
ପଠନ
ବିକଳ୍ପ
ଅଧିକ ଜାଣିବାକୁ ଚାହୁଁଛନ୍ତି
NCS Code: 2111.1100
ପଦାର୍ଥ ବୈଜ୍ଞାନିକ ମାନେ ଅଧ୍ୟୟନ କରନ୍ତି ଯେ କିପରି ଧାତୁ, ସେରାମିକ୍ସ, ପଲିମର୍, ସେମିକଣ୍ଡକ୍ଟର, କମ୍ପୋଜିଟ୍ ଏବଂ ନାନୋମ୍ୟାଟେରିଆଲ୍ସର ସଂରଚନା, ଗଠନ ଏବଂ ପ୍ରକ୍ରିୟାକରଣ ସେଗୁଡ଼ିକର କାର୍ଯ୍ୟଦକ୍ଷତା ଉପରେ ପ୍ରଭାବ ପକାଇଥାଏ । ସେମାନେ ନୂତନ ପଦାର୍ଥର ଡିଜାଇନ୍ ଏବଂ ପରୀକ୍ଷଣ କରନ୍ତି, ପୂର୍ବରୁ ଥିବା ପଦାର୍ଥର ଗୁଣବତ୍ତାରେ ସୁଧାର ଆଣନ୍ତି ଏବଂ ଇଲେକ୍ଟ୍ରୋନିକ୍ସ, ମହାକାଶ ବିଜ୍ଞାନ, ଶକ୍ତି ସଂରକ୍ଷଣ, ସ୍ୱାସ୍ଥ୍ୟସେବା, ପ୍ରତିରକ୍ଷା ଏବଂ ଉତ୍ପାଦନ ଭଳି କ୍ଷେତ୍ରରେ ସାହାଯ୍ୟ କରନ୍ତି। ସେମାନଙ୍କର କାର୍ଯ୍ୟ ବୈଜ୍ଞାନିକ ଜ୍ଞାନକୁ ସ୍ଥାୟୀ, ଦକ୍ଷ ଏବଂ ସୁଦୃଢ଼ ଉତ୍ପାଦରେ ପରିଣତ କରିଥାଏ।
ଦୃଢ଼ ବିଶ୍ଳେଷଣାତ୍ମକ ଚିନ୍ତାଧାରା
ସମସ୍ୟା ସମାଧାନ କରିବାର କ୍ଷମତା
ଲାବୋରେଟୋରୀ ଏବଂ ଯନ୍ତ୍ରପାତି ପରିଚାଳନା ଦକ୍ଷତା
ଯୋଗାଯୋଗ ଦକ୍ଷତା
ବୈଜ୍ଞାନିକ ଦସ୍ତାବିଜ ପ୍ରସ୍ତୁତି
କମ୍ପ୍ୟୁଟର ଜ୍ଞାନ
ଭୁବନେଶ୍ୱରସ୍ଥିତ CSIR-IMMT (କାଉନସିଲ୍ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ - ଇନଷ୍ଟିଚ୍ୟୁଟ୍ ଅଫ୍ ମିନେରାଲ୍ସ ଆଣ୍ଡ ମ୍ୟାଟେରିଆଲ୍ସ ଟେକ୍ନୋଲୋଜି) ର ଜଣେ ବୈଜ୍ଞାନିକ ଡକ୍ଟର ବିକାଶ କୁମାର ଜେନା, ପଦାର୍ଥ ରସାୟନ ବିଜ୍ଞାନ ଏବଂ ଇଣ୍ଟରଫେସିଆଲ୍ ଇଞ୍ଜିନିୟରିଂ କ୍ଷେତ୍ରରେ ଏକ ପ୍ରତିଷ୍ଠିତ କ୍ୟାରିୟର ଗଢ଼ିଛନ୍ତି । ତାଙ୍କର ଗବେଷଣାତ୍ମକ କାର୍ଯ୍ୟ ପାଇଁ ସେ ଓଡ଼ିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ପ୍ରଦାନ କରାଯାଉଥିବା 'ସାମନ୍ତ ଚନ୍ଦ୍ରଶେଖର ପୁରସ୍କାର' ଏବଂ ବ୍ରିଟେନର 'ରୟାଲ ସୋସାଇଟି ଅଫ୍ କେମିଷ୍ଟ୍ରି' ର ଫେଲୋସିପ୍ ଭଳି ପ୍ରମୁଖ ସମ୍ମାନ ଲାଭ କରିଛନ୍ତି । ତାଙ୍କର ଏହି ସଫଳ ଯାତ୍ରା ଦର୍ଶାଏ ଯେ, କିପରି ପଦାର୍ଥ ବିଜ୍ଞାନ (Materials science) କ୍ଷେତ୍ରରେ ଏକ କ୍ୟାରିୟର ପରୀକ୍ଷାଗାରର ଗବେଷଣାରୁ ଆରମ୍ଭ ହୋଇ ଜାତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ବୈଜ୍ଞାନିକ ନେତୃତ୍ୱରେ ପରିଣତ ହୋଇପାରିବ।
ପଦାର୍ଥ ବୈଜ୍ଞାନିକ ମାନେ ପଦାର୍ଥ ପରୀକ୍ଷଣ (Materials testing), ତ୍ରୁଟି ବିଶ୍ଳେଷଣ , ନାନୋମ୍ୟାଟେରିଆଲ୍ ର ବିକାଶ, ସ୍ଥାୟୀ ବା ପରିବେଶ ଅନୁକୂଳ ପ୍ୟାକେଜିଂ, ପୁନଃଚକ୍ରଣ କିମ୍ବା ଅତ୍ୟାଧୁନିକ ପ୍ରଲେପ ବା କୋଟିଂ (Advanced coatings) କ୍ଷେତ୍ରରେ ନିଜର ବ୍ୟବସାୟ ଆରମ୍ଭ କରିପାରିବେ । ସେମାନେ ବିଭିନ୍ନ ଉତ୍ପାଦନକାରୀ ସଂସ୍ଥା, ନିର୍ମାଣ କମ୍ପାନୀ, ବ୍ୟାଟେରୀ ନିର୍ମାତା ଏବଂ ଇଲେକ୍ଟ୍ରୋନିକ୍ସ କମ୍ପାନୀଗୁଡ଼ିକୁ ସେବା ଯୋଗାଉଥିବା ଏକ ପରାମର୍ଶଦାତା ସଂସ୍ଥା କିମ୍ବା ଗବେଷଣା-ଭିତ୍ତିକ ଷ୍ଟାର୍ଟଅପ୍ ମଧ୍ୟ ଗଢ଼ିପାରିବେ । ଏହି କ୍ଷେତ୍ରରେ ସଫଳତା ସାଧାରଣତଃ ଏକ ବ୍ୟାବହାରିକ ସମସ୍ୟାର ସମାଧାନ, ଏକ ପ୍ରମାଣିତ ପ୍ରତିରୂପ ବା ପ୍ରୋଟୋଟାଇପ୍ (Prototype) ଏବଂ ବିଭିନ୍ନ ଶିଳ୍ପସଂସ୍ଥା, ପରୀକ୍ଷାଗାର କିମ୍ବା ଇନକ୍ୟୁବେଟରଗୁଡ଼ିକ ସହିତ ସହଭାଗିତା (Partnership) ରୁ ଆରମ୍ଭ ହୋଇଥାଏ।
ଶ୍ରବଣ ଶକ୍ତି ବାଧିତ (ସହାୟକ ଉପକରଣ ସହିତ)
ସ୍ୱଳ୍ପ ଦୃଷ୍ଟିଶକ୍ତି
ଚଳନ ଅକ୍ଷମତା
ସାମାନ୍ୟ ଶିକ୍ଷଣ ଅକ୍ଷମତା