍ତି।
ଜଣେ ପରମାଣୁ ବୈଜ୍ଞାନିକ ବୈଜ୍ଞାନିକ ଯନ୍ତ୍ରପାତି , ବିକିରଣ ତଦାରଖ , ଡୋଜିମେଟ୍ରି (Dosimetry), ସିମୁଲେସନ୍ ସଫ୍ଟୱେର୍, କାଲିବ୍ରେସନ୍ ବା ମାପପଦ୍ଧତିର ଯାଞ୍ଚ ସେବା ଏବଂ ବିଭିନ୍ନ ଚିକିତ୍ସାଳୟ, ଶିଳ୍ପସଂସ୍ଥା ଓ ଗବେଷଣାଗାରଗୁଡ଼ିକୁ ବୈଷୟିକ ପରାମର୍ଶ ପ୍ରଦାନ କରି ନିଜର ବ୍ୟବସାୟ ଗଢ଼ିପାରିବେ । ଏହି କ୍ଷେତ୍ରରେ ଷ୍ଟାର୍ଟଅପ୍ଗୁଡ଼ିକ ସୁରକ୍ଷା ଅଡିଟ୍ (Safety audits), ପ୍ରଶିକ୍ଷଣ ଏବଂ ବିଶ୍ଳେଷଣାତ୍ମକ ସହାୟତା ମଧ୍ୟ ଯୋଗାଇପାରିବେ। ସଫଳତା ସାଧାରଣତଃ ଦୃଢ଼ ନିୟାମକ ବା ସରକାରୀ ନୀତିର ଅନୁପାଳନ ଜ୍ଞାନ (, ସହଭାଗିତା ଏବଂ ଗୁଣବତ୍ତାକୁ ସର୍ବପ୍ରଥମ ପ୍ରାଥମିକତା ଦେବା ଉପରେ ନିର୍ଭର କରେ। .
ଶ୍ରବଣ ଶକ୍ତି ବାଧିତ
ଆଂଶିକ ଦୃଷ୍ଟି ଶକ୍ତି / କ୍ଷୀଣ ଦୃଷ୍ଟି ଶକ୍ତି
ଶାରୀରିକ ଚଳପ୍ରଚଳରେ ସୀମିତତା
ସାମାନ୍ୟ ଶିକ୍ଷଣ ଶୈଳୀରେ ଭିନ୍ନତା