ପଠନ
ବିକଳ୍ପ

Xନମସ୍କାର,
ମୁଁ ଆମ ବଟ୍

ମୁଁ ଆପଣଙ୍କୁ କିପରି ସାହାଯ୍ୟ କରିପାରିବି?

ଅଧିକ ଜାଣିବାକୁ ଚାହୁଁଛନ୍ତି

କୃଷି ରେ

ବୃତ୍ତି

ଦୁଗ୍ଧ ବୈଷୟିକ ବିଜ୍ଞାନୀ


ଦୁଗ୍ଧ ବୈଷୟିକ ବିଜ୍ଞାନୀ

NCS CODE: 2141.1900 | E010

ଜଣେ ଦୁଗ୍ଧ ବିଜ୍ଞାନୀ ମୂଳତଃ ଜଣେ ବୈଜ୍ଞାନିକ । ଜଣେ ଦୁଗ୍ଧ ବିଜ୍ଞାନୀ ଭାବରେ ଆପଣଙ୍କର କାମ ହେଉଛି ଦୁଗ୍ଧ ପ୍ରକ୍ରିୟାକରଣର ବୈଷୟିକ ଦିଗଉପରେ ଦୃଷ୍ଟି ଦେବା । ଦୈନିକ ଉତ୍ପାଦିତ ହେଉଥିବା କ୍ଷୀର ଏବଂ ଦୁଗ୍ଧ ଜାତ ଦ୍ରବ୍ୟର ଗୁଣବତ୍ତା ପାଇଁ ଆପଣ ଦାୟୀ ରହିବେ । ଗୁଣବତ୍ତା ନିୟନ୍ତ୍ରଣ ଆପଣଙ୍କ ଚାକିରିର ଏକ ପ୍ରମୁଖ ଦିଗ ହେବ ।

ଆବଶ୍ୟକ ଦକ୍ଷତା :
  • ଯୋଗାଯୋଗ ଦକ୍ଷତା
  • ବିବରଣୀ ପ୍ରତି ଧ୍ୟାନ
  • ସୃଜନଶୀଳ ଚିନ୍ତାଧାରା
  • ଦଳଗତ କାର୍ଯ୍ୟ
  • ନିଷ୍ପତ୍ତି ନେବା
  • ସମସ୍ୟା ର ସମାଧାନ
ସଫଳତାର କାହାଣୀ

ଡକ୍ଟର୍ ଭର୍ଗିସ୍ କୁରିଆନ୍

ଡକ୍ଟର୍ ଭର୍ଗିସ୍ କୁରିଆନ୍ ୧୯୬୫ରୁ ୧୯୯୮ ପର୍ଯ୍ୟନ୍ତ ଜାତୀୟ ଦୁଗ୍ଧ ଉନ୍ନୟନ ବୋର୍ଡର ପ୍ରତିଷ୍ଠାତା ଅଧ୍ୟକ୍ଷ ଥିଲେ । ସେ ହେଉଛନ୍ତି ଭାରତର ଶ୍ୱେତ ବିପ୍ଳବର ସ୍ଥାପକ, ଯାହା ଭାରତକୁ ବିଶ୍ୱର ସର୍ବବୃହତ ଦୁଗ୍ଧ ଉତ୍ପାଦକ ଭାବରେ ଉଭା ହେବାରେ ସାହାଯ୍ୟ କରିଥିଲା । ୬୦ ଦଶକର ଶେଷ ଭାଗରେ ଡକ୍ଟର କୁରିଆନ୍ ଅପରେସନ୍ ଫ୍ଲଡ୍ ନାମକ ଏକ ପ୍ରକଳ୍ପ ପ୍ରସ୍ତୁତ କରିଥିଲେ । ସେ ରାମନ ମ୍ୟାଗ୍ସେସେ ପୁରସ୍କାର (୧୯୬୪), ପଦ୍ମଶ୍ରୀ (୧୯୬୫), ପଦ୍ମଭୂଷଣ (୧୯୬୬) ବିଶ୍ୱ ଖାଦ୍ୟ ପୁରସ୍କାର (୧୯୮୯), ଅର୍ଡର ଅଫ୍ ଏଗ୍ରିକଲଚରାଲ ମେରିଟ୍ (୧୯୯୭) ଏବଂ ପଦ୍ମବିଭୂଷଣ (୧୯୯୯) ପୁରସ୍କାର ପାଇଥିଲେ |


ଉତ୍ସ

ଅଧିକ ସୂଚନା ପାଇଁ, ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ